Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 1:1

ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 1:10-20

10 ହେ ସଦୋମର ପ୍ରାଚୀନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହମୋରାର ଲୋକମାନେ, ପରମେଶ୍ୱରଙ୍କ ଶିକ୍ଷାସମୂହ ପ୍ରତି ଧ୍ୟାନ ଦିଅ। 11 ପରମେଶ୍ୱର କୁହନ୍ତି, “ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ? ମୁଁ ମେଷର ଓ ହୃଷ୍ଟପୁଷ୍ଟ ଗୋରୁଗାଈର ମେଦର ହୋମବଳି ପ୍ରତି ବିତୃଷ୍ଣା ହୋଇ ଯାଇଛି। ମୁଁ ଆଉ ଷଣ୍ଢ, ମେଷ ଓ ଛାଗମାନଙ୍କର ରକ୍ତ ଗ୍ଭହେଁ ନାହିଁ। 12 “ଯେତେବେଳେ ତୁମ୍ଭେମାନେ ମୋତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭେମାନେ ମୋର ପ୍ରାଙ୍ଗଣରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା?

13 “ତୁମ୍ଭେମାନେ ମୋତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ୟା, ସ୍ୱତନ୍ତ୍ର ପର୍ବ ଓ ବିଶ୍ରାମ ଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭେମାନେ ପବିତ୍ର ମହାସଭାରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ। 14 ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସେହିସବୁ ଭାର ଆମ୍ଭ ପ୍ରତି କ୍ଳେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଳାନ୍ତ ହୋଇଅଛୁ।

15 “ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ।

16 “ତୁମ୍ଭେମାନେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦକାର୍ଯ୍ୟରୁ ନିବୃତ୍ତ ହୁଅ। ମୁଁ ତୁମ୍ଭମାନଙ୍କର ସେହି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ। 17 ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ୟାୟ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାଯ୍ୟ କର। ବିଧବାମାନଙ୍କୁ ସାହାଯ୍ୟ କର।”

18 ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ।

19 “ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ଦେବ ଓ ମୋର ଆଜ୍ଞାବହ ହେବ ତେବେ ତୁମ୍ଭେମାନେ ଦେଶରେ ଉତ୍ତମ ଫଳ ଭୋଗ କରିବ। 20 ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ନ ଦିଅ ଏବଂ ମୋର ବିରୁଦ୍ଧାଚରଣ କର, ତେବେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ୱଂସ କରିବେ।”

ସଦାପ୍ରଭୁ ନିଜେ ଏହିସବୁ କହିଛନ୍ତି।

ଗୀତସଂହିତା 50:1-8

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।

ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
    ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
    ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
    ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।

ଗୀତସଂହିତା 50:22-23

22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
    ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
    ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
    ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”

ଏବ୍ରୀ 11:1-3

ବିଶ୍ୱାସ

11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।

ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।

ଏବ୍ରୀ 11:8-16

ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ। ପରମେଶ୍ୱର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସେହି ସ୍ଥାନରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ୱାସ ଥିବା ହେତୁ ସେ ଏପରି କଲେ। ଇସ୍‌ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁରେ ରହିଲେ। ଇସ୍‌ହାକ ଓ ଯାକୁବ ମଧ୍ୟ 10 ପରମେଶ୍ୱରଙ୍କଠାରୁ ସେହି ପ୍ରତିଜ୍ଞା ପାଇଥିଲେ।। ଅବ୍ରହାମ ସୁଦୃଢ଼ ମୂଳଦୁଆ ଥିବା ନଗରୀ [a]ର ଅପେକ୍ଷାରେ ଥିଲେ। ପରମେଶ୍ୱର ସ୍ୱୟଂ ସେହି ନଗରୀଟିର ଯୋଜନା ଓ ନିର୍ମାଣ କରିଥିଲେ।

11 ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ। 12 ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସେହି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ୟ ସନ୍ତାନ ଜନ୍ମଗ୍ରହଣ କଲେ।

13 ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି। 14 ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି। 15 ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। 16 କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।

ଲୂକ ଲିଖିତ ସୁସମାଗ୍ଭର 12:32-40

ଧନ ଉପରେ ଭରସା ରଖ ନାହିଁ

32 “ହେ ସାନ ମେଷପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ଦେବାକୁ ଗ୍ଭହାନ୍ତି। 33 ତେଣୁ ତୁମ୍ଭେମାନେ ନିଜର ସମସ୍ତ ସମ୍ପତ୍ତି ବିକି ଦେଇ ସେହି ଟଙ୍କା ଗରିବ ଲୋକଙ୍କ ମଧ୍ୟ ବାଣ୍ଟିଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବ ନାହିଁ। ତେଣୁ ସବୁଦିନ ରହି ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ୱର୍ଗରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ୱର୍ଗରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କେହି ଗ୍ଭେରେଇ ନେଇ ପାରିବ ନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ। 34 ତୁମ୍ଭମାନଙ୍କର ଧନସମ୍ପତ୍ତି ଯେଉଁଠାରେ ରହିବ, ତୁମ୍ଭମାନଙ୍କ ହୃଦୟ ମଧ୍ୟ ସେହିଠାରେ ରହିବ।

ସର୍ବଦା ପ୍ରସ୍ତୁତ ରୁହ(A)

35 “କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡ଼ିକ ଜଳେଇ ରଖ। 36 ବିବାହ ଭୋଜିରୁ ଫେରି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଗ୍ଭକରମାନଙ୍କ ଭଳି ହୁଅ। କାରଣ ମାଲିକ ଫେରି ଆସି କବାଟ ବାଡ଼େଇବା ମାତ୍ରେ ଗ୍ଭକରମାନେ ସଙ୍ଗେ ସଙ୍ଗେ ମାଲିକକୁ ଦୁଆର ଫିଟେଇ ଦେବେ। 37 ସେହି ଗ୍ଭକରମାନେ ଧନ୍ୟ, ଯେଉଁମାନଙ୍କୁ ମାଲିକ ଫେରି ଆସି ଦେଖିବେ ଯେ ସେମାନେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ମଧ୍ୟ ସେମାନଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସେମାନଙ୍କୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦେବେ। 38 ସେହି ଗ୍ଭକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା’ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ମାଲିକ ଯେତେବେଳେ ଫେରି ଆସି ସେମାନଙ୍କୁ ସେପର୍ଯ୍ୟନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତେବେଳେ ସେମାନେ ଖୁସୀ ହୋଇ ଯିବେ।

39 “ମନେରଖ, ଯଦି ଘରର ମାଲିକ ଆଗରୁ ଜାଣି ପାରନ୍ତି ଯେ, ଗ୍ଭେର କେତେବେଳେ ଆସିବ, ତେବେ ସେ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 40 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ରୁହ। କାରଣ ମନୁଷ୍ୟପୁତ୍ର ଏପରି ଏକ ସମୟରେ ଆସିବେ, ଯେଉଁ ସମୟରେ ସେ ଆସିବେ ବୋଲି ତୁମ୍ଭେମାନେ ଆଦୌ ଭାବି ପାରି ନ ଥିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center