Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 12

ପରମେଶ୍ୱରଙ୍କ ପ୍ରତି ପ୍ରଶଂସା ଗାନ

12 ସେହି ସମୟରେ ତୁମ୍ଭେ କହିବ,
ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି।
    ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ,
ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି,
    ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।
ପରମେଶ୍ୱର ମୋର ତ୍ରାଣକର୍ତ୍ତା।
    ମୁଁ ତାଙ୍କୁ ବିଶ୍ୱାସ କରେ।
କିନ୍ତୁ ତାଙ୍କୁ ଭୟ କରେ ନାହିଁ।
    କାରଣ ସେ ମୋତେ ରକ୍ଷା କରନ୍ତି।
ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା।
    ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”

ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ।
    ତାହାହେଲେ ତୁମ୍ଭେମାନେ ସୁଖୀ ହେବ।
ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର।
    ତାହାଙ୍କ ନାମରେ ପ୍ରାର୍ଥନା କର।
ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି,
    ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
    କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି।
ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ।
    ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର।
    ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି,
    ତେଣୁ ଆନନ୍ଦ କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 59:1-15

ଦୁଷ୍ଟାଗ୍ଭରୀଗଣ ସେମାନଙ୍କ ଜୀବନ ପରିବର୍ତ୍ତନ କରିବା ଉଚିତ୍

59 ମୁଁ ଏଠାରେ ଦେଖୁଛି, ଦେଖ! ସଦାପ୍ରଭୁଙ୍କର ହସ୍ତ ଏତେ ଛୋଟ ହୋଇଯାଇ ନାହିଁ, ଯାହାକି ତୁମ୍ଭକୁ ପରିତ୍ରାଣ କରି ନ ପାରିବ। ତାଙ୍କର କର୍ଣ୍ଣ ତୁମ୍ଭକୁ ଶୁଣିବାକୁ ଏତେ ଭାରୀ ହୋଇ ନାହିଁ। ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ। ତୁମ୍ଭମାନଙ୍କ ହସ୍ତ ରକ୍ତରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧରେ ଅଶୁଚି ହୋଇଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ୟା କହିଅଛି ଓ ଜିହ୍ୱା ଦୁଷ୍ଟତା ବକି ଅଛି। କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି। ସେମାନେ ବିଷଧର କାଳସର୍ପର ଅଣ୍ଡା ଫୁଟାନ୍ତି ଓ ବୁଢ଼ିଆଣୀର ଜାଲ ବୁଣନ୍ତି। ଯେକେହି ସେହି ଅଣ୍ଡା ଖାଏ ସେ ମୃତ୍ୟୁକୁ ଆମନ୍ତ୍ରଣ କରେ ଏବଂ ଯଦି ସେ ସେମାନଙ୍କୁ ଫୁଟାଏ, ସେଥିରୁ କାଳସର୍ପ ବାହାରେ।

ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ।

ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ। ସେମାନଙ୍କର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସେମାନେ ନିର୍ଦ୍ଦୋଷରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା। ସେମାନଙ୍କ ପଥରେ ଧ୍ୱଂସ ଓ ବିନାଶ ଥାଏ। ସେମାନେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସେମାନଙ୍କର ମାର୍ଗରେ ନ୍ୟାୟ ବିଗ୍ଭର ନ ଥାଏ। ସେମାନେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେକେହି ସେହି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।

