Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
8 ତୁମ୍ଭେ ମିଶରରୁ ଗୋଟିଏ
“ଦ୍ରାକ୍ଷାଲତା” ଆଣିଲ।
ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ
ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର।
9 ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ।
ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା।
“ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା।
10 ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ
ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା।
11 ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା
ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12 ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ?
ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି।
13 ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ,
ବନର ପଶୁଗଣ ତା’ର ପତ୍ର ଖାଇଯା’ନ୍ତି।
14 ହେ ସର୍ବଶକ୍ତିମାନ ପରମେଶ୍ୱର ଫେରି ଆସ।
ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15 ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ।
ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ।
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା।
ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମ ଯାହା ଉପରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନେବେ। ପରମେଶ୍ୱର ସମସ୍ତ ଅନ୍ନ ଓ ଜଳ ଦୂରେଇ ନେବେ। 2 ଆଉମଧ୍ୟ ପରମେଶ୍ୱର ସମସ୍ତ ଯୋଦ୍ଧା ଓ ବୀର, ବିଗ୍ଭରକର୍ତ୍ତା ଓ ଭବିଷ୍ୟଦ୍ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂରେଇ ନେବେ। 3 ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ।
4 ପରମେଶ୍ୱର କୁହନ୍ତି, “ସେମାନଙ୍କ ଉପରେ ଶାସନ କରିବା ପାଇଁ ମୁଁ ଯୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସେମାନଙ୍କୁ ପରିଗ୍ଭଳନା କରିବେ। 5 ଜଣେ ଅନ୍ୟ ଜଣଙ୍କ ଦ୍ୱାରା ଓ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ପ୍ରତିବାସୀ ଦ୍ୱାରା ଆପଣା ପ୍ରତିବାସୀ ଦୁଃଖ କରିବେ। ବଳିଷ୍ଠ ବ୍ୟକ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଯତ୍ନ ନେବେ ନାହିଁ। ସାଧାରଣ ବ୍ୟକ୍ତି ମହତ ଲୋକମାନଙ୍କୁ ସମ୍ମାନ ଜଣାଇବେ ନାହିଁ।”
6 ସେତେବେଳେ କେହିଜଣେ ବ୍ୟକ୍ତି ନିଜ ପରିବାର ମଧ୍ୟରୁ ଜଣକୁ ଧରି କହିବେ, “ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହେବ। ତୁମ୍ଭେ ଏହି ନିପାତିତ ରାଜ୍ୟର ଅଧିପତି ହେବ।”
7 ମାତ୍ର ସେହି ଭାଇଟି ଉଚ୍ଚସ୍ୱରରେ କହିବ, “ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ଗୃହରେ ପ୍ରଚୁର ଖାଦ୍ୟ ଓ ବସ୍ତ୍ର ନାହିଁ। ମୋତେ ତୁମ୍ଭେମାନେ ତୁମ୍ଭର ଶାସନକର୍ତ୍ତା କର ନାହିଁ।”
8 ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି।
9 ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି।
10 ଉତ୍ତମ ଲୋକମାନଙ୍କୁ କୁହ, ସେମାନେ ଉତ୍ତମଫଳ ଭୋଗ କରିବେ। ସେମାନେ ସେମାନଙ୍କର ସୁକର୍ମ ଯୋଗୁଁ ପୁରସ୍କୃତ ହେବେ। 11 ମାତ୍ର ଦୁରାଗ୍ଭରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହେବ। ସେମାନଙ୍କୁ ବହୁକଷ୍ଟ ଆସିବ। ସେମାନେ ସେମାନଙ୍କର କୁକର୍ମ ଯୋଗୁଁ ଦଣ୍ଡିତ ହେବେ। 12 ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ।
ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି।
ଆପଣାର ଲୋକମାନଙ୍କ ସମ୍ବନ୍ଧରେ ପରମେଶ୍ୱରଙ୍କ ନିଷ୍ପତ୍ତି
13 ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଗ୍ଭର କରିବେ। 14 ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସେମାନଙ୍କ ବିରୁଦ୍ଧରେ ବିଗ୍ଭର ଦେବେ।
ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଯିହୁଦାର ଦ୍ରାକ୍ଷାକ୍ଷେତ୍ରକୁ ଭସ୍ମ କରି ଦେଇଛ। ଦରିଦ୍ରମାନଙ୍କର ଧନକୁ ଲୁଣ୍ଠନ କରିଛ ଏବଂ ସେହି ଧନ ଏବେ ମଧ୍ୟ ତୁମ୍ଭମାନଙ୍କ ଗୃହରେ ଅଛି। 15 ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
16 ସଦାପ୍ରଭୁ ପୁଣି କୁହନ୍ତି, “ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠା ବୋଲି ଦେଖାଇ ହୋଇ ମଥା ଉନ୍ନତ୍ତ କରି ବୁଲନ୍ତି। ସେମାନେ କଟାକ୍ଷପାତ କରି ଚଞ୍ଚଳ ଗତିରେ ଗ୍ଭଲିଲାବେଳେ ସେମାନଙ୍କର ପାଦର ନୂପୁର ରୁଣୁଝୁଣୁ ହୁଏ।”
17 ମୋର ପ୍ରଭୁ ସେହି ସିୟୋନ କନ୍ୟାମାନଙ୍କର ମସ୍ତକରେ ଘାଆ କରିବେ। ସଦାପ୍ରଭୁ ସେହି ସ୍ତ୍ରୀଲୋକମାନଙ୍କର ମସ୍ତକର କେଶ ରାଶିକୁ ଉତ୍ପାଟନ କରିବେ।
ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ
32 ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ। 33 ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ। 34 ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
35 ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭେମାନେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭେମାନେ ପ୍ରଚୁର ମାତ୍ରାରେ ପୁରସ୍କାର ପାଇବ। 36 ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ। 37 ଆଜି ଅଳ୍ପ ସମୟରେ,
“ଯାହାଙ୍କ ଆସିବା କଥା ସେ ଆସିବେ,
ତାହାଙ୍କର ଡେରି ହେବ ନାହିଁ।
38 ଯେଉଁ ଲୋକ ମୋ’ ସହିତ ଧାର୍ମିକ,
ତା’ର ବିଶ୍ୱାସ ହେତୁ ସେ ଜୀବିତ ରହିବ।
କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ,
ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।” (A)
39 କିନ୍ତୁ ଆମ୍ଭେ ସେହି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ୱାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସେମାନଙ୍କ ଭଳି ଅଟୁ।
2010 by World Bible Translation Center