Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍।
58 ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି?
ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି?
2 ନା, ତୁମ୍ଭେ କେବଳ ମନ୍ଦକାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛ।
ତୁମ୍ଭେମାନେ ନିଜେ ଏହି ଦେଶରେ ଅପରାଧ କରୁଛି।
3 ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ।
ସେମାନେ ଜନ୍ମଠାରୁ ମିଥ୍ୟାବାଦୀ।
4 ସେମାନଙ୍କର କ୍ରୋଧ ସର୍ପର ବିଷତୁଲ୍ୟ ବିପଦପୂର୍ଣ୍ଣ।
ଆଉ ନାଗସାପ ପରି ଯିଏ ଶୁଣିପାରିବ ନାହିଁ, ସେମାନେ ସତ କଥା ଶୁଣିବାକୁ ବାରଣ କରନ୍ତି।
5 ସାପୁଆକେଳାମାନଙ୍କର ବାଦ୍ୟ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ।
ଆଉ ସେହି ମନ୍ଦ ଲୋକମାନେ ସେହିପରି, ଯେତେବେଳେ ସେମାନେ ସେମାନଙ୍କର ମନ୍ଦ ଯୋଜନା କରନ୍ତି।
6 ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି।
ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ।
7 ସେମାନେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତୁ।
ରାସ୍ତାର ଘାସ ତୁଲ୍ୟ ସେମାନେ ପଦଦଳିତ ହୁଅନ୍ତୁ।
8 ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ।
ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।
9 ଜ୍ୱଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି
ସେମାନେ ଶୀଘ୍ର ଧ୍ୱଂସ ହୁଅନ୍ତି।
10 ଜଣେ ଧାର୍ମିକ ଲୋକ ଯେତେବେଳେ
ସେହି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହେବାର ଦେଖେ, ସେ ଆନନ୍ଦିତ ହେବ।
11 ଯେତେବେଳେ ଏପରି ଘଟେ, ଲୋକମାନେ କହିବେ, “ଏଣୁ ଯେଉଁ ଲୋକମାନେ ଯାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି।
ସତରେ ପରମେଶ୍ୱର ଅଛନ୍ତି, ଯିଏ ପୃଥିବୀ ଉପରେ ବିଗ୍ଭର କରନ୍ତି।”
15 ତା’ପରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦେବା, ଯେଉଁମାନେ କି ଆମ୍ଭ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ହେବେ। ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚଳାଇବେ। 16 ଅନନ୍ତର ସଦାପ୍ରଭୁ କହନ୍ତି, ସେ ସମୟରେ ଯେତେବେଳେ ତୁମ୍ଭେମାନେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ।”
“ସେତେବେଳେ ଲୋକମାନେ ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବିଷୟରେ ଆଉ କହିବେ ନାହିଁ। କିଅବା ତାହା ମନରେ ପଡ଼ିବ ନାହିଁ।’ ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ। କି ତାହା ନିକଟକୁ ଯିବେ ନାହିଁ ଅଥବା ତାହା ଆଉ ନିର୍ମିତ ହେବ ନାହିଁ। 17 ଆଉ ସେ ସମୟରେ ଲୋକମାନେ ଯିରୁଶାଲମକୁ ‘ସଦାପ୍ରଭୁଙ୍କ ସିଂହାସନ’ ବୋଲି କହିବେ। ସମଗ୍ର ଦେଶୀୟମାନେ ସଦାପ୍ରଭୁଙ୍କ ନାମରେ ସମ୍ମାନ ଜଣାଇବାକୁ ଯିରୁଶାଲମରେ ଏକତ୍ରିତ ହେବେ। ପୁଣି ସେମାନେ ନିଜର ଅନ୍ତଃକରଣରେ ଦୁଷ୍ଟାଗ୍ଭର ଅବାଧ୍ୟତା ଆଉ ଅନୁସରଣ କରିବେ ନାହିଁ। 18 ସେ ସମୟରେ ଯିହୁଦା ବଂଶ ଇସ୍ରାଏଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।”
19 ଆମ୍ଭେ ସଦାପ୍ରଭୁ କହୁଅଛୁ,
“ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା,
ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ
ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା।
ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ
ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।
20 ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ୱାମୀ ପ୍ରତି ବିଶ୍ୱାସଘାତକତା କରି ପରିତ୍ୟାଗ କରେ,
