Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 124

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଦାନିୟେଲଙ୍କ ପୁସ୍ତକ 1

ଦାନିୟେଲଙ୍କୁ ବାବିଲକୁ ନିଆଗଲା

ଯିହୁଦାର ରାଜା ଯିହୋୟାକୀମ୍‌‌‌ର ରାଜତ୍ୱର ତୃତୀୟ ବର୍ଷରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ସୈନ୍ୟବାହିନୀ ସହ ଆସି ଯିରୁଶାଲମକୁ ଅବରୋଧ କଲା। ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।

ତା’ପରେ ରାଜା ନବୂଖ‌ଦ୍‌ନିତ୍ସର ଅସ୍ପନ‌‌ସ୍‌‌କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସେବାରେ ଜଣେ ନପୁଂସକାଧିପତି ଥିଲେ। ରାଜା କେତେକ ଇସ୍ରାଏଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖ‌ଦ୍‌ନିତ୍ସର କେବଳ ମହତ୍ତ୍ୱପୂର୍ଣ୍ଣ ପରିବାରରୁ ଯିହୁଦୀ ଲୋକମାନଙ୍କୁ ଓ ଇସ୍ରାଏଲ ବଂଶରୁ ରାଜାମାନଙ୍କୁ ଗ୍ଭହିଁଲେ। ରାଜା ଯିହୋୟାକୀମ୍ ଗ୍ଭହିଁଲେ ସ୍ୱାସ୍ଥ୍ୟବାନ୍, ସୁନ୍ଦର ଯୋଗ୍ୟ ଏବଂ ଜ୍ଞାନୀ ଯିହୁଦୀ ବାଳକମାନେ ଯେଉଁମାନେ ରାଜକୀୟ ସ୍ଥାନରେ ଠିଆ ହେବାକୁ ଯୋଗ୍ୟ ଥିଲେ ଏବଂ ଅସ୍ପନସ୍ ନପୁଂସକାଧିପତି ଭାଷା ଏବଂ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଲେଖା ଶିଖାଇବାକୁ ପଗ୍ଭରିଲେ।

ଏବଂ ରାଜା ସେହିସବୁ ଯୁବକମାନଙ୍କୁ ରାଜକୀୟ ଖାଦ୍ୟ ଓ ପାନୀୟ ଦେଲେ। ସେ ତିନି ବର୍ଷ ଯାଏ ସେମାନଙ୍କୁ ଖାଦ୍ୟ ଦେବା ସହିତ ଯତ୍ନ ନେଲେ ଓ ରାଜାଙ୍କୁ ସେବା କରିବା ପାଇଁ ସେମାନଙ୍କୁ ତାଲିମ ପ୍ରାପ୍ତ ହେବାକୁ ଗ୍ଭହିଁଲେ। ଏହି ଯୁବକମାନଙ୍କ ମଧ୍ୟରେ ଯିହୁଦା ପରିବାରବର୍ଗୀୟ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଥିଲେ। ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେ‌‌ଲ୍‌‌‌‌ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ।

ମାତ୍ର ଦାନିୟେଲ ସେହି ରାଜକୀୟ ଖାଦ୍ୟ ଖାଇ ଓ ଦ୍ରାକ୍ଷାରସ ପାନ କରି ନିଜକୁ ଅଶୁଚି କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ସେ ନପୁଂସକାଧିପତିକୁ ନିବେଦନ କଲେ ଓ ସେ ଅନ୍ୟାନ୍ୟ ଖାଦ୍ୟ ଖାଇ ପାରିବେ କି ବୋଲି ପଗ୍ଭରିଲେ, ଯାହାଫଳରେ ସେ ଅଶୁଚି ହେବେ ନାହିଁ।

ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। 10 କିନ୍ତୁ ସେହି ନପୁଂସକାଧିପତି ଦାନିୟେଲଙ୍କୁ କହିଲା, “ମୁଁ ମୋର ମୁନିବ ରାଜାଙ୍କୁ ଭୟ କରେ। ଯଦି ତୁମ୍ଭେମାନେ ସେ ଆଦେଶ କରିଥିବା ଖାଦ୍ୟ ଓ ପାନୀୟ ଗ୍ରହଣ ନ କର, ତୁମ୍ଭେମାନେ ରୁ‌ଗ୍‌ଣ ଦେଖାଯିବ ଓ ଦୁର୍ବଳ ଅନୁଭବ କରିବ। ଯଦି ତୁମ୍ଭେମାନେ ଅନ୍ୟମାନଙ୍କଠାରୁ ଶୁଖିଲା ଦେଖାଯାଅ, ରାଜା ମୋ’ ଉପରେ ରାଗିବେ ଏବଂ ମୋର ମୁଣ୍ତ କାଟ କରିବେ। ତା’ପରେ ତୁମ୍ଭେମାନେ ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବ।”