ଇସ୍ରାଏଲର ପାପ ଦୁଃଖ ଆଣେ

ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ
ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ।
    ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ।
ଆଲୋକକୁ ଅପେକ୍ଷା କରୁ,
    ମାତ୍ର ଅନ୍ଧକାରରେ ଭ୍ରମଣ କରୁ।
10 ଆମ୍ଭେମାନେ ଅନ୍ଧଲୋକ ପରି
    କାନ୍ଥ ପାଖରେ ଦରାଣ୍ଡି ହେଉ
ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ।
    ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ
    ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ।
11 ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ
    ଓ କପୋତ କରି ଅତିଶୟ ବିଳାପ କରୁ।
ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ
    ମାତ୍ର ତାହା ନ ଥାଏ।
ପୁଣି ପରିତ୍ରାଣକୁ ଅପେକ୍ଷା କରୁ
    ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।
12 ତୁମ୍ଭ ସମ୍ମୁଖରେ ଆମ୍ଭମାନଙ୍କର ଅଧର୍ମ ଅନେକ
    ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି।
କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି
    ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭେମାନେ ଜାଣୁ।
13 ଆମ୍ଭେମାନେ ତାଙ୍କର ବିରୁଦ୍ଧାଚରଣ କରିବା
    ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେବା।
ଆମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ।
    ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ।
ଆମ୍ଭେ ମିଥ୍ୟା କଥା କହି
    ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।
14 ଏଣୁ ସୁବିଗ୍ଭର ପଛକୁ ହଟି ଯାଇଛି
    ଓ ଧର୍ମ ଦୂରରେ ଠିଆ ହୋଇଅଛି।
ଛକ ସ୍ଥାନରେ ସତ୍ୟତାର ପତନ ଘଟିଛି
    ଓ ସରଳତା ନଗର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ।
15 ତେଣୁ ସତ୍ୟତାର ଅଭାବ ହୋଇଅଛି
    ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।

ପୁଣି ସଦାପ୍ରଭୁ ଏହା ଦେଖିଲେ
    ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:3-12

ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ୍ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ୱାସ ଯେହେତୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି। ତୁମ୍ଭମାନଙ୍କଠାରେ ପରସ୍ପର ପ୍ରତି ଥିବା ପ୍ରେମ ଭାବ ମଧ୍ୟ ବୃଦ୍ଧି ପାଉଛି। ଅତଏବ, ପରମେଶ୍ୱରଙ୍କର ଅନ୍ୟ ମଣ୍ଡଳୀମାନଙ୍କଠାରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରୁ। ଯେପ୍ରକାରେ ତୁମ୍ଭେମାନେ ଦୃଢ଼ ରହିଛ ଏବଂ ତୁମ୍ଭର ବିଶ୍ୱାସ ରହିଛି, ଆମ୍ଭେ ଏହା ବିଷୟରେ ପରମେଶ୍ୱରଙ୍କ ଅନ୍ୟ ମଣ୍ଡଳୀ ଗୁଡ଼ିକରେ କହୁ। ତୁମ୍ଭେମାନେ ଦୁଃଖ କଷ୍ଟ ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛ; କିନ୍ତୁ ତୁମ୍ଭେମାନେ ନିଜର ଦୃଢ଼ତା ଓ ବିଶ୍ୱାସ ଆଦୌ ନ ହରାଇ ଆଗେଇ ଗ୍ଭଲିଛ।

ପରମେଶ୍ୱରଙ୍କ ନ୍ୟାୟ ସମ୍ପର୍କରେ ପାଉଲ କହନ୍ତି

ପରମେଶ୍ୱର ତାହାଙ୍କର ବିଗ୍ଭରରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ୟରେ ପ୍ରବେଶ ପାଇଁ ଯୋଗ୍ୟ ହୁଅ, ଯେଉଁଥିପାଇଁ ତୁମ୍ଭେମାନେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ। ଯାହା ଠିକ୍ ପରମେଶ୍ୱର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ କଷ୍ଟ ଦେବେ। ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ। ସେହି ଲୋକମାନେ ଅନନ୍ତ ବିନାଶ ଦ୍ୱାରା ଦଣ୍ଡିତ ହେବେ। ସେମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ଦିଆ ଯିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସେମାନଙ୍କୁ ଦୂରରେ ରଖାଯିବ। 10 ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।

11 ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ। 12 ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କ ମାଧ୍ୟମରେ ମହିମାନ୍ୱିତ ହେଉ। ଏହା ଆମ୍ଭେ ପ୍ରାର୍ଥନା କରୁ। ତୁମ୍ଭେମାନେ ମଧ୍ୟ ତାହାଙ୍କଠାରେ ମହିମାନ୍ୱିତ ହୋଇପାରିବ। ଆମ୍ଭ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାରୁ ସେହି ମହିମା ପ୍ରାପ୍ତ ହୁଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center