Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 10

10 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ?
    ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।
ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି
    ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।
ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି
ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି।
    ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।
ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ।
    ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି।
    ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ।
ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି।
    ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ।
    ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି।
ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ।
    ସେମାନେ କହନ୍ତି, “ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।”
ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି।
ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି।
    ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି।
    ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି।
    ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।
ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି
    ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି।
ସେହି ନିରୀହ ଲୋକମାନେ ସହଜରେ
    ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।
10 ବାରମ୍ବାର ସେହି ଦୁଷ୍ଟ ଲୋକମାନେ
    ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
11 ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି।
    ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି।
    ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।”

12 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର।
    ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ!
    ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ।

13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି?
    କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।
14 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ।
    ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର।
ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି।
    ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।

15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର।
    ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି।
    ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର।
17 ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ।
    ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।
18 ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର।
    ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ।
    ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 7:16-26

16 “ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। ସେମାନଙ୍କ ପାଇଁ କାତର ପ୍ରାର୍ଥନା ଉତ୍ସର୍ଗ କର ନାହିଁ। ସେମାନଙ୍କ ସାହାଯ୍ୟ ପାଇଁ ଆମ୍ଭକୁ ନିବେଦନ କର ନାହିଁ, କାରଣ ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିବା ନାହିଁ। 17 ସେମାନେ ଯିହୁଦାର ନଗର ଓ ଯିରୁଶାଲମର ସଡ଼କ ସବୁରେ ଯାହା କରୁଛନ୍ତି ତାହା କ’ଣ ତୁମ୍ଭେ ଦେଖୁ ନାହଁ? 18 ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସେମାନଙ୍କର ପିତାମାନେ ଅଗ୍ନି ସଂଯୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦେବତା ଉଦ୍ଦେଶ୍ୟରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରନ୍ତି। ସେମାନେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।” 19 ସଦାପ୍ରଭୁ କହନ୍ତି, “ଏହିସବୁ କରିବା ଦ୍ୱାରା ସେମାନେ କ’ଣ ମୋତେ ବିରକ୍ତ କରନ୍ତି? ସେମାନେ ନିଜେ ଲଜ୍ଜିତ ହୋଇ ନାହାନ୍ତି କି?”

20 ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏକ ସ୍ଥାନ ଉପରେ, ମନୁଷ୍ୟ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପରେ ଆମ୍ଭର କୋପ ଓ କ୍ରୋଧ ଢଳାଯିବ। ତାହା ଅଗ୍ନି ସଦୃଶ ସବୁ ଦ‌ଗ୍‌ଧ କରିବ, ତାକୁ କେହି ଲିଭାଇ ପାରିବେ ନାହିଁ।”

ସଦାପ୍ରଭୁ ଉତ୍ସର୍ଗ ଅପେକ୍ଷା ମାନ୍ୟତାକୁ ଅଧିକ ଇଚ୍ଛା କରନ୍ତି

21 ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ତୁମ୍ଭେମାନେ ଯାଅ, ତୁମ୍ଭ ଉତ୍ସର୍ଗୀକୃତ ନୈବେଦ୍ୟରେ ହୋମବଳି ଯୋଗ କର ଏବଂ ମାଂସ ଭକ୍ଷ୍ୟଣ କର। 22 ଯେଉଁ ଦିନ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭେ ମିଶରରୁ ବାହାର କରି ଆଣିଲୁ, ସେଦିନ ଆମ୍ଭେ ହୋମ କିଅବା ବଳିଦାନ ବିଷୟରେ ସେମାନଙ୍କୁ କିଛି କହି ନ ଥିଲୁ କିଅବା ଆଜ୍ଞା ଦେଇ ନ ଥିଲୁ। 23 କେବଳ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, ‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭେମାନେ ସେହି ପଥରେ ଗ୍ଭଲିଲେ ତୁମ୍ଭମାନଙ୍କର ମଙ୍ଗଳ ହେବ।’

