Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
8 ତୁମ୍ଭେ ମିଶରରୁ ଗୋଟିଏ
“ଦ୍ରାକ୍ଷାଲତା” ଆଣିଲ।
ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ
ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର।
9 ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ।
ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା।
“ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା।
10 ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ
ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା।
11 ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା
ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12 ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ?
ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି।
13 ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ,
ବନର ପଶୁଗଣ ତା’ର ପତ୍ର ଖାଇଯା’ନ୍ତି।
14 ହେ ସର୍ବଶକ୍ତିମାନ ପରମେଶ୍ୱର ଫେରି ଆସ।
ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15 ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ।
ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ।
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା।
ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
18 ସେହି ସମୟରେ, ସଦାପ୍ରଭୁ ସେହି ସ୍ତ୍ରୀଲୋକମାନେ ଗର୍ବ କରୁଥିବା ଜିନିଷଗୁଡ଼ିକୁ ସେମାନଙ୍କଠାରୁ କାଢ଼ିନେବେ। ସେ ସେମାନଙ୍କ ପାଦରୁ ନୂପୁର ଏବଂ ସେମାନଙ୍କ ବେକରୁ ଚନ୍ଦ୍ରାହାର କାଢ଼ିନେବେ।’ 19 ଆଉ ମଧ୍ୟ କର୍ଣ୍ଣକୁଣ୍ଡଳ, ଚୁଡ଼ି ଓ ଘୁମଟା କାଢ଼ିନେବେ। 20 ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ 21 ମୁଦି ଓ ନୋଥ, 22 ଉତ୍ସବ କାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ ଓ ଟଙ୍କା ଥଳି 23 ଦର୍ପଣ ଓ ସୂକ୍ଷ୍ମବସ୍ତ୍ର ଓ ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।
24 ସେହି ସ୍ତ୍ରୀଲୋକମାନଙ୍କର ସୁଗନ୍ଧ ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ଓ କ୍ଲେଦରେ, କଟିବସ୍ତ୍ର ରଜ୍ଜୁରେ ସୁନ୍ଦର ମଥା ବିନା କେଶରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ରରେ ସେମାନଙ୍କ ସୌନ୍ଦର୍ଯ୍ୟ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।
25 ସେହି ସମୟରେ ତୁମ୍ଭର ପୁରୁଷଗଣ ଖଡ଼୍ଗ ଘାତରେ ଓ ଯୋଦ୍ଧାଗଣ ଯୁଦ୍ଧରେ ନିହତ ହେବେ। 26 ସିୟୋନ ନଗରରେ ଦ୍ୱାରଦେଶ ଶୋକ ଓ ବିଳାପରେ ମୁଖରିତ ହେବ। ଯିରୁଶାଲମ ଗ୍ଭେରଦ୍ୱାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ୟ ହୋଇ ପଡ଼ି ରହିବ। ସେ ଭୂମି ଉପରେ ବସି କେବଳ ବିଳାପ କରିବ।
4 ସେହି ସମୟରେ ସାତ ଜଣ ସ୍ତ୍ରୀ ଏକ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ଆମ୍ଭ ନିଜର ଅନ୍ନ ଭୋଜନ କରିବୁ ଓ ନିଜର ବସ୍ତ୍ର ପରିଧାନ କରିବୁ। ତୁମ୍ଭେ ଯଦି ଆମ୍ଭମାନଙ୍କୁ ବିବାହ କରିବ ତାହାହେଲେ ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟ କରିବୁ। ଆମ୍ଭମାନଙ୍କୁ କେବଳ ତୁମ୍ଭର ନାମରେ ଖ୍ୟାତ କର ଓ ଆମ୍ଭମାନଙ୍କର ଲଜ୍ଜା ଅପମାନକୁ ଦୂର କର।”
2 ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ। 3 ସେହି ସମୟରେ ସିୟୋନ ଓ ଯିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ୱତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହେବେ। ଏହା ସେହି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ୱତନ୍ତ୍ର ତାଲିକାରେ ଥିବେ ଓ ସେହି ତାଲିକାଭୁକ୍ତ ଲୋକେ କେବଳ ବଞ୍ଚି ରହିବେ।
4 ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧୌତ କରିବେ। ସେ ଯିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦେବେ। ପରମେଶ୍ୱର ତାଙ୍କର ନ୍ୟାୟ ଆତ୍ମାକୁ ପ୍ରୟୋଗ କରିବେ। ଆଉ ମଧ୍ୟ ସେ ତାଙ୍କର ଜ୍ୱଳନ୍ତ ଆତ୍ମାକୁ ବ୍ୟବହାର କରିବେ। 5 ସେତେବେଳେ ପରମେଶ୍ୱର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସରେ ପରମେଶ୍ୱର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରିରେ ଜ୍ୱଳନ୍ତ ଅଗ୍ନିଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହେବ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘରେ ଆଚ୍ଛାଦିତ ହେବ। ପ୍ରତ୍ୟେକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହେବ। 6 ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହେବ। ଏହା ଦିବସରେ ସୂର୍ଯ୍ୟ ତାପରୁ ସୁରକ୍ଷା ଦେବ ଓ ସମସ୍ତ ବନ୍ୟା, ଝଡ଼ ଓ ବର୍ଷାରୁ ଏହି ଛାୟା ରକ୍ଷା କରିବ।
15 “ଭବିଷ୍ୟଦ୍ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ [a] ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) 16 “ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। 17 ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। 18 ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।
19 “ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। 20 କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ [b]ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। 21 କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ।
22 “ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।
23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।
26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ।
2010 by World Bible Translation Center