Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 81:1

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।

81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
    ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।

ଗୀତସଂହିତା 81:10-16

10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
    ଆମ୍ଭେ ଖୁଆଇ ଦେବା।

11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
    ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
    ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
    ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
    ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
    ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
    ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 11:1-17

ନିୟମ ଲଙ୍ଘନ

11 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା। ତାହା ହେଉଛି ଏହି, “ହେ ଯିରିମିୟ, ତୁମ୍ଭେ ଏହି ନିୟମର ବାକ୍ୟ ଶୁଣ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଏହା ଜଣାଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଯେଉଁ ବ୍ୟକ୍ତି ଏହି ନିୟମ ପାଳନ ନ କରିବ ତାହା ପ୍ରତି ମନ୍ଦ ଘଟିବ। ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ଯେତେବେଳେ ଆଣିଲୁ ତାହା ଏକ ଲୌହ ଅଗ୍ନିକୁଣ୍ଡ ସଦୃଶ ନାନା ଦୁଃଖ ଦୁର୍ବିପାକରେ ପୂର୍ଣ୍ଣ ଥିଲା।’ ସେତିକି ବେଳେ ସେମାନଙ୍କୁ ବାହାର କରି ଆଣି ଏହି ଆଦେଶ ଦେଇଥିଲୁ, ‘ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ କର। ତାହାହେଲେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା।’

“ଆମ୍ଭେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ଶପଥ କରି କହିଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ ଏକ ଦୁ‌ଗ୍‌ଧମଧୁର ଉର୍ବର ଦେଶ ଦେବା ଓ ତାହା ତୁମ୍ଭେମାନେ ଆଜି ସୁଦ୍ଧା ଉପଭୋଗ କରୁଛ। ଯେକେହି ଏହି ନିୟମ ପାଳନ ନ କରିବ ସେ ଶାପଗ୍ରସ୍ତ ହେବ।”

ମୁଁ ଯିରିମିୟ ଉତ୍ତରରେ କହିଲି, “ହେ ସଦାପ୍ରଭୁ ଆମେନ୍।”

ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୁଶାଲମର ସବୁ ପଥରେ ଏହିସବୁ ପ୍ରଗ୍ଭର କର, ‘ତୁମ୍ଭେମାନେ ଏହି ନିୟମର ବିଧିସବୁ ଶୁଣ ଓ ସେଗୁଡ଼ିକ ପାଳନ କର। ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ। ମାତ୍ର ସେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ। ପ୍ରତ୍ୟେକ ନିଜ ନିଜ ଦୁଷ୍ଟ ଅନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କଲେ। ଚୁକ୍ତି ଅନୁସାରେ ଆଜ୍ଞା ପାଳନ ନ କଲେ ଯାହା ମନ୍ଦ ଘଟିବା କଥା ସେମାନଙ୍କ ଉପରେ ତାହା ବର୍ତ୍ତାଇଲୁ। ତଥାପି ସେମାନେ ପାଳନ କଲେ ନାହିଁ।’”

ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯିହୁଦାର ଲୋକମାନେ ଓ ଯିରୁଶାଲମ ଅଧିବାସୀଗଣ ଗୁପ୍ତ ମନ୍ତ୍ରଣା କରୁଥିବାର ଆମ୍ଭେ ଜାଣୁଅଛୁ। 10 ସେମାନଙ୍କର ପୂର୍ବପୁରୁଷମାନଙ୍କ ପରି ସେମାନେ ଅଧର୍ମ ଆଚରଣ କରିଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଆମ୍ଭର ବାକ୍ୟ ଅଗ୍ରାହ୍ୟ କଲେ ଓ ଅନ୍ୟ ଦେବଗଣଙ୍କୁ ସେବା କଲେ। ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସେମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ଆମ୍ଭର କୃତ ନିୟମ ଲଙ୍ଘନ କରିଅଛନ୍ତି।”

