Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।
59 ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର।
ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।
3 ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି।
ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ
କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
4 ମୁଁ କୌଣସି ଦୋଷ କରି ନାହିଁ।
କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି।
ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ!
5 ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର!
ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ।
ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।
6 ସେହି ଦୁଷ୍ଟ ଲୋକମାନେ କୁକୁର ପରି।
ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
7 ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ।
ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ।
ଯେହେତୁ ସେମାନେ ଖରାପ କଥା କହନ୍ତି।
8 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର।
ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର।
9 ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।
10 ପରମେଶ୍ୱର ମୋତେ ଭଲପା’ନ୍ତି।
ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ।
11 ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ।
ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି।
ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର।
12 ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି।
ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର।
ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।
13 ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର।
ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର।
ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ,
ପରମେଶ୍ୱର ଇସ୍ରାଏଲର ଶାସକ।
14 ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି।
ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
15 ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି।
ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି। [a]
16 କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି।
ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି।
କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ।
ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ।
17 ମୁଁ ତୁମ୍ଭର ସ୍ତୁତିଗାନ କରିବି।
କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ,
ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।
ଇଷେବଲଙ୍କ ଦୁଃଖଦାୟକ ମୃତ୍ୟୁ
30 ତା’ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ। 31 ଯେତେବେଳେ ଯେହୂ ନଗର ଫାଟକରେ ପ୍ରବେଶ କଲେ, ଇଷେବଲ କହିଲେ, “ହେ ଆପଣା ମହାଶୟର ହତ୍ୟାକାରୀ ସିମ୍ରି [a] ତୁମ୍ଭେ ଶାନ୍ତିରେ ଅଛ କି?”
32 ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?”
ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ। 33 ଯେହୂ ସେମାନଙ୍କୁ କହିଲେ, “ଇଷେବଲକୁ ତଳକୁ ପକାଇ ଦିଅ।”
ତା’ପରେ ସେହି ନପୁଂସକମାନେ ଇଷେବଲକୁ ତଳକୁ ପକାଇ ଦେଲେ। କିଛି ରକ୍ତ ପ୍ରାଚୀର ଉପରେ ଓ କିଛି ଅଶ୍ୱ ଉପରେ ପଡ଼ିଲା। ଅଶ୍ୱଗୁଡ଼ିକ ଇଷେବଲଙ୍କୁ ଦଳି ଦେଲେ। 34 ଯେହୂ ଭିତରକୁ ଯାଇ ଭୋଜନ ପାନ କଲେ। ତା’ପରେ ସେ କହିଲେ, “ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା।”
35 ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା’ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ। 36 ତେଣୁ ସେମାନେ ଯେହୂ ନିକଟକୁ ଫେରି ଆସି ସବୁକଥା କହିଲେ। ଯେହୂ କହିଲେ, “ସଦାପ୍ରଭୁ ଆପଣା ଦାସ ତିଶ୍ବୀୟକୁ ଏଲିୟ ଏହି ବାର୍ତ୍ତା ଦେଇଥିଲେ। ଏଲିୟ କହିଥିଲେ, ‘କୁକୁରମାନେ ଯିଷ୍ରିୟେଲୀୟ ଭୂମିରେ ଇଷେବଲର ଶରୀରକୁ ଗ୍ଭଟି ଖାଇବେ। 37 ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”
ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ(A)
37 ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। 38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। 39 ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା’ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” 40 ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
41 ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା’ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”
42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। 43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ(B)
ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ।
2010 by World Bible Translation Center