Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 111

111 ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।

ରାଜାବଳୀର ପ୍ରଥମ ପୁସ୍ତକ 1:1-30

ଅଦୋନିୟ ରାଜା ହେବାକୁ ଇଚ୍ଛା କଲେ

ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ। ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।” ଏଣୁ ରାଜାଙ୍କର ଦାସମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରିବା ଆରମ୍ଭ କରିଦେଲେ। ଶେଷରେ ସେ ଶୁନେମୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ଯୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘେନି ଆସିଲେ। ସେହି ଯୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା। ମାତ୍ର ରାଜା ଦାଉଦ ତା’ ସହିତ ଯୌନ ସମ୍ପର୍କ ରଖିଲେ ନାହିଁ।

5-6 ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିୟ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ୟନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହେବାକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ୱାରୋହୀଗଣ ଓ ସମ୍ମୁଖରେ ଦୌଡ଼ିବା ପାଇଁ ପଗ୍ଭଶ୍ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କେବେ ଅଦୋନିୟଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। “ଏପରିକି ସେ ତାଙ୍କୁ ପଗ୍ଭରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?”

ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ। ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟ‌ଦ୍‌ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।

ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ। 10 ମାତ୍ର ସେ ନାଥନ ଭବିଷ୍ୟ‌ଦ୍‌ବକ୍ତାଙ୍କୁ, ବନାୟଙ୍କୁ, ପିତାଙ୍କର ସ୍ୱତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।

ନାଥନ ଓ ବ‌ତ୍‌ଶେବା ଶଲୋମନ ସପକ୍ଷରେ କହିଲେ

11 ଏଥିରେ ନାଥନ ଶଲୋମନଙ୍କର ମାତା ବ‌ତ୍‌ଶେବାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତଙ୍କର ପୁତ୍ର ଅଦୋନିୟ ନିଜକୁ ରାଜା କରିଅଛନ୍ତି। ଏହା କ’ଣ ତୁମ୍ଭେ ଶୁଣି ନାହଁ? 12 ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରି ପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି। 13 ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ଯାଇ କୁହ, ‘ହେ ମୋର ମହାଶୟ ମହାରାଜ, ଆପଣ କ’ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲ, ମୋ’ ଉତ୍ତାରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ସେ ମୋ’ ସିଂହାସନରେ ବସିବ? ତେବେ ଅଦୋନିୟ କିପରି ରାଜ୍ୟ କରୁଅଛି?’ 14 ତୁମ୍ଭେ ଯେତେବେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସେଠାରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡ଼ିଲା ପରେ ମୁଁ ତୁମ୍ଭର କଥାଗୁଡ଼ିକ ନିଶ୍ଚିତ କରିବି।”

15 ଏଥିରେ ବ‌ତ୍‌ଶେବା ଶୟନାଗାର ଭିତରକୁ ଯାଇ ରାଜାଙ୍କୁ ଦେଖିଲେ। ସେତେବେଳେ ରାଜା ଅତ୍ୟନ୍ତ ବୃଦ୍ଧ ଥିଲେ। ଶୁନେମୀୟା ଯୁବତୀ ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା। 16 ବ‌ତ୍‌ଶେବା ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରଣାମ କଲେ। ତା’ପରେ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ଇଚ୍ଛା କରୁଛ?”

17 ବ‌ତ୍‌ଶେବା କହିଲେ, “ହେ ମୋର ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, ‘ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ସେ ମୋ’ ସିଂହାସନରେ ବସିବ’। 18 ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତରେ ଅଦୋନିୟ ରାଜ୍ୟ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ। 19 ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ। 20 ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ। 21 ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା’ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।”

22 ବ‌ତ୍‌ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟ‌ଦ୍‌ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ। 23 ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, “ଭବିଷ୍ୟ‌ଦ୍‌ବକ୍ତା ନାଥନ ଏଠାରେ ଉପସ୍ଥିତ।” ତା’ପରେ ନାଥନ ରାଜାଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ। 24 ନାଥନ କହିଲେ, ହେ” ମୋର ମହାରାଜ, ଆପଣ କ’ଣ ଘୋଷଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିୟ ରାଜ୍ୟ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ? 25 କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’ 26 କିନ୍ତୁ ସେ ମୋତେ, ସାଦୋକ ଯାଜକଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାନ୍ତି। 27 ମୋର ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ଯ୍ୟ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନରେ ବସିବ?”

28 ତା’ପରେ ରାଜା ଦାଉଦ କହିଲେ, “ବ‌ତ୍‌ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ।

29 ତା’ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି। 30 ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 6:8-15

ସ୍ତିଫାନଙ୍କ ବିରୁଦ୍ଧରେ ଯିହୂଦୀମାନେ

ସ୍ତିଫାନ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ। କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେ‌କ୍‌ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ। 10 କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।

11 ତା’ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।” 12 ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ।

13 ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ। ସେମାନେ କହିଲେ, “ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ। 14 ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।” 15 ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center