Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 94

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 14:1-10

ଅନାବୃଷ୍ଟି ଓ ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ

14 ଅନାବୃଷ୍ଟି ବିଷୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।

“ଯିହୁଦା ଶୋକ କରୁଅଛି
    ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି।
ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି
    ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
ସେମାନଙ୍କର କୁଳୀନମାନେ
    ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି।
    ସେମାନେ ଜଳାଶୟ ନିକଟକୁ ଯାଇ ଜଳ ପାଆନ୍ତି ନାହିଁ
ଓ ଶୂନ୍ୟପାତ୍ର ଘେନି ଫେରି ଆସନ୍ତି।
    ସେମାନେ ଲଜ୍ଜିତ ଓ ଘବରା ହୋଇ
    ଆପଣା ଆପଣା ମସ୍ତକ ଢାଙ୍କନ୍ତି।
ଦେଶରେ ଅନାବୃଷ୍ଟି ହେତୁ ଭୂମି ଫାଟି ଯିବାରୁ
    କୃଷକମାନେ ବିବ୍ରତ ଓ ଲଜ୍ଜିତ ହୋଇ
    ଆପଣା ଆପଣା ମସ୍ତକ ଢାଙ୍କିଛନ୍ତି।
ଏପରିକି ହରିଣୀ ନବଜାତ ଶାବକକୁ
    ତୃଣ ଅଭାବରୁ ଛାଡ଼ି ଗ୍ଭଲିଯାଏ।
ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ
    ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି।
ତୃଣ ନ ଥିବାରୁ
    ସେମାନଙ୍କ ଚକ୍ଷୁ କ୍ଷୀଣ ହୁଏ।”

“ହେ ସଦାପ୍ରଭୁ, ଆମ୍ଭେମାନେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ
    ଆମ୍ଭେମାନେ ଦୁଃଖଭୋଗ କରୁଅଛୁ।
    ତଥାପି ତୁମ୍ଭେ ଆପଣା ନାମ ସକାଶେ କାର୍ଯ୍ୟ କର ଓ ଆମ୍ଭମାନଙ୍କୁ ସାହାଯ୍ୟ କର।
କାରଣ ଆମ୍ଭେମାନେ ବହୁବାର ତୁମ୍ଭକୁ ପରିତ୍ୟାଗ କରିଅଛୁ
    ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
ହେ ପରମେଶ୍ୱର, ତୁମ୍ଭେ ଇସ୍ରାଏଲର ଆଶା
    ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା!
ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ
    ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ୟ ହେଉଅଛ।
ତୁମ୍ଭେ ଜଣେ ଦ୍ୱନ୍ଦରେ ପଡ଼ିଥିବା ମନୁଷ୍ୟ ତୁଲ୍ୟ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ।
    କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଛ।
ଆମ୍ଭେମାନେ ତୁମ୍ଭ ନାମରେ ଖ୍ୟାତ ଅଟୁ।
    ତେଣୁ ଆମ୍ଭମାନଙ୍କୁ ପରିତ୍ୟାଗ କର ନାହିଁ।”

10 ସଦାପ୍ରଭୁ ଯିହୁଦା ବିଷୟରେ ଏହିକଥା କହନ୍ତି, “ସେମାନେ ପ୍ରକୃତରେ ଆମ୍ଭକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ସେଥିରୁ ନିବୃତ୍ତ କରି ନାହାନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ସେ ସେମାନଙ୍କର ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କୁ ସମସ୍ତ ପାପର ପ୍ରତିଫଳ ଦେବେ।”

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 14:17-22

17 “ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ,

‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ,
    ତାହା କେବେ ନିବୃତ୍ତ ହେବ ନାହିଁ
କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ।
    ଯେହେତୁ ତାହା ମହାଭଙ୍ଗରେ
    ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।
18 ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ,
    ତେବେ ସେଠାରେ ‌‌ଖ‌ଡ଼୍‌ଗାହତ ଲୋକଙ୍କୁ ଦେଖୁ।
ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ
    ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ।
କାରଣ ଭବିଷ୍ୟ‌ଦ୍‌ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି,
    ସେମାନେ କିଛି ଜାଣନ୍ତି ନାହିଁ।’”

19 ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?
    ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ?
ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ।
    ତୁମ୍ଭେ କାହିଁକି ଏପରି କଲ?
ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ,
    ମାତ୍ର କିଛି ମଙ୍ଗଳ ହେଲା ନାହିଁ।
ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ।
    ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।
20 ହେ ପରମେଶ୍ୱର, ଆମ୍ଭେମାନେ ଆମ୍ଭମାନଙ୍କର ଦୁଷ୍ଟତା
    ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ୱୀକାର କରୁଅଛୁ।
    ହଁ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
21 ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ୟାଖାନ କର ନାହିଁ।
    ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ।
    ଆପଣା ଗୌରବମୟ ସିଂହାସନର ଅପମାନ କର ନାହିଁ।
ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିୟମ ସ୍ମରଣ କର।
    ତୁମ୍ଭ କୃତ ସେହି ନିୟମ ଭଙ୍ଗ କର ନାହିଁ।
22 ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ।
    ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି?
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା।
    ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ।
    କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”

ଲୂକ ଲିଖିତ ସୁସମାଗ୍ଭର 22:31-33

ତୁମ୍ଭର ବିଶ୍ୱାସ ହରାଅ ନାହିଁ(A)

31 “କୃଷକ ତା’ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ, 32 ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।”

33 କିନ୍ତୁ ପିତର ଯୀଶୁଙ୍କୁ କହିଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।”

ଲୂକ ଲିଖିତ ସୁସମାଗ୍ଭର 22:54-62

ଯୀଶୁଙ୍କୁ ଜାଣିଛନ୍ତି ବୋଲି କହିବାକୁ ପିତରଙ୍କ ଭୟ(A)

54 ସେମାନେ ଯୀଶୁଙ୍କ ବନ୍ଦୀ କରି ମହାଯାଜକଙ୍କ ଘର ଭିତରକୁ ନେଇଗଲେ। ପିତର ସେମାନଙ୍କ ପଛେ ପଛେ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନ ଥିଲେ। 55 ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ। 56 ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା’ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।”

57 କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।” 58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।”

କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”

59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ।

60 କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।

ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା। 61 ତା’ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।” 62 ତା’ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center