Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 124

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ହିତୋପଦେଶ 8:4-21

ଜ୍ଞାନୀ କହେ, “ହେ ମନୁଷ୍ୟଗଣ ମୁଁ ତୁମ୍ଭମାନଙ୍କୁ ଡାକୁଅଛି।
    ମୁଁ ପ୍ରତ୍ୟେକ ଲୋକଙ୍କୁ ଡାକେ।
ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ।
    ହେ ନିର୍ବୋଧମାନେ, ତୁମ୍ଭେମାନେ ସୁବିବେଚନା କର।
ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷୟ କହିବି।
    ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି।
    ଯାହା ମୋ’ ପାଟିରୁ ବାହାରିବ।
ମୋର ବାକ୍ୟସବୁ ସତ୍ୟ ଅଟେ।
    ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
ମୁଁ ଯାହା କହେ, ତାହା ସତ୍ୟ ଓ ଯଥାର୍ଥ।
    ମୋର ବାକ୍ୟରେ ମିଥ୍ୟା କିମ୍ବା କୁଟିଳତା ନ ଥାଏ।
ଯେ ତାହା ସବୁ ବୁଝେ ସେସବୁ ତା’ ପାଇଁ ସ୍ପଷ୍ଟ।
    ଯେଉଁ ବ୍ୟକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
10 ମୋର ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ୟବାନ୍।
    ଏହା ମଧ୍ୟ ଗିନି ସୁନାଠାରୁ ମୂଲ୍ୟବାନ୍।
11 ଜ୍ଞାନ ମୁକ୍ତାଠାରୁ ମୂଲ୍ୟବାନ,
    ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ୟବାନ।

ଜ୍ଞାନ କ’ଣ କରିପାରେ

12 “ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି।
    ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
13 ଯଦି କେହି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ,
    ତେବେ ସେ ଲୋକ କୁକର୍ମକୁ ଘୃଣା କରିବ।
    ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
14 ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋ’ଠାରେ ଥାଏ।
    ମୁଁ ହିଁ ‘ସୁବିବେଚନା’ ମୋ’ଠାରେ ବଳ ଅଛି।
15 ମୋ’ ମାଧ୍ୟମରେ ରାଜାମାନେ ରାଜତ୍ୱ କରନ୍ତି।
    ଶାସନକର୍ତ୍ତାମାନେ ମୋ’ ଦ୍ୱାରା ଯଥାର୍ଥ ବିଗ୍ଭର କରନ୍ତି।
16 ମୋ’ ଦ୍ୱାରା ରାଜକୁମାରୀ ଏବଂ ଶ୍ରେଷ୍ଠଗଣ ଶାସନ କରନ୍ତି,
    ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ।
    ଯେଉଁମାନେ ଚେଷ୍ଟା କରନ୍ତି, ମୋର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଆନ୍ତି।
18 ମୋ’ ସହିତ ଧନସମ୍ପଦ ଓ ସମ୍ମାନ ଅଛି।
    ମୁଁ ସତ୍ୟର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
19 ମୋର ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ।
    ମୋର ଆୟୁ ରୂପା ଅପେକ୍ଷା ଉତ୍ତମ ଅଟେ।
20 ମୁଁ ଧାର୍ମିକତାର ମାର୍ଗରେ,
    ବିଗ୍ଭରର ପଥ ମଧ୍ୟରେ ଗମନ କରେ।
21 ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସବୁ ସମ୍ପତ୍ତିର ଅଧିକାରୀ କରେ।
    ସେମାନଙ୍କ ଭଣ୍ଡାର ପୂର୍ଣ୍ଣ କରେ।

ଏଫିସୀୟଙ୍କ ପ୍ରତି ପତ୍ର 5:15-20

15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center