Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।
81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
ଆମ୍ଭେ ଖୁଆଇ ଦେବା।
11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”
ଯିହୁଦା ବିଶ୍ୱସ୍ତ ନ ଥିଲା
2 ଆଉ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା: 2 “ହେ ଯିରିମିୟ, ଯାଅ, ଯିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଗ୍ଭର କରି ଏହିକଥା କୁହ, ସଦାପ୍ରଭୁ ଏହିକଥା କହିଲେ:
“‘ତୁମ୍ଭେମାନେ ଯୌବନ କାଳରେ ଅତ୍ୟନ୍ତ ବିଶ୍ୱସ୍ତ ଥିଲ,
ବିବାହ ସମୟରେ ପ୍ରେମ କଲ, ମୋ’ ପଛେ ପଛେ ଧାଉଁଥିଲ
ଏବଂ ତୁମ୍ଭେମାନେ ମୋତେ ପ୍ରାନ୍ତରରେ ଅନୁସରଣ କଲ,
ଯେଉଁ ଭୂମିରେ କିଛି ଜନ୍ମେ ନାହିଁ।
3 ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲର ଲୋକମାନେ ପବିତ୍ର।
ସେମାନେ ସଦାପ୍ରଭୁଙ୍କର ପ୍ରଥମ ସଂଗୃହୀତ ଫଳ।
ଯେଉଁମାନେ ସେମାନଙ୍କୁ ଗ୍ରାସ କରନ୍ତି ସେମାନେ ଦୋଷୀ ଗଣାଯିବେ
ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”’
ଏହା ସଦାପ୍ରଭୁ କହନ୍ତି
14 “ଇସ୍ରାଏଲୀୟମାନେ କ’ଣ କ୍ରୀତଦାସ?
ସେମାନେ କ’ଣ ଆଜନ୍ମ କିଙ୍କର?
ତେବେ ସେମାନେ କାହିଁକି ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ହୋଇଅଛନ୍ତି?
15 ଯୁବା ସିଂହାସନ ତାହା ଉପରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି।
ସେମାନେ ତାହାର ଦେଶସବୁ ଧ୍ୱଂସ କରିଅଛନ୍ତି।
ତାହାର ନଗରଗୁଡ଼ିକ ଦଗ୍ଧ କରିଅଛନ୍ତି
ଓ ତାହାକୁ ଜନଶୂନ୍ୟ କରିଅଛନ୍ତି।
16 ଅଧିକନ୍ତୁ ନୋଫର ଓ ତଫନ୍ହେଷର ସନ୍ତାନଗଣ
ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।
17 ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି।
କାରଣ ପରମେଶ୍ୱର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନେବା ବେଳେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିଅଛ।
18 ଆଉ ଏବେ ଶୀହୋରର ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ?
ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ
ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?
19 ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ।
ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ।
ତୁମ୍ଭେ ଉତ୍ତମ ରୂପେ ବିବେଚନା କର।
ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ।
ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ
ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।”
ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।
20 “ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି
ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ।
ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’
ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ
ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ।
21 ହେ ଯିହୁଦା, ମୁଁ ତୁମ୍ଭକୁ ସ୍ୱତନ୍ତ୍ର ବୀଜରୁ ଉତ୍ପନ୍ନ
ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି।
ତେବେ ତୁମ୍ଭେ କାହିଁକି
ବନ୍ୟ ଦ୍ରାକ୍ଷାଲତା ହେଲ?
22 ଯଦିଓ ତୁମ୍ଭେ ସୋଢ଼ାରେ ନିଜକୁ ଧୌତ କରିଅଛ
ଓ ବହୁତ ସାବୁନ ବ୍ୟବହାର କରିଅଛ,
ତଥାପି ତୁମ୍ଭର ଦୋଷ ଆମ୍ଭ ଦୃଷ୍ଟିରେ କ୍ଷାରିତ ନ ହୋଇ ସେହିପରି ରହିଅଛି।”
ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଏକ ମାତାଙ୍କର ବିଶେଷ ଅନୁରୋଧ(A)
20 ତା’ପରେ ଜେବଦୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ଏବଂ ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସେମାନଙ୍କର ମା ଯୀଶୁଙ୍କୁ ପ୍ରଣାମ କଲେ। ସେ ସେମାନଙ୍କ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
21 ଯୀଶୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହୁଁଛ?”
ସେ କହିଲେ, “ଆପଣ ପ୍ରତିଜ୍ଞା କରି କୁହନ୍ତୁ ଯେ, ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଅନ୍ୟ ଜଣକ ବାମପଟେ ବସିବ।”
22 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?”
ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭେମାନେ ମଧ୍ୟ ପ୍ରକୃତରେ ସେହିଭଳି ଯାତନା ଭୋଗ କରିବ। କିନ୍ତୁ ମୋର ଡାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। କାରଣ, କିଏ କେଉଁଠାରେ ବସିବେ, ତାହା ମୋର ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସେମାନଙ୍କ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସେମାନେ ସେହି ସ୍ଥାନରେ ବସିବେ।”
24 ଅନ୍ୟ ଦଶ ଜଣ ଶିଷ୍ୟ ଏ କଥା ଶୁଣି ସେହି ଦୁଇଭାଇଙ୍କ ଉପରେ ରାଗିଗଲେ। 25 ଯୀଶୁ ସବୁ ଶିଷ୍ୟଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସେମାନଙ୍କ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ୟ ଜାଣ ଯେ, ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ସମାନଙ୍କର କର୍ତ୍ତୃତ୍ୱ ସେମାନଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। 26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ରରେ ସେହିଭଳି ହେବ ନାହିଁ। ତୁମ୍ଭ ଭିତରୁ ଯଦି କେହି ବଡ଼ ହେବାକୁ ଇଚ୍ଛା କରୁଛି, ତେବେ ସେ ଜଣେ ସେବକ ଭଳି ତୁମ୍ଭମାନଙ୍କର ସେବା କରିବ। 27 ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। 28 ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”
2010 by World Bible Translation Center