ତୁମ୍ଭେ ଇସ୍ରାଏଲ ସେହିପରି ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛ।
21 ବୃକ୍ଷଶୂନ୍ୟ ପାହାଡ଼ ଉପରେ ଇସ୍ରାଏଲ ଲୋକମାନଙ୍କର ରୋଦନ ତୁମ୍ଭେମାନେ ଶୁଣିବ।
ସେମାନେ ଜୋର୍ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି।
କାରଣ ସେମାନେ କୁଟିଳ ପଥଗାମୀ ହୋଇଛନ୍ତି
ଓ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପାଶୋରି ଦେଇଛନ୍ତି।
22 ଆଉମଧ୍ୟ ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇଅଛ।
ମାତ୍ର ତୁମ୍ଭେମାନେ ଫେରି ଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା।”
“ଆଉ ତୁମ୍ଭେମାନେ କହିବ, ‘ହଁ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ,
କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟ।”
23 ଉପପର୍ବତସମୂହରେ ପ୍ରତିମା ପୂଜା ନିର୍ବୋଧତା ଥିଲା।
ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ୟର୍ଥ ଥିଲେ।
ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ୱର ସଦାପ୍ରଭୁଙ୍କଠାରେ
ଇସ୍ରାଏଲର ପରିତ୍ରାଣ ଅଛି।
24 ମାତ୍ର ସେ ଲଜ୍ଜାସ୍ପଦ ବାଲ୍ଦେବତା
ଆମ୍ଭମାନଙ୍କର ବାଲ୍ୟକାଳରୁ
ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ,
ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଭକ୍ଷ୍ୟଣ କରିଅଛି।
25 ଆମ୍ଭେମାନେ ନିଜ ଲଜ୍ଜାରେ ଅବନତ ହେଉ।
ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ।
କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ୟକାଳରୁ ଅଦ୍ୟାବଧି
ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।
ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।
ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛୁ।’”
ଗୋଟିଏ ବଡ଼ ରାତ୍ରୀ ଭୋଜି ବିଷୟରେ ଦୃଷ୍ଟାନ୍ତ(A)
15 ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, “ପରମେଶ୍ୱରଙ୍କ ରାଜ୍ୟରେ ଭୋଜନ କରୁଥିବା ଲୋକ ବହୁତ ଖୁସୀ ହେବ।”
16 ଯୀଶୁ ସେହି ଲୋକକୁ କହିଲେ, “ଥରେ ଜଣେ ଲୋକ ଗୋଟିଏ ବଡ଼ ରାତ୍ରିଭୋଜିର ବ୍ୟବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। 17 ଖାଇବା ସମୟ ହେବାରୁ ସେ ଅତିଥିମାନଙ୍କ ପାଖକୁ ଏହି କଥା କହିବା ପାଇଁ ନିଜ ଗ୍ଭକରକୁ ପଠାଇଲେ: ‘ଆସନ୍ତୁ, ଭୋଜନ ପ୍ରସ୍ତୁତି ହୋଇ ଗଲାଣି।’ 18 କିନ୍ତୁ ସମସ୍ତ ନିମନ୍ତ୍ରିତ ବ୍ୟକ୍ତିମାନେ କହିଲେ ଯେ, ସେମାନେ ଯାଇ ପାରିବେ ନାହିଁ। ପ୍ରତ୍ୟେକ ବାହାନା କରି କ୍ଷମା ମାଗି ରହିଗଲେ। ପ୍ରଥମ ଲୋକଟି କହିଲା, ‘ମୁଁ ଏବେ ଖଣ୍ଡେ ଜମି କିଣିଛି। ସେହି ଜମିଟି ଦେଖିବାକୁ ବର୍ତ୍ତମାନ ମୋତେ ଯିବାକୁ ପଡ଼ିବ। ଦୟାକରି ମୋତେ କ୍ଷମା କର।’ 19 ଆଉ ଜଣେ କହିଲା, ‘ମୁଁ ଏବେ ପାଞ୍ଚ ହଳ ବଳଦ କିଣିଛି। 20 ମୁଁ ତାହାଙ୍କୁ ପରଖିବାକୁ ଯିବାକୁ ବାହାରିଲିଣି। ଦୟାକରି ମୋତେ କ୍ଷମା କର।’ ତୃତୀୟ ଲୋକଟି କହିଲା, ‘ମୋର ତ ଏବେ ବାହାଘର ହୋଇଛି। ମୁଁ ଯାଇ ପାରିବି ନାହିଁ।’
21 “ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’
22 “ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’ 23 ମାଲିକ ଗ୍ଭକରକୁ କହିଲେ, ‘ରାଜପଥ ଓ ଗ୍ରାମପଥକୁ ଗ୍ଭଲିଯାଅ। ସେଠାରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଗ୍ଭହେଁ, ମୋ’ ଘର ପୁରାପୁରି ଭରିଯାଉ।’ 24 ଯେଉଁମାନଙ୍କୁ ମୁଁ ପ୍ରଥମେ ନିମନ୍ତ୍ରଣ କରିଥିଲି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୋ’ ସହିତ ଆଉ କେବେ ହେଁ ଭୋଜି ଖାଇବେ ନାହିଁ।’”
2010 by World Bible Translation Center