Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।
75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।
2 ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
3 ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
କିନ୍ତୁ ମୁଁ ତାକୁ ସ୍ଥିର କରିବି।
4-5 “କିଛି ଲୋକ ବହୁତ ଗର୍ବୀ,
ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।”’
6 କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
ପୃଥିବୀର କୌଣସି ଶକ୍ତି ନାହିଁ।
7 ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
9 ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”
ଭବିଷ୍ୟଦ୍ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ
15 ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। 16 ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।”
ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।”
17 ତା’ପରେ ସେ ବିହ୍ୱଳ ହେବା ପର୍ଯ୍ୟନ୍ତ ତାଙ୍କୁ ସେମାନେ ପ୍ରବର୍ତ୍ତାନ୍ତେ, ସେ କହିଲେ, “ଭଲ କଥା, ଏଲିୟଙ୍କୁ ଖୋଜିବାକୁ ଲୋକ ପଠାଅ।”
ସେମାନେ ଦଳେ ଭବିଷ୍ୟଦ୍ବକ୍ତାମାନେ ପଗ୍ଭଶ୍ ଜଣ ଲୋକଙ୍କୁ ପଠାଇଲେ। ସେମାନେ ତିନି ଦିନ ଖୋଜିଲେ, ମାତ୍ର ଏଲିୟଙ୍କୁ ପାଇଲେ ନାହିଁ। 18 ପୁଣି ସେମାନେ ଯିରୀହୋରେ ଇଲୀଶାୟ ନିକଟକୁ ଯାଇ କହିଲେ, “ସେମାନେ ଏଲିୟଙ୍କୁ ପାଇଲେ ନାହିଁ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭମାନଙ୍କୁ ନ ଯିବା ପାଇଁ ମୁଁ କହିଥିଲି।”
ଇଲୀଶାୟ ଜଳକୁ ନିର୍ମଳ କରନ୍ତି
19 ନଗରର ଲୋକମାନେ ଇଲୀଶାୟ ନିକଟକୁ ଯାଇ କହିଲେ, “ମହାଶୟ ତୁମ୍ଭେ ଦେଖି ପାରିବ ଯେ, ଏହି ନଗରଟି ଅତି ସୁନ୍ଦର ଭାବରେ ଅବସ୍ଥିତ ଅଛି। ମାତ୍ର ଏହାର ଜଳ ଅତ୍ୟନ୍ତ ଦୂଷିତ ହୋଇଯାଇଛି, ତେଣୁ ଭୂମି ଉତ୍ତମ ଶସ୍ୟ ଦେଉ ନାହିଁ।”
20 ଇଲୀଶାୟ କହିଲେ, “ମୋତେ ଗୋଟିଏ ନୂତନ ପାତ୍ର ଆଣି ଦିଅ ଓ ତହିଁରେ କିଛି ଲୁଣ ରଖ।”
ତହୁଁ ଲୋକମାନେ ପାତ୍ରଟିଏ ଆଣି ଇଲୀଶାୟଙ୍କୁ ଦେଲେ। 21 ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ଯାଇ ଲବଣକୁ ଜଳରେ ପକାଇଲେ ଓ କହିଲେ, “ସଦାପ୍ରଭୁ ଏହି କଥା କୁହନ୍ତି, ‘ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ୟୁର କାରଣ ହେବ ନାହିଁ କିଅବା ଜମିରେ ଅଙ୍ଗୁର ବଢ଼ାଇବାରେ ବାଧକ ହେବ ନାହିଁ।’”
22 ଜଳ ନିର୍ମଳ ହେଲା। ଇଲୀଶାୟଙ୍କ ବାକ୍ୟାନୁସାରେ ତାହା ଆଜି ପର୍ଯ୍ୟନ୍ତ ନିର୍ମଳ ରହିଅଛି।
ସମସ୍ତଙ୍କୁ ଭଲ ପାଅ
7 ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। 8 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
9 ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା’ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।
2010 by World Bible Translation Center