Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 106:40-48

40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
    ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
    ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
    ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
    ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
    ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
    ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
    ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
    ଦୟା ଦେଖାଇଲେ।
47 ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର।
    ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
    ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
    ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”

ସଦାପ୍ରଭୁଙ୍କର ପ୍ରଶଂସା କର।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 10:17-25

ବିନାଶକାଳ ଆସୁଛି

17 ହେ ଅବରୁଦ୍ଧ ଯିହୁଦା ନିବାସୀ,
ତୁମ୍ଭେମାନେ ନିଜ ନିଜ ଜିନିଷ ସଂଗ୍ରହ କରି
    ଦେଶତ୍ୟାଗ କରିବାକୁ ପ୍ରସ୍ତୁତ ହୁଅ।
18 ସଦାପ୍ରଭୁ ଏହିକଥା କହନ୍ତି,
“ଆମ୍ଭେ ଏହି ସମୟରେ ଦେଶବାସୀଙ୍କୁ ଦେଶରୁ ଫିଙ୍ଗି ଦେବା।
    ସେମାନଙ୍କୁ ଏପରି ଦୁଃଖ ଓ କ୍ଳେଶ ଦେବା ଯେ
    ସେମାନେ ଉପଯୁକ୍ତ ଶିକ୍ଷା ଲାଭ କରି ପାରିବେ।”

19 ହାୟ, ମୁଁ ଯିରିମିୟ ଅତ୍ୟନ୍ତ କ୍ଷତ
    ଓ ବେଦନାଗ୍ରସ୍ତ ତଥାପି ମୁଁ କହିଲି,
“ଏହା ମୋହର ବେଦନା
    ଓ ମୋତେ ଏହା ସହିବାକୁ ହେବ।”
20 ମୋର ତମ୍ବୁ ଧ୍ୱଂସ ପାଇଯାଇଛି।
    ମୋର ତମ୍ବୁର ସମସ୍ତ ରଜ୍ଜୁ ଛିଣ୍ଡି ଯାଇଅଛି।
ମୋର ପିଲାମାନେ ମୋ’ ପାଖରୁ ଗ୍ଭଲି ଯାଇଅଛନ୍ତି।
    ମୋ’ ପାଖରେ ଆଉ କେହି ନାହାନ୍ତି।
ମୋର ତମ୍ବୁକୁ ପ୍ରସାରିବାକୁ
    ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହାନ୍ତି।
21 କାରଣ ପାଳକଗଣ ପଶୁବତ୍ ନିର୍ବୋଧ ହୋଇଅଛନ୍ତି,
    ସେମାନେ, ସଦାପ୍ରଭୁ କ’ଣ ଗ୍ଭହୁଁଛନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସେଥିପାଇଁ ସେମାନେ ଉନ୍ନତି କରୁ ନାହାନ୍ତି
    ଏବଂ ସେମାନଙ୍କର ପିଲାସବୁ ଛିନ୍ନଭିନ୍ନ ହୋଇଅଛନ୍ତି।
22 ଏକ ମହାରବ ଶୁଣ।
    ସେହି ରବ ଉତ୍ତର ଦିଗରୁ ଆସୁଅଛି।
ତହା ଯିହୁଦାର ନଗରସବୁ ଧ୍ୱଂସ କରିବ
    ଓ ତାହା ଏକ ପ୍ରାନ୍ତରରେ ପରିଣତ ହେବ।
    ଆଉ ସେଗୁଡ଼ିକ ଶୃଗାଳର ବାସସ୍ଥାନ ହେବ।

23 ହେ ସଦାପ୍ରଭୁ, ମୁଁ ଜାଣେ, ମନୁଷ୍ୟ ତା’ର ନିଜର ଭାଗ୍ୟକୁ ନିୟନ୍ତ୍ରଣ କରି ପାରିବ ନାହିଁ।
    ସେ କହିପାରେ ନାହିଁ, ତା’ ପାଇଁ କ’ଣ ଘଟିବ।
    ସେ ପ୍ରକୃତ ନ୍ୟାୟ ଓ ଧର୍ମରେ ବଞ୍ଚିବା ଜାଣୁ ନାହିଁ।
24 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ଦମନ କର।
    ମାତ୍ର ସୁବିବେଚନାରେ ତାହା କର।
କ୍ରୋଧରେ ତାହା କର ନାହିଁ,
    ଯଦି ତୁମ୍ଭେ ଏପରି କର ତେବେ ଆମ୍ଭେ ଧ୍ୱଂସ ହୋଇଯିବୁ।
25 ଯଦି ତୁମ୍ଭେ ଆପଣା କୋପ ଢାଳୁଅଛ,
    ତେବେ ଅନ୍ୟ ଦେଶୀୟମାନଙ୍କ ଉପରେ ଢାଳିଦିଅ।
    କାରଣ ସେମାନେ ତୁମ୍ଭକୁ ଜାଣନ୍ତି ନାହିଁ କି ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ।
ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି
    ଓ ସେମାନେ ଇସ୍ରାଏଲ ବଂଶକୁ ବିନାଶ କରିଅଛନ୍ତି
    ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଛନ୍ତି।

ଲୂକ ଲିଖିତ ସୁସମାଗ୍ଭର 20:45-21:4

ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ(A)

45 ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, 46 “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି। 47 କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”

ପ୍ରକୃତ ଦାନ(B)

21 ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି। ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସେହି ବିଧବା ଲୋକଟି ଦାନବାକ୍ସରେ ଦୁଇଟି ତମ୍ବା ପଇସା ପକାଇଲା। ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏହି ଗରିବ ବିଧବାଟି କେବଳ ଦୁଇଟି ତମ୍ବା ପଇସା ଦାନ ଦେଲା। କିନ୍ତୁ ପ୍ରକୃତରେ ସେ ଏହି ଧନୀଲୋକମାନଙ୍କଠାରୁ ବହୁତ ଅଧିକ ଦେଲା। ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center