Revised Common Lectionary (Semicontinuous)
91 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ,
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ।
2 ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ,
ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।”
3 ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ
ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
4 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ।
ପକ୍ଷୀ ତା’ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ।
5 ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ।
କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ।
6 ଅନ୍ଧକାରଗାମୀ ମହାମାରୀ,
କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
ଉତ୍ତମ ଡିମ୍ବିରି ଫଳ ଓ ମନ୍ଦ ଡିମ୍ବିରି ଫଳ
24 ବାବିଲର ରାଜା ନବୂଖଦ୍ନିତ୍ସର, ଯିହୋୟାକୀମ୍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି। 2 ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା।
3 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଯିରିମିୟ, ତୁମ୍ଭେ କ’ଣ ଦେଖୁଛ?”
ମୁଁ ଉତ୍ତର କଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନଯୋଗ୍ୟ ନୁହେଁ।”
4 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗଲେ, ଏହିସବୁ ଉତ୍ତମ ଡିମ୍ବିରି ତୁଲ୍ୟ। ମୁଁ ସେମାନଙ୍କୁ ଉତ୍ତମ ବୋଲି ବିବେଚନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କଲ୍ଦୀୟମାନଙ୍କ ଭୂମିକୁ ତଡ଼ି ଦେଇଛି। 6 ଆମ୍ଭେ ସେମାନଙ୍କୁ ସୁରକ୍ଷା ଦେବା। ଆମ୍ଭେ ସେମାନଙ୍କୁ ଭଗ୍ନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା। ପୁଣି ଆମ୍ଭେ ସେମାନଙ୍କୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ରୋପଣ କରିବା। 7 ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”
8 “ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା। 9 ମୁଁ ସେମାନଙ୍କ ଉପରେ ଏମିତି ବିପର୍ଯ୍ୟୟ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବେ। ସମସ୍ତେ ସେମାନଙ୍କୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ଷିପ୍ତ କରିବା, ସେହି ସ୍ଥାନର ଲୋକମାନେ ସେମାନଙ୍କୁ ଅଭିଶାପ ଦେବେ। 10 ସେମାନେ ସେଇ ଭୂମିରୁ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିପକ୍ଷରେ, ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲି। ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା।”
43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ(A)
ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। 44 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ୟପୁତ୍ରଙ୍କୁ କେତେଜଣ ମନୁଷ୍ୟମାନଙ୍କ ହାତରେ ଧରେଇ ଦେବେ।” 45 କିନ୍ତୁ ଶିଷ୍ୟମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସେମାନଙ୍କ ପ୍ରତି ଲୁକାୟିତ ଥିଲା। ତେଣୁ ସେମାନେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସେମାନେ ଯୀଶୁଙ୍କୁ ଏ ବିଷୟରେ ପଗ୍ଭରିବାକୁ ସାହସ କଲେ ନାହିଁ।
ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(B)
46 ଥରେ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଯେ, ସେମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? 47 ଯୀଶୁ ସେମାନଙ୍କର ମନଭାବ ଜାଣିଗଲେ। ତେଣୁ ସେ ଗୋଟିଏ ଛୋଟ ପିଲାକୁ ନିଜ ପାଖରେ ଠିଆ କରାଇଲେ। 48 ସେ ଶିଷ୍ୟମାନଙ୍କୁ କହିଲେ, “ଯଦି କୌଣସି ଲୋକ ଏହିଭଳି ଛୋଟ ପିଲାକୁ ମୋ’ ନାମରେ ଗ୍ରହଣ କରେ, ତାହାହେଲେ ସେ ମୋତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ରେଷ୍ଠ।”
2010 by World Bible Translation Center