11 ଏଣୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା। ସେମାନେ ସେଥିରୁ ରକ୍ଷା ପାଇପାରିବେ ନାହିଁ। ସେମାନେ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ମଧ୍ୟ ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ। 12 ଯିହୁଦାର ଲୋକମାନେ ଓ ଯିରୁଶାଲମର ନିବାସୀମାନେ ସେମାନଙ୍କ ପାଖରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସେମାନେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସେହି ବିପଦ ସମୟରେ ସେମାନଙ୍କର ସେହି ମୂର୍ତ୍ତିମାନେ ସେମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ।

13 “ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ୟା ସେଠାରେ ଅଧିବାସୀମାନଙ୍କ ସହିତ ସମାନ। ଯିରୁଶାଲମର ରାଜପଥଗୁଡ଼ିକର ସଂଖ୍ୟା ପରି, ତୁମ୍ଭେମାନେ ବହୁତ ବେଦି ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

14 “ତେଣୁ ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ। କାରଣ ସେମାନେ ଦୁଃଖ ଭୋଗିଲାବେଳେ ଆର୍ତ୍ତସ୍ୱରରେ ସାହାଯ୍ୟ ଭିକ୍ଷା କରିବେ। ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।

15 “ଆମ୍ଭ ଗୃହରେ ଆମ୍ଭ ପ୍ରିୟ ଯିହୁଦାର କି କାର୍ଯ୍ୟ?
    କାରଣ ସେ ଅନ୍ୟମାନଙ୍କ ସହିତ ନାନା ବ୍ୟଭିଗ୍ଭର କରିଅଛି।
ହେ ଯିହୁଦା, ତୁମ୍ଭେ କ’ଣ ଭାବିଛ ତୁମ୍ଭର ସ୍ୱତନ୍ତ୍ର ଶପଥ ଓ ପ୍ରାଣୀବଳି, ତୁମ୍ଭକୁ ଧ୍ୱଂସରୁ ରକ୍ଷା କରିବ?
    ତୁମ୍ଭେ କ’ଣ ଚିନ୍ତା କରିଛ ହୋମବଳି ଦ୍ୱାରା ତୁମ୍ଭ ମନ୍ଦକର୍ମର ଶାସ୍ତିରୁ ଉଦ୍ଧାର ପାଇବ?”
16 ସଦାପ୍ରଭୁ ତୁମ୍ଭକୁ ଥରେ ସମ୍ବୋଧନ କରିଥିଲେ,
    “ସୁନ୍ଦର ଫଳରେ ପୂର୍ଣ୍ଣ ହରିତପୂର୍ଣ୍ଣ ଜୀତବୃକ୍ଷ” ବୋଲି।
ମାତ୍ର ତାହା ଲୋକାରଣ୍ୟର ମହାଶବ୍ଦ ପରି ସେ ତହିଁ ଉପରେ ଅଗ୍ନି ଜଳାଇବେ
    ଓ ତାହାର ଶାଖାସବୁ ଜଳି ଯିବ।

17 ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପରେ ମହାବିପଦ ଆସିବ। କାରଣ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସେମାନେ ବା‌‌ଲ୍‌‌ଦେବ ଉଦ୍ଦେଶ୍ୟରେ ଧୂପ ଜଲାଇ ଆମ୍ଭକୁ ବିରକ୍ତ କରିବା ସକାଶେ ନିଜେ ନିଜେ ତାହା ସବୁ କରିଛନ୍ତି।”

ପିତରଙ୍କ ପ୍ରଥମ ପତ୍ର 3:8-12

ସ‌‌‌‌‌ତ୍‌‌‌‌‌କର୍ମ ପାଇଁ ଦୁଃଖ ଭୋଗ

ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର। 10 ଶାସ୍ତ୍ର କୁହେ:

“ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ
    ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ
ସେ ମନ୍ଦକଥା କହିବା
    ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।
11 ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ।
    ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍।
12 ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି,
    ସେମାନଙ୍କର ପ୍ରାର୍ଥନା ସବୁ ସେ ଶୁଣନ୍ତି।
କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି।” (A)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center