Revised Common Lectionary (Semicontinuous)
ପଞ୍ଚମ ପୁସ୍ତକ
(ଗୀତସଂହିତା 107-150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
8 ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।
ଇସ୍ରାଏଲର ଧନସମ୍ପଦ ପ୍ରତିମାପୂଜାର ଅଗ୍ରଗାମୀ
10 ଇସ୍ରାଏଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ।
କିନ୍ତୁ ଯେତେବେଳେ ଇସ୍ରାଏଲ ଅଧିକ ଜିନିଷ ଲାଭକଲେ
ସେତେବେଳେ ସେ ଭଣ୍ତ ଦେବତାଙ୍କ ପୂଜା ପାଇଁ ଅଧିକ ଯଜ୍ଞବେଦି ନିର୍ମାଣ କଲେ।
ତାଙ୍କର ରାଜ୍ୟ ଅଧିକ ଭଲ ହେଲା।
ତେଣୁ ସେ ଭଣ୍ତ ଦେବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।
2 ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଠକିବାକୁ ଚୋଷ୍ଟା କଲେ
କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ।
ସଦାପ୍ରଭୁ ସେମାନଙ୍କର ଯଜ୍ଞବେଦିକୁ ଭାଙ୍ଗି ଦେବେ।
ସେ ସେମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ଦେବେ।
ଇସ୍ରାଏଲୀୟମାନଙ୍କ ମନ୍ଦ ନିଷ୍ପତ୍ତି
3 ବର୍ତ୍ତମାନ ଇସ୍ରାଏଲୀୟମାନେ କୁହନ୍ତି, “ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁ ନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରି ପାରିବେ ନାହିଁ।”
4 ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ।
5 ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା। 6 ଅଶୂରକୁ ମହାନ ରାଜାଙ୍କ ଉପହାର ସ୍ୱରୂପ ଏହାକୁ ନିଆଗଲା। ସେ ଇଫ୍ରୟିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇସ୍ରାଏଲ ତା’ର ମୂର୍ତ୍ତି ପାଇଁ ଲଜ୍ଜିତ ହେବ। 7 ପାଣିରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିୟାର ରାଜା ଧ୍ୱଂସ ହେବେ।
8 ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେନ୍ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା’ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”
ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ
9 “ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। 10 ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ।
11 “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା’ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”
12 ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।
13 କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। 14 ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। 15 ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର(A)
17 ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
18 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। 19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”
20 ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”
21 ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା’ପରେ ଆସ ଓ ମୋର ଅନୁସରଣ କର।”
22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା’ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।
2010 by World Bible Translation Center