Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 59

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।

59 ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର।
    ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର।
କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।
ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି।
    ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ
    କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
ମୁଁ କୌଣସି ଦୋଷ କରି ନାହିଁ।
    କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି।
    ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ!
ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର!
    ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ।
    ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।

ସେହି ଦୁଷ୍ଟ ଲୋକମାନେ କୁକୁର ପରି।
    ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ।
    ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ।
    ଯେହେତୁ ସେମାନେ ଖରାପ କଥା କହନ୍ତି।

କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର।
    ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର।
ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।
10 ପରମେଶ୍ୱର ମୋତେ ଭଲପା’ନ୍ତି।
    ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ।
11 ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ।
    ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି।
    ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର।
12 ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି।
    ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର।
    ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।
13 ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର।
    ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର।
ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ,
    ପରମେଶ୍ୱର ଇସ୍ରାଏଲର ଶାସକ।

14 ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି।
    ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
15 ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି।
    ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି। [a]
16 କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି।
    ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି।
କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ।
    ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ।
17 ମୁଁ ତୁମ୍ଭର ସ୍ତୁତିଗାନ କରିବି।
    କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ,
    ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 9:14-26

ଯେହୂ ଯିଷ୍ରିୟେଲକୁ ଗଲେ

14 ଅନନ୍ତର ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫ‌ଟଙ୍କ ପୁତ୍ର ଯେହୂ ଯୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ।

ସେ ସମୟରେ ଯୋରାମ ଓ ସମସ୍ତ ଇସ୍ରାଏଲୀୟ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲିୟଦକୁ ରକ୍ଷା କରିବାକୁ ଚେଷ୍ଟା କଲେ। 15 ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ।

ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।”

16 ଯୋରାମ ଯିଷ୍ରିୟେଲରେ ବିଶ୍ରାମ ନେଉଥିଲେ। ତେଣୁ ଯେହୂ ଆପଣା ରଥରେ ଚଢ଼ି ଯିଷ୍ରିୟେଲ ଯାତ୍ରା କଲେ। ଯିହୁଦାର ରାଜା ଅହସିୟ ମଧ୍ୟ ଯୋରାମକୁ ଦେଖିବାକୁ ଯିଷ୍ରିୟେଲ ଆସିଥିଲେ।

17 ଜଣେ ବିଶ୍ୱାସ ଯୋଗ୍ୟ ପ୍ରହରୀ ଯିଷ୍ରିୟେଲର ଦୁର୍ଗ ଉପରେ ଛିଡ଼ା ହୋଇ ଦେଖିଲା, ଯେହୂର ବଡ଼ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ଯାଇ କହିଲେ, “ମୁଁ ଏକ ବଡ଼ ଦଳ ଲୋକ ଆସିବାର ଦେଖୁଛି।”

ଯୋରାମ ତାଙ୍କୁ କହିଲେ, “ଜଣେ ଅଶ୍ୱାରୋହୀକୁ ପଠାଅ ସେ ସେମାନଙ୍କୁ ସାକ୍ଷାତ କରୁ ଓ ସେମାନଙ୍କୁ ପଗ୍ଭରୁ, ଯଦି ତାଙ୍କର ପରିଭ୍ରମଣ ଶାନ୍ତିରେ ତ?”

18 ତେଣୁ ଦୂତ ଅଶ୍ୱ ପୃଷ୍ଠରେ ଯାଇ ଯେହୂଙ୍କୁ ସାକ୍ଷାତ କରି ପଗ୍ଭରିଲେ, “ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, ‘ତୁମ୍ଭେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ ତ?’”

ତେଣୁ ଯେହୂ କହିଲେ, “ତୁମ୍ଭର କୁଶଳରେ କିଛି ଯାଏ ଆସେ ନାହିଁ। ଆମ୍ଭ ପଛେ ପଛେ ଆସ।”

ପ୍ରହରୀ ଜଣକ ଯୋରାମକୁ କହିଲେ, “ଦୂତ ସେ ଦଳଙ୍କ ନିକଟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ।”

19 ତା’ପରେ ଯୋରାମ ଦ୍ୱିତୀୟ ଦୂତକୁ ଅଶ୍ୱ ପୃଷ୍ଠରେ ପଠାଇଲେ। ଦୂତ ସେମାନଙ୍କୁ ଭେଟିଲେ ଏବଂ କହିଲେ, “ରାଜା ପଗ୍ଭରୁଛନ୍ତି, ‘କୁଶଳ କି?’”

ଯେହୂ କହିଲେ, “କୁଶଳରେ ତୁମ୍ଭର ଯାଏ ଆସେ ନାହିଁ, ତୁମ୍ଭେ ଆମ୍ଭ ପଛେ ପଛେ ଆସ।”

20 ପ୍ରହରୀ ଯୋରାମଙ୍କୁ କହିଲା, “ଦ୍ୱିତୀୟ ଦୂତ ସେହି ଦଳ ନିକଟକୁ ଗଲେ କିନ୍ତୁ ଏପର୍ଯ୍ୟନ୍ତ ଫେରିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯେହୂ ପରି ନି‌ମ୍‌ଶିର ନାତି ଗୋଟିଏ ରଥରେ ଦୂତଗୁଡ଼ିକୁ ଚଳାଉଛନ୍ତି। ସେ ପାଗଳ ମନୁଷ୍ୟ ପରି ଅତି ପ୍ରଚଣ୍ତ ବେଗରେ ରଥ ଚଳାଉଛନ୍ତି।”

21 ଏଥିରେ ଯୋରାମ କହିଲେ, “ମୋର ରଥ ପ୍ରସ୍ତୁତ କର।”

ତେଣୁ ତାଙ୍କର ଦାସମାନେ ରଥ ପ୍ରସ୍ତୁତ କଲେ। ଉଭୟେ ଇସ୍ରାଏଲର ରାଜା ଯୋରାମ ଓ ଯିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବସି ଯେହୂଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ତାଙ୍କୁ ଯିଷ୍ରିୟେଲୀୟ ନାବୋତ ଭୂମିରେ ଭେଟିଲେ।

22 ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?”

ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?”

23 ଏଥିରେ ଯୋରାମ ଆପଣା ରଥ ବୁଲାଇ ପଳାୟନ କଲେ। ଯୋରାମ ଅହସିୟଙ୍କୁ କହିଲେ, “ହେ ଅହସିୟ, ଶଠତା ହେଲା।”

24 ମାତ୍ର ଯେହୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷେପ କଲେ ଓ ଏହା ଯୋରାମଙ୍କ ପୃଷ୍ଠ ଦେଶରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦୟକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡ଼ିଗଲେ।

25 ଯେହୂ ତାଙ୍କର ସାରଥି ବି‌ଦ୍‌କରକୁ କହିଲେ, “ତାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚା‌ତ୍‌ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକାରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର। 26 ସଦାପ୍ରଭୁ କହିଥିଲେ, ‘ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା’ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବକୁ ଏହି ଭୂମିରେ ପ୍ରତିଫଳ ଦେବି।’ ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୋରାମଙ୍କୁ ନେଇ ସେହି କ୍ଷେତ୍ର ଭୁମିରେ ପକାଅ।”

ଏଫିସୀୟଙ୍କ ପ୍ରତି ପତ୍ର 2:11-22

ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା

11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ” [a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ।

14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।

19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା’ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center