Revised Common Lectionary (Semicontinuous)
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ସଦାପ୍ରଭୁ ଯିରୁଶାଲମ ପ୍ରତି ଅନୁଗ୍ରହ କରିବାକୁ ଶପଥ କରନ୍ତି
8 ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ। 2 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭେ ସିୟୋନ ପାଇଁ ଅତ୍ୟାସକ୍ତ ଏବଂ ପ୍ରଗାଢ଼ ଅନୁରାଗ ସହିତ ଆମ୍ଭେ ତା’ ପାଇଁ କ୍ରୋଧାନ୍ୱିତ।” 3 ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭେ ସିୟୋନକୁ ଫେରି ଆସିଛୁ ଏବଂ ଯିରୁଶାଲମ ମଧ୍ୟରେ ବାସ କରିବା। ଯିରୁଶାଲମ ‘ସତ୍ୟର ନଗରୀ’ ବୋଲି କୁହାଯିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାଯିବ।”
4 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ଯିରୁଶାଲମର ଖୋଲା ସ୍ଥାନରେ ବସ। ପ୍ରତ୍ୟେକଙ୍କ ହାତରେ ଏକ ଆଶାବାଡ଼ି ରହିବ କାରଣ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ। 5 ଆଉ ମଧ୍ୟ ନଗରର ଖୋଲାସ୍ଥାନ କ୍ରୀଡ଼ାରତ ପୁଅ ଓ ଝିଅଙ୍କ ଦ୍ୱାରା ପରିପୂର୍ଣ୍ଣ ହେବ।” 6 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଜଣାପଡ଼େ, ଏହା ସେମାନଙ୍କ ପ୍ରତି ମଧ୍ୟ ବିସ୍ମୟଜନକ ହେବ।”
7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା। 8 ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।”
9 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ୟ ଏହି ଦିନଗୁଡ଼ିକରେ ସେହି ବାକ୍ୟଗୁଡ଼ିକ ଭବିଷ୍ୟଦ୍ବକ୍ତାମାନଙ୍କଠାରୁ ଶୁଣୁଅଛ। ଯେତେବେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା, ଯାହାପାଇଁ ମନ୍ଦିର ନିର୍ମାଣ ହୋଇ ପାରିଥିଲା। 10 ସେହି ଦିନ ପୂର୍ବରୁ ମନୁଷ୍ୟ ପାଇଁ ବେତନ ନ ଥିଲା, ପଶୁ ପାଇଁ ଆୟ ନ ଥିଲା, ବାହାରକୁ ଯିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତ୍ରୁମାନଙ୍କଠାରୁ କୌଣସି ନିରାପତ୍ତା ନ ଥିଲା, କାରଣ ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ। 11 ଆମ୍ଭେ ପୂର୍ବରୁ ଯେପରି କରୁଥିଲୁ ସେହି ଅବଶିଷ୍ଟାଂଶଙ୍କ ସହିତ ସେପରି ବ୍ୟବହାର କରିବା ନାହିଁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି।
12 “ଏହି ଲୋକମାନେ ଶାନ୍ତିରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ୟ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷୟ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭେମାନେ ଦେଶସବୁ ସମ୍ମୁଖରେ ଅଭିଶପ୍ତ ଥିଲ। 13 ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”
14 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କ୍ରୋଧାନ୍ୱିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦେବାକୁ ନିଷ୍ପତ୍ତି ନେଇଥିଲୁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କହିଲେ। 15 “କିନ୍ତୁ ଏହି ଦିନଗୁଡ଼ିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ଯିରୁଶାଲମ ଓ ଯିହୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ। 16 ତୁମ୍ଭେମାନେ ଏହିସବୁ ନିଶ୍ଚୟ କରିବ, “ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ୟ କୁହ। ତୁମ୍ଭେମାନେ ତୁମ୍ଭମାନଙ୍କର ନଗରମାନଙ୍କରେ ସତ୍ୟତା ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କର। 17 ତୁମ୍ଭର ପ୍ରତିବାସୀର କ୍ଷତି କରିବାକୁ ତୁମ୍ଭ ହୃଦୟରେ କୌଣସି ମନ୍ତ୍ରଣା କର ନାହିଁ। ମିଥ୍ୟା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍ଭେ ସେହିସବୁକୁ ଘୃଣା କରୁ।” ସଦାପ୍ରଭୁ ଏହିସବୁ କହିଲେ।
ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି
19 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। 20 ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। 21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।
22 “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। 23 ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
24 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି । ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। 26 ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି। 27 ଲୋକଙ୍କର ବିଗ୍ଭର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି। କାରଣ ସେ ମନୁଷ୍ୟପୁତ୍ର [a] ଅଟନ୍ତି।
28 “ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। 29 ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ।
2010 by World Bible Translation Center