Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 8:1

ସଦାପ୍ରଭୁଙ୍କ ମନ୍ଦିରରେ ତାଙ୍କର ନିୟମ-ସିନ୍ଦୁକ

ତା’ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ।

ରାଜାବଳୀର ପ୍ରଥମ ପୁସ୍ତକ 8:6

ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।

ରାଜାବଳୀର ପ୍ରଥମ ପୁସ୍ତକ 8:10-11

10 ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମହାପବିତ୍ର ସ୍ଥାନରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘରେ ପରିପୂର୍ଣ୍ଣ ଥିଲା। 11 ଯାଜକମାନେ ସଦାପ୍ରଭୁଙ୍କ ସେବା କରି ପାରିଲେ ନାହିଁ କାରଣ ମନ୍ଦିରଟି ମେଘରେ ପରିପୂର୍ଣ୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମାରେ ପୂର୍ଣ୍ଣ ହୋଇଥିଲା।

ରାଜାବଳୀର ପ୍ରଥମ ପୁସ୍ତକ 8:22-30

22 ତା’ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଛିଡ଼ା ହେଲେ ଓ ଇସ୍ରାଏଲର ସମଗ୍ର ସମାଜ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ସେ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କଲେ। 23 ଏବଂ କହିଲେ,

“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ। 24 ତୁମ୍ଭେ ଆପଣାର ସେବକ, ମୋର ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ୟ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳରେ ତାହା ପୂରଣ କରିଅଛ। 25 ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’ 26 ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି ମୋ’ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ।

27 “କିନ୍ତୁ ହେ ପରମେଶ୍ୱର, ତୁମ୍ଭେ କ’ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଯେତେବେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତେବେ ମୋ’ ଦ୍ୱାରା ନିର୍ମିତ ଏକ ଛୋଟ ଗୃହ କ’ଣ ତୁମ୍ଭକୁ ଧାରଣ କରି ପାରିବ? 28 ତଥାପି ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବେଦନ କରୁଅଛି, ଯେହେତୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। 29 ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ‘ମୋର ନାମ ସେଠାରେ ସମ୍ମାନ୍ୱିତ ହେବ।’ ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିରରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି। 30 ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇସ୍ରାଏଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସେମାନଙ୍କର ପ୍ରାର୍ଥନା ମନୋଯୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ୱର୍ଗ। ଆମ୍ଭେ ବିନତି କରୁଅଛୁ ସେହିଠାରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର।

ରାଜାବଳୀର ପ୍ରଥମ ପୁସ୍ତକ 8:41-43

41-42 “କେବଳ ଇସ୍ରାଏଲର ଲୋକେ ନୁହନ୍ତି, ଦୂର ଦେଶର ଲୋକମାନେ ତୁମ୍ଭର ମହିମା ଓ ଗୌରବ ବିଷୟରେ ଶୁଣିବେ। ସେମାନେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ। 43 ତୁମ୍ଭେ ତୁମ୍ଭର ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ; ସେହି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସେମାନଙ୍କୁ ଫଳ ଦିଅ; ତାହାହେଲେ ସେମାନେ ଇସ୍ରାଏଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ୟ ସବୁ ସ୍ଥାନରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ୟରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ।

ଗୀତସଂହିତା 84

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।

84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
    ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
    ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
    ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
    ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।

ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
    ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
    ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
    ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
    ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।

ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।

ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
    ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
    ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
    ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
    ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
    ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
    ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।

ଏଫିସୀୟଙ୍କ ପ୍ରତି ପତ୍ର 6:10-20

ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ

10 ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। 11 ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ। 12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ। 13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

14 ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ। 15 ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ। 16 ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। 17 ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ। 18 ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।

19 ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ। 20 ମୋର କାମ ହେଉଛି, ସୁସମାଗ୍ଭର ନିମନ୍ତେ କହିବା। ଏବେ ମୁଁ ତାହା ଏହି ବନ୍ଦୀ ଘରେ ମଧ୍ୟ କରୁଅଛି। ମୋ’ ପାଇଁ ପ୍ରାର୍ଥନା କର ଯେ, ଯେପରିକି ମୁଁ ଯେତେବେଳେ ସୁସମାଗ୍ଭର ପ୍ରଗ୍ଭର କରେ, ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟତାର ସହ ତାହା କରିପାରେ।

ଯୋହନ ଲିଖିତ ସୁସମାଗ୍ଭର 6:56-69

56 ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।

57 “ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ। 58 ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।”

59 ଯୀଶୁ କଫର୍ନାହୂମର ସମାଜଗୃହରେ ଏହିସବୁ କଥା ଉପଦେଶ ଦେଉଥିଲେ।

ଯୀଶୁଙ୍କୁ ଅନୁଗମନ କରୁଥିବା ଅନେକ ଲୋକ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ

60 ଯୀଶୁଙ୍କର ଶିଷ୍ୟମାନେ ଏହିସବୁ କଥା ଶୁଣିଲେ। ସେମାନଙ୍କ ଭିତରୁ ଅନେକ କହିଲେ, “ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରି ପାରିବ?”

61 ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ୟମାନେ ଏ ବିଷୟରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, “ଏ ଉପଦେଶ କ’ଣ ତୁମ୍ଭକୁ ଅସୁବିଧାରେ ପକାଉଛି? 62 ତେବେ ମନୁଷ୍ୟପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେହି ସ୍ଥାନକୁ ଫେରିଯିବେ, ଏହା ମଧ୍ୟ କ’ଣ ତୁମ୍ଭକୁ ବ୍ୟତିବ୍ୟସ୍ତ କରୁଛି? 63 ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ। 64 କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁ ନାହଁ। ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ। 65 ଯୀଶୁ କହିଲେ, “ସେଥିପାଇଁ ମୁଁ କହିଥିଲି, ‘ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତେବେ ସେ ଲୋକ ମୋ’ ନିକଟକୁ ଆସିପାରିବ ନାହିଁ।’”

66 ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେମାନେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

67 ଯୀଶୁ ବାରଜଣ ପ୍ରେରିତଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମଧ୍ୟ କ’ଣ ମୋତେ ଛାଡ଼ିଯିବା ପାଇଁ ଗ୍ଭହଁ କି?”

68 ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି। 69 ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center