Revised Common Lectionary (Semicontinuous)
ଯିରିମିୟଙ୍କୁ ପରମେଶ୍ୱରଙ୍କ ଡାକରା
4 ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା।
5 “ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ
ଆମ୍ଭେ ତୁମ୍ଭକୁ ଜାଣିଲୁ।
ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ
ଆମ୍ଭେ ତୁମ୍ଭକୁ ଅଲଗା କଲୁ
ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟଦ୍ବକ୍ତା ରୂପେ ନିଯୁକ୍ତ କଲୁ।”
6 ତା’ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”
7 ମାତ୍ର ସଦାପ୍ରଭୁ ମୋତେ କହିଲେ,
“ଆମ୍ଭେ ଜଣେ ବାଳକ ବୋଲି, ‘କୁହ ନାହିଁ।’
କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ।
ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
8 ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ,
କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।”
ଏହା ସଦାପ୍ରଭୁ କହନ୍ତି।
9 ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ,
“ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।
10 ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ।
ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ,
ବିନାଶ ଓ ନିପାତ କରିବ।
କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।”
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
18 ତୁମ୍ଭେମାନେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇସ୍ରାଏଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭେମାନେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭେମାନେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ। 19 ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି। 20 ସେମାନେ ଆଦେଶକୁ ସହି ପାରିଲେ ନାହିଁ: “ଯଦି କିଏ, କୌଣସି ପଶୁ ମଧ୍ୟ ପର୍ବତକୁ ଛୁଏଁ ତା’ହେଲେ ତାହାକୁ ପଥର ଆଘାତ ଦ୍ୱାରା ମାରି ଦେବାକୁହେବ।” [a] 21 ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।” [b]
22 କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। [c] ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ। 23 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ [d] ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ। 24 ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ [e] ନିକଟକୁ ଆସିଛ।
25 ସାବଧାନ ରୁହ, ଓ ପରମେଶ୍ୱର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତେବେଳେ ସେ ପୃଥିବୀର ସେହି ଲୋକମାନଙ୍କୁ ସତର୍କ କଲେ, ସେତେବେଳେ ସେମାନେ ତାହାଙ୍କ କଥା ଅଗ୍ରାହ୍ୟ କଲେ। କିନ୍ତୁ ସେମାନେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ୱର ସ୍ୱର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସେମାନଙ୍କ ଲାଗି ଅତି ଖରାପ ହେବ। 26 ଆଗରୁ ଯେତେବେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, “ଆଉ ଥରେ ମୁଁ କମ୍ପାଇବି କେବଳ ପୃଥିବୀକୁ ନୁହେଁ ବରଂ ମୁଁ ସ୍ୱର୍ଗକୁ ମଧ୍ୟ କମ୍ପାଇବି।” [f] 27 “ଆଉ ଥରେ” କହିବା ଅର୍ଥ ଯେ ଯାହାକିଛି ନିର୍ମିତ ହୋଇଥିଲା, ସେ ସବୁ ନଷ୍ଟ ହୋଇ ଯିବ। ସେହିଗୁଡ଼ିକୁ ଟଳମଳ କରାଯାଇ ପାରିବ ଓ ଯେଉଁ ବିଷୟ ଗୁଡ଼ିକୁ ଟଳମଳ କରାଯାଇ ପାରିବ ନାହିଁ ସେଗୁଡ଼ିକ ରହିବେ।
28 ଅତଏବ, ଆମ୍ଭେ ଧନ୍ୟବାଦ ଦେବା କଥା ଯେ, ଯେଉଁ ସାମ୍ରାଜ୍ୟ ଆମ୍ଭକୁ ଦିଆଯାଇଛି, ତାହା ଟଳମଳ ହୋଇ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ୟବାଦ ଅର୍ପଣ କରିବା ଉଚିତ୍, ଓ ଏପରି ପଦ୍ଧତିରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ୱରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା। 29 କାରଣ ଆମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।
ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ
10 ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11 ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12 ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।
14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”
15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ [a] ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17 ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।
2010 by World Bible Translation Center