Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 14

ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।

14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
    ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
    ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।

ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
    ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
    ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
କିନ୍ତୁ ପ୍ରତ୍ୟେକ ମଣିଷ ଆଜି
    ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
    ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।

ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
    ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
    ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
    କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
    ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।

ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
    ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
    ତାହାହେଲେ ଯାକୁବ [a] ଆହ୍ଲାଦିତ ହେବ।
    ଇସ୍ରାଏଲ ବହୁତ ଖୁସୀ ହେବ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13:20-27

20 ହେ ଯିରୁଶାଲମ, ତୁମ୍ଭେମାନେ
    ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମେଲି ଦେଖ,
ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହୋଇଥିଲା,
    ତୁମ୍ଭର ସେ ପଲ କାହିଁ?
21 ତୁମ୍ଭେମାନେ କ’ଣ କହିବ ଯେତେବେଳେ ସଦାପ୍ରଭୁ ସେହି ଲୋକମାନଙ୍କୁ
    ତୁମ୍ଭମାନଙ୍କ ଉପରେ ନିଯୁକ୍ତି କରିବେ
    ଯେଉଁମାନଙ୍କୁ ତୁମ୍ଭର ମିତ୍ର ହେବା ପାଇଁ ଶିକ୍ଷା ଦିଆଯାଇଥିଲା।
ପ୍ରସବ କାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ
    ତୁମ୍ଭେମାନେ ଅନୁଭବ କରିବ, ନୁହେଁ କି?
22 ଯଦି ତୁମ୍ଭେ ନିଜକୁ ପଗ୍ଭରିବ,
    “ଏହି ଦଶା ମୋ’ ପ୍ରତି କାହିଁକି ଘଟିଲା,”
ତେବେ ଉତ୍ତରରେ କୁହାଯିବ
    ତୁମ୍ଭର ପାପ ଅଧିକ ହେବା ଯୋଗୁଁ ଏହା ହେଲା।
    ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି
    ଓ ତୁମ୍ଭର ପାଦକୁ କଷ୍ଟ ଦିଆଯାଇଅଛି।
23 ଜଣେ କୃଷ୍ଣକାୟ କ’ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ
    ଓ ଚିତାବାଘ କ’ଣ ନିଜର ଦେହର ଛାପ ବଦଳାଇ ପାରିବ?
ତେଣୁ ହେ ଯିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବାରେ ଅଭ୍ୟସ୍ତ,
    ତୁମ୍ଭେ କେବେ ସୁକର୍ମ କରି ପାରିବ ନାହିଁ।

24 “ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାୟୁରେ ଧୂଷ ଉଡ଼ିଲାପରି
    ତୁମ୍ଭମାନଙ୍କ ଘରୁ ତଡ଼ିଦେଇ
    ଏଣେ ତେଣେ ଛିନ୍ନଭିନ୍ନ କରିଦେବୁ।”
25 ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କ ପାଇଁ ଆମ୍ଭେ ଏହି ଭାଗମାପ କଲୁ।
    କାରଣ ତୁମ୍ଭେମାନେ ମୋତେ ପାଶୋରିଲ
    ଓ ମିଥ୍ୟା ଦେବଗଣରେ ବିଶ୍ୱାସ କଲ।
26 ଏ ନିମନ୍ତେ ଏହା ଆମ୍ଭେ ଯିଏ କି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟେକିଥିଲୁ,
    ଯାହାଫଳରେ ସମସ୍ତେ ତୁମ୍ଭମାନଙ୍କର
    ନଗ୍ନତା ଦେଖି ପାରି ନ ଥିଲେ।
27 ଆମ୍ଭେ ପର୍ବତଗୁଡ଼ିକ ଉପରେ
    ତୁମ୍ଭର ଘୃଣ୍ୟକର୍ମ, ବ୍ୟଭିଗ୍ଭର, ହିଁ ହିଁ ହେବାର ଶବ୍ଦ
ଓ ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ।
    ଯିରୁଶାଲମ, ଦୁଃଖ ପାଉ।
ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ।
    କେତେକାଳ ଏହି ପାପକର୍ମ କରିଗ୍ଭଲିବ?”

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:1-11

ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କ ଆଦେଶ ଦ୍ୱାରା ପ୍ରେରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ୱାସ କରୁଥିବାରୁ ମୋର ପ୍ରକୃତ ପୁତ୍ର ଅଟ।

ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ଅସତ୍ୟ ଉପଦେଶ ବିରୁଦ୍ଧରେ ସତର୍କତା

ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ଅସତ୍ୟ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦେଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସେଗୁଡ଼ିକ ଦ୍ୱାରା କେବଳ ତର୍କବିତର୍କ ହୁଏ। ସେଗୁଡ଼ିକ ପରମେଶ୍ୱରଙ୍କ କାମ ପାଇଁ ସାହାଯ୍ୟ କରେ ନାହିଁ। କେବଳ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ କାମ ସାଧନ ହୋଇଥାଏ। ଏହି ଆଦେଶର ଲକ୍ଷ୍ୟ ଯେ, ଲୋକମାନେ ପ୍ରେମ ଗ୍ରହଣ କରନ୍ତୁ। ଏହି ପ୍ରେମ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ୟକ ଓ ସେମାନେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସେମାନଙ୍କ ସତ୍ୟ ବିଶ୍ୱାସ ତାହାଙ୍କଠାରେ ଥିବା ଦରକାର। କେତେ ଲୋକ ଏହି ବିଷୟ ଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ, ପଥଭ୍ରଷ୍ଟ ହୋଇଛନ୍ତି। ସେମାନେ ଏବେ ମୂଲ୍ୟହୀନ କଥାଗୁଡ଼ିକ କୁହନ୍ତି। ସେହି ଲୋକମାନେ ବ୍ୟବସ୍ଥାର [a] ଶିକ୍ଷାଦାତା ହେବାକୁ ଗ୍ଭହାନ୍ତି। କିନ୍ତୁ ସେମାନେ କ’ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସେମାନେ ଯେଉଁ ବିଷୟ ଗୁଡ଼ିକୁ ନିଶ୍ଚିତ ଭାବେ ଜାଣିବା ଭଳି ଜୋର୍ ଦେଇ କହୁଛନ୍ତି, ସେହି ଶିକ୍ଷାଗୁଡ଼ିକୁ ସେମାନେ ନିଜେ ମଧ୍ୟ ବୁଝି ନ ଥା’ନ୍ତି।

ଆମ୍ଭେ ଜାଣୁ ଯେ, ବ୍ୟବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ୟବହାର କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ, 10 ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ। 11 ଏହି ଉପଦେଶ ପରମେଶ୍ୱର ମୋତେ ପ୍ରଗ୍ଭର କରିବାକୁ ଦେଇଥିବା ସୁସମାଗ୍ଭରର ଅଂଶବିଶେଷ। ଏହି ମହିମାମୟ ସୁସମାଗ୍ଭର ପରମଧନ୍ୟ ପରମେଶ୍ୱରଙ୍କଠାରୁ ଆସିଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center