Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 94

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:1-17

ଯିହୁଦାବାସୀଙ୍କ ଦୁରାବସ୍ଥା

ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା। ସେମାନେ, ‘ଜୀବତ୍ ସଦାପ୍ରଭୁ’ କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।”

ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ
    ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ।
ସେମାନଙ୍କୁ ପ୍ରହାର କରିଅଛ।
    ମାତ୍ର ସେମାନେ ଅନୁତପ୍ତ ନୁହନ୍ତି।
ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ।
    ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି।
ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି।
    ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।

ତେଣୁ ମୁଁ ନିଜକୁ କହିଲି,
    “ନିଶ୍ଚୟ ସେମାନେ ଦରିଦ୍ର, ଏବଂ ନିର୍ବୋଧ,
କାରଣ ସେମାନେ ସଦାପ୍ରଭୁଙ୍କର ପଥ
    କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।
ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ
    ଏବଂ କଥାବାର୍ତ୍ତା ହେବାକୁ ଦିଅ।
କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ
    ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।”
କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି
    ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।
ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି।
    ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ
ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ।
    ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ।
ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ।
    କାରଣ ସେମାନେ ବହୁ ଅପରାଧ କରିଛନ୍ତି
    ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି।

ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା?
    ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି।
    ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି।
ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ
    ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ।
    ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ।
ସେମାନେ ଏକ କାମୁକି ଘୋଡୀ ପରି ବୁଲନ୍ତି,
    ପ୍ରତ୍ୟେକ ତା’ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।”
ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ?
    ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି
ପ୍ରତିଶୋଧ ନେବା ନାହିଁ?
    ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ।

10 “ତୁମ୍ଭେମାନେ ପ୍ରାଚୀର ଉପରକୁ ଯାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ।
    ମାତ୍ର ସେଗୁଡ଼ିକୁ ସମ୍ପୂର୍ଣ୍ଣ ବିନାଶ କର ନାହିଁ,
    କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।”
11 ସଦାପ୍ରଭୁ କହନ୍ତି,
    “ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର
    ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।”

12 “ମିଥ୍ୟାରେ ସେମାନେ ସଦାପ୍ରଭୁଙ୍କର ବିଷୟରେ କହିଲେ,
    ‘ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ।
ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ
    ଆଉ ଆମ୍ଭେମାନେ ‌‌ଖ‌ଡ଼୍‌ଗ
    କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।’
13 ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବାୟୁତୁଲ୍ୟ ହେବେ।
    ସେମାନଙ୍କ ଅନ୍ତରରେ ପ୍ରଭୁଙ୍କର ବାକ୍ୟ ନାହିଁ।
    ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”

14 ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଏହା କହନ୍ତି:
    “ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ,
ଆମ୍ଭେ ତୁମ୍ଭ ପାଟିରେ ଆମ୍ଭର ଶବ୍ଦସବୁ ରଖିଅଛୁ
    ଏବଂ ଏହା ଅଗ୍ନି ତୁଲ୍ୟ ହେବ।
    ଏହି ଦେଶ କାଠ ସଦୃଶ ଅଗ୍ନି ସେମାନଙ୍କୁ ପୋଡ଼ିଦେବ।”
15 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ,
    “ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା
ସେ ଏକ ବଳବାନ୍ ଗୋଷ୍ଠୀ
    ଓ ପ୍ରାଚୀନ ଗୋଷ୍ଠୀ।
ସେ ଗୋଷ୍ଠୀର ଭାଷା ତୁମ୍ଭେମାନେ ଜାଣ ନାହିଁ।
    ଆଉ ସେମାନଙ୍କର କଥା ତୁମ୍ଭେମାନେ ବୁଝିପାରିବ ନାହିଁ।
16 ସେମାନଙ୍କର ତୂଣୀର ଖୋଲା କବର ସଦୃଶ,
    ସେମାନେ ସମସ୍ତେ ବୀର ସୈନିକ।
17 ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ
    ଓ ରୋଟୀ ଭକ୍ଷ୍ୟଣ କରିବେ।
    ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ।
ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ।
    ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ।
ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ,
    ସେମାନେ ସେହିସବୁକୁ ‌‌ଖ‌ଡ଼୍‌ଗରେ ଧ୍ୱଂସ କରିବେ।”

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:18-20

18 ତୀମଥି! ତୁମ୍ଭେ ମୋ’ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତରେ ତୁମ୍ଭ ବିଷୟରେ ଯାହାସବୁ ଭବିଷ୍ୟ‌‌ଦ୍‌‌‌‌ବାଣୀ କୁହା ଯାଇଥିଲା, ତା’ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସେହି ଭବିଷ୍ୟ‌‌ଦ୍‌‌‌‌ବାଣୀର ଅନୁସରଣ କରିବ ଓ ବିଶ୍ୱାସର ଉତ୍ତମ ଲଢ଼େଇ ଲଢ଼ି ପାରିବ। 19 ବିଶ୍ୱାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାନ୍ତି। ତେଣୁ ସେମାନଙ୍କର ବିଶ୍ୱାସ ନଷ୍ଟ ହୋଇଛି। 20 ହୁମନାୟ ଓ ଆଲେକ୍‌ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center