Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
12 ଏହା ପରେ ଆତ୍ମା ମୋତେ ଉପରକୁ ଉଠାଇଲା, ଏବଂ ମୁଁ ମୋର ପଛରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ୱନି ଥିଲା, ଏହା ଶୁଣାଗଲା, “ଧନ୍ୟ ସଦାପ୍ରଭୁଙ୍କର ମହିମା।” 13 ସେହି ଜୀବିତ ପ୍ରାଣୀମାନଙ୍କର ଡେଣା ଦ୍ୱାରା ପରସ୍ପର ଝାଡ଼ି ହେବାର ଶବ୍ଦ ଥିଲା ଏବଂ ସେମାନଙ୍କର ଚକସବୁର ଗର୍ଜନ ଏକ ବଜ୍ରଧ୍ୱନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ୱର ପରି ଉଚ୍ଚ ଥିଲା। 14 ତା’ପରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲା। ମୁଁ ଦୁଃଖିତ ହୃଦୟରେ କ୍ରୋଧିତ ହୋଇ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମୋତେ ଧରିଥିଲା। 15 ତେବେ ମୁଁ ତେଲ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସେମାନେ ଯେଉଁ ସ୍ଥାନରେ ବାସ କରୁଥିଲେ, ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ବିବ୍ରତ ଓ ନୀରବରେ ସାତ ଦିନ ବସି ରହିଲି।
The Watchman of Israel
16 ଅନନ୍ତର ସାତ ଦିନ ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟକୁ ଆସିଲା। 17 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। 18 ଯଦି ଆମ୍ଭେ ସେହି ଦୁଷ୍ଟ ଲୋକଟିକୁ କହୁ, ‘ତୁମ୍ଭେ ନିଶ୍ଚିତ ଭାବରେ ମରିବ।’ ଏବଂ ଯଦି ତୁମ୍ଭେ ସେହି ଦୁଷ୍ଟ ଲୋକର କୁକର୍ମରୁ ତା’ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସେପରି ଦୁଷ୍ଟ ଲୋକ ତା’ର ପାପ ପାଇଁ ମରିବ କିନ୍ତୁ ତା’ର ମୃତ୍ୟୁ ପାଇଁ ମୁଁ ତୁମ୍ଭକୁ ଦାୟୀ କରିବି।
19 “ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ୟକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେରେ; ସେ ନିଜ ଦୋଷ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ୱାରା ଆପଣା ପ୍ରାଣରକ୍ଷା କର।
20 “ସେହିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହେବା ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା’ ସମ୍ମୁଖରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତେବେ ସେ ମୃତ୍ୟୁବରଣ କରିବ ଏବଂ ତା’ର ପୁଣ୍ୟକର୍ମସବୁ ହିସାବକୁ ନିଆଯିବ ନାହିଁ। ସେ ମୃତ୍ୟୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା’ର ମୃତ୍ୟୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାୟୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।
21 “କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚେତନା ନେଲା। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।”
ପିତର ଖ୍ରୀଷ୍ଟଙ୍କୁ ସ୍ୱୀକାର କଲେ(A)
18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?”
19 ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତେକ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତେକ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ୟଦ୍ବକ୍ତା।”
20 ଯୀଶୁ ସେମାନଙ୍କୁ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ।”
21 କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ,
ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ(B)
22 “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁତ୍ଥିତ ହେବେ।”
23 ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। 24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। 25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? 26 ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। 27 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”
2010 by World Bible Translation Center