Revised Common Lectionary (Semicontinuous)
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
2 କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
3 ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
4 ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
ଜଳରାଶି ପରି ମଗ୍ନ କରିଥା’ନ୍ତେ।
ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
5 ଗର୍ଜୁଥିବା ଜଳରାଶି ଆମ୍ଭକୁ
ବୁଡ଼ାଇ ଦେଇଥା’ନ୍ତା।
6 ସଦାପ୍ରଭୁଙ୍କର ପ୍ରଶଂସା କର।
ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।
7 ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
8 ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।
ଜ୍ଞାନ ତୁମ୍ଭକୁ ଯୌନବିକାରରୁ ରକ୍ଷା କରିବ
7 ହେ ମୋର ପୁତ୍ର, ମୋର ବାକ୍ୟକୁ ମନେରଖ, ମୋର ଆଦେଶକୁ ଭୁଲ ନାହିଁ। 2 ମୋର ଆଜ୍ଞାସବୁ ପାଳନ କରି ବଞ୍ଚ। ମୋର ଶିକ୍ଷାକୁ ଜୀବନର ଶ୍ରେଷ୍ଠ ଜିନିଷ ଭାବେ ଗ୍ରହଣ କର। 3 ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ। 4 ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବେଚନାକୁ ତୁମ୍ଭର ପରିବାରର ସଦସ୍ୟରୂପେ ଗ୍ରହଣ କର।
7 ଖ୍ରୀଷ୍ଟ ଆମ୍ଭ ପ୍ରତ୍ୟେକଙ୍କୁ ଗୋଟିଏ ବିଶେଷ ଅନୁଗ୍ରହ ଦାନ ଦେଇଛନ୍ତି। 8 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ:
“ସେ ଆକାଶର ଉଚ୍ଚକୁ ଗଲେ;
ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ,
ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’ (A)
9 “ଉଚ୍ଚକୁ ଗଲେ” କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ। 10 ଯେଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିଲେ ସେ ହିଁ ଉଚ୍ଚକୁ ଗଲେ। ସେ ଉଚ୍ଚତମ ଆକାଶକୁ ଗଲେ ଯେପରି ସେ ନିଜକୁ ପୂର୍ଣ୍ଣ କରନ୍ତି। 11 ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟଦ୍ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ। 12 ପରମେଶ୍ୱରଙ୍କ ଲୋକମାନେ ତାଙ୍କର ସେବା କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସେମାନଙ୍କୁ ଦେଲେ। ଏହା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀରସ୍ୱରୂପ ଆମ୍ଭେମାନେ ମଧ୍ୟ ଦୃଢ଼ ଓ ବଳବାନ ହେବା। 13 ସମସ୍ତ ଲୋକେ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ୱାସ ଓ ସମାନ ଜ୍ଞାନ ସହିତ ଏକତ୍ର ହେବା ପର୍ଯ୍ୟନ୍ତ ଏହି କାମ ଗ୍ଭଲିଥିବା ନିତାନ୍ତ ଆବଶ୍ୟକ, ଯେପର୍ଯ୍ୟନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହୋଇଛୁ, ସେ ପର୍ଯ୍ୟନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହେବାକୁ ପଡ଼ିବ।
14 ତା’ହେଲେ ଆମ୍ଭେ ଆଉ ଶିଶୁ ହୋଇ ରହିବା ନାହିଁ। ସମୁଦ୍ରରେ ଜାହାଜ ଲହରୀ ହେତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ନୂତନ ଉପଦେଶ ଦ୍ୱାରା ଆମ୍ଭେ ଏଣେତେଣେ ଆଉ ଭାସି ଯିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନାରେ ଚ୍ଛନ୍ଦନ୍ତି, 15 ନା! ଆମ୍ଭେ ପ୍ରେମ ସହକାରେ ସତ୍ୟ କହିବା। ଆମ୍ଭେ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହେବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର। 16 ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରତ୍ୟେକ ଅଙ୍ଗ ଏକାଠି ଯୋଡ଼ି ହୋଇ ରହିଛନ୍ତି। ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରନ୍ତି। ଏହା ଦ୍ୱାରା ସମଗ୍ର ଶରୀର ପ୍ରେମରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।
2010 by World Bible Translation Center