24 “ମାତ୍ର ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଆମ୍ଭ କଥା ଶୁଣିଲେ ନାହିଁ। ସେମାନେ ସେଥିପ୍ରତି ଧ୍ୟାନ ଦେଲେ ନାହିଁ। ସେମାନେ ଅବାଧ୍ୟ ହୋଇ ନିଜ ନିଜ ମନ୍ତ୍ରଣାରେ ଗ୍ଭଳିତ ହେଲେ। ସେମାନେ ନିଜର ଦୁଷ୍ଟ ଅନ୍ତଃକରଣ ଯୋଗୁଁ ପଶ୍ଚା‌ତ୍‌ବର୍ତ୍ତୀ ହେଲେ, ଅଗ୍ରଗାମୀ ହେଲେ ନାହିଁ। 25 ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସେମାନଙ୍କୁ ପାଇଅଛୁ। 26 ମାତ୍ର ସେମାନେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସେମାନେ ଅବାଧ୍ୟ ହୋଇ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଗ୍ଭରୀ ହେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:7-13

ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯେ ପବିତ୍ର ଓ ସତ୍ୟ, ସେ ତୁମ୍ଭକୁ ଏହି କଥା ଲେଖୁଛନ୍ତି। ସେ ଦାଉଦଙ୍କ ଗ୍ଭବି ହାତରେ ଧରିଛନ୍ତି। ସେ ଯାହା ଖୋଲି ଦିଅନ୍ତି, ତାହା ବନ୍ଦ ହୋଇପାରେ ନାହିଁ।

“ମୁଁ ତୁମ୍ଭର ସବୁକାର୍ଯ୍ୟ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଖୋଲା ରଖିଛି। କେହି ତାହାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମୋର ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମୋ’ ନାମ ଉଚ୍ଚାରଣ କରିବା ପାଇଁ କେବେ ଭୟ କରି ନାହଁ। ଶୁଣ! ତୁମ୍ଭ ମଧ୍ୟରେ ଶୟତାନର ଗୋଟିଏ ଦଳ ଅଛି। ସେମାନେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ମିଥ୍ୟାବାଦୀ। ସେମାନେ ବାସ୍ତବରେ ଯିହୂଦୀ ନୁହନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସେମାନଙ୍କର ମୁଣ୍ଡ ନୁଆଁଇବି। ତେବେ ସେମାନେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ରେମ କରିଛି। 10 ତୁମ୍ଭେ ଧୈର୍ଯ୍ୟର ସହିତ ମୋର ଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।

11 “ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତେବେ କେହି ତୁମ୍ଭର ମୁକୁଟ ହରଣ କରି ପାରିବ ନାହିଁ। 12 ଯେ ବିଜୟୀ ହୁଏ, ତାହାକୁ ମୁଁ ମୋର ପରମେଶ୍ୱରଙ୍କ ମନ୍ଦିରରେ ଗୋଟିଏ ସ୍ତମ୍ଭ ସ୍ୱରୂପ ରଖିବି। ସେ କଦାପି ସେଠାରୁ ସ୍ଥାନଚ୍ୟୁତ ହେବ ନାହିଁ। ମୁଁ ସେହି ଲୋକ ଉପରେ ପରମେଶ୍ୱରଙ୍କ ନାମ ଲେଖିବି। ମୋ’ ପରମେଶ୍ୱରଙ୍କର ନଗରର ନାମ ମଧ୍ୟ ମୁଁ ତା’ ଉପରେ ଲେଖିବି। ଏହି ନଗରର ନାମ “ନୂତନ ଯିରୁଶାଲମ”। ସେହି ନଗର ମୋହର ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ଆସୁଅଛି। ମୁଁ ମୋର ନୂତନ ନାମ ମଧ୍ୟ ସେହି ଲୋକ ଉପରେ ଲେଖିବି। 13 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center