11 ତା’ପରେ ଦାନିୟେଲ, ଗୃହରକ୍ଷୀମାନଙ୍କୁ କହିଲେ, ଯେଉଁ ନପୁଂସକାଧିପତି, ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଉପରେ ଦୃଷ୍ଟି ରଖିବାକୁ ନିଯୁକ୍ତ କରାଯାଇଥିଲା। 12 ସେ କହିଲେ, “ଦୟାକରି ଆମ୍ଭମାନଙ୍କୁ ଦଶ ଦିନ ପାଇଁ ପରୀକ୍ଷା କରନ୍ତୁ। ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ପନିପରିବା ଓ ପିଇବା ନିମନ୍ତେ ଜଳ ଦିଅନ୍ତୁ। 13 ପୁଣି ଦଶ ଦିନ ପରେ ଆମ୍ଭମାନଙ୍କୁ ସେହି ରାଜକୀୟ ଭକ୍ଷ୍ୟ ଓ ପାନୀୟ ଗ୍ରହଣ କରୁଥିବା ଯୁବକମାନଙ୍କ ସହିତ ତୁଳନା କରାଯାଉ, ଆଉ କିଏ ଅଧିକ ସ୍ୱାସ୍ଥ୍ୟବାନ୍ ଦେଖାଯିବ। ତା’ପରେ ତୁମ୍ଭେ ବିଗ୍ଭର କରି ଏହି ଦାସମାନଙ୍କ ପ୍ରତି ବ୍ୟବହାର କରିବା ହେବେ।”

14 ତେଣୁ ଗୃହରକ୍ଷୀ ଏ ବିଷୟରେ ଏକମତ ହୋଇ, ଦାନିୟେଲ, ହନାନିୟ, ମୀଶାୟେଲ ଏବଂ ଅସରିୟଙ୍କୁ ଦଶ ଦିନ ପର୍ଯ୍ୟନ୍ତ ପରୀକ୍ଷା କଲେ। 15 ଆଉ ଦଶ ଦିନ ପରେ ଦେଖାଗଲା ସେମାନେ ରାଜକୀୟ ଭକ୍ଷ୍ୟଣକାରୀଙ୍କଠାରୁ ଅଧିକ ସୁସ୍ଥ ସବଳ ଓ ହୃଷ୍ଟପୁଷ୍ଟ ଦେଖାଗଲେ। 16 ଏଥିରେ ଗୃହରକ୍ଷୀ ସେମାନଙ୍କର ସେହି ରାଜକୀୟ ଭକ୍ଷ୍ୟ ଓ ଦ୍ରାକ୍ଷାରସ ପାନୀୟ ବନ୍ଦ କରି ସେମାନଙ୍କୁ ପୂର୍ବପରି ଶାକାହାର ଦେଲେ।

17 ଆଉ ପରମେଶ୍ୱର ସେହି ଗ୍ଭରି ଯୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ୟତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।

18 ରାଜା ତିନି ବର୍ଷରେ ସେମାନେ ତାଲିମପ୍ରାପ୍ତ ହେବେ ବୋଲି ଇଚ୍ଛା କରିଥିଲେ। ତାହା ଶେଷ ହେଲା ପରେ ନପୁଂସକାଧିପତି ସେମାନଙ୍କୁ ନବୂଖ‌ଦ୍‌ନିତ୍ସର ସମ୍ମୁଖକୁ ଆଣିଲା। 19 ରାଜା ସେମାନଙ୍କ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନିୟ, ମୀଶାୟେଲ ଓ ଅସରିୟ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସେମାନେ ରାଜାଙ୍କର ଦାସ ହେଲେ। 20 ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେକୌଣସି ବିଷୟରେ ରାଜା ସେହି ଗ୍ଭରି ଯୁବକଙ୍କୁ ପଗ୍ଭରୁଥିଲେ, ସେମାନେ ବିଜ୍ଞ ଉତ୍ତର ଦେଉଥିଲେ। ରାଜା ସମଗ୍ର ରାଜ୍ୟରେ ସମସ୍ତ ମନ୍ତ୍ରଜ୍ଞ ଓ ଗଣକମାନଙ୍କ ଅପେକ୍ଷା ସେମାନେ ଦଶଗୁଣ ଅଧିକ ଜ୍ଞାନୀ ବୋଲି ଜାଣିଲେ। 21 ପୁଣି ଦାନିୟେଲ କୋରସ୍ ରାଜାର ପ୍ରଥମବର୍ଷ ପର୍ଯ୍ୟନ୍ତ ରହିଲେ।

ଲୂକ ଲିଖିତ ସୁସମାଗ୍ଭର 1:46-55

ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ

46 ତା’ପରେ ମରିୟମ କହିଲେ,

“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47     ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
    କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
    ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
    ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
    ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
    ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
    କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
    ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
    ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center