Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 57

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।

57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
    ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
    ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
    ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
    ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ମୋର ଜୀବନ ସଙ୍କଟପୂର୍ଣ୍ଣ।
    ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
    ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
    ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।

ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
    ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
    ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
    କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି।

ମୋର ହୃଦୟ ସ୍ଥିର ଅଟେ।
    ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
    ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
ଜାଗ୍ରତ ହୁଅ, ହେ ମୋର ପ୍ରାଣ ଜାଗ୍ରତ ହୁଅ!
    ନେବଲ ଓ ବୀଣା, ଜାଗ୍ରତ ହୁଅ!
    ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
    ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
    ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
    ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 19:1-18

ଯୋୟାବ ଦାଉଦଙ୍କୁ ଗାଳି ଦେଲେ

19 ଲୋକମାନେ ଯୋୟାବକୁ ଏ ଖବର ଜଣାଇଲେ। ସେମାନେ ଯୋୟାବକୁ କହିଲେ, “ଦେଖନ୍ତୁ ରାଜା ଅବଶାଲୋମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ୟ କରୁଛନ୍ତି।” ଦାଉଦଙ୍କର ସୈନ୍ୟଦଳ ସେଦିନ ଯୁଦ୍ଧରେ ଜୟଲାଭ କଲେ। କିନ୍ତୁ ଜୟଲାଭ କରିବାର ଆନନ୍ଦ ସମସ୍ତ ଲୋକମାନଙ୍କ ପାଇଁ ଦୁଃଖରେ ପରିଣତ ହେଲା। ଏହା ଥିଲା ଏକ ଦୁଃଖର ଦିନ, କାରଣ ଲୋକମାନେ ଶୁଣିବାକୁ ପାଇଲେ ଯେ, “ରାଜା ତାଙ୍କର ନିଜ ପୁତ୍ର ପାଇଁ ଅତ୍ୟନ୍ତ ଦୁଃଖିତ।”

ସୈନ୍ୟମାନେ ନଗରକୁ ପ୍ରବେଶ କରୁଥିଲେ, ଯେପରି ସେମାନଙ୍କର ପରାସ୍ତ ସୈନିକମାନେ ଲଜ୍ଜା ବସତଃ ନଗରରେ ପ୍ରବେଶ କରନ୍ତି। ରାଜା ତାଙ୍କର ମୁହଁକୁ ଢାଙ୍କି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ, “ହେ ମୋର ପୁତ୍ର ଅବଶାଲୋମ, ହେ ମୋର ପୁତ୍ର ଅବଶାଲୋମ।”

ଯୋୟାବ ରାଜ ଗୃହରେ ପ୍ରବେଶ କରି ରାଜାଙ୍କୁ କହିଲେ, “ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣ ସେଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ଆଜି ଆପଣଙ୍କର ପୁତ୍ର, କନ୍ୟା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି। କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଏବଂ ଆପଣ ସେମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଏବଂ ସେମାନଙ୍କୁ ଆପଣ ଭଲ ପାଆନ୍ତି, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି। ମୁଁ ଆଜି ଦେଖୁଛି, ଯେ ଯଦି ଆଜି ଆମ୍ଭେମାନେ ସମସ୍ତେ ମରିଥା’ନ୍ତୁ ଓ ଅବଶାଲୋମ ଜୀବିତ ଥା’ନ୍ତା ତେବେ ଆପଣ ଖୁସୀ ହୋଇଥା’ନ୍ତେ। ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।”

ଏହା ପରେ ରାଜା ଉଠି ନଗର ଦ୍ୱାରରେ ବସିଲେ, ଏ ଖବର ଗ୍ଭରିଆଡ଼େ ପ୍ରଗ୍ଭରିତ ହୋଇଗଲା ଯେ ରାଜା ନଗରଦ୍ୱାର ନିକଟରେ ବସିଛନ୍ତି। ତେଣୁ ସମସ୍ତ ଲୋକ ରାଜା ଦାଉଦଙ୍କୁ ଦେଖିବାକୁ ଆସିଲେ। ଏଥି ମଧ୍ୟରେ ସମସ୍ତ ଇସ୍ରାଏଲୀୟ, ଯେଉଁମାନେ ଅବଶାଲୋମକୁ ଅନୁସରଣ କରୁଥିଲେ, ନିଜ ନିଜ ତମ୍ବୁକୁ ପଳାୟନ କଲେ।

ଦାଉଦ ପୁଣି ଥରେ ରାଜା ହେଲେ

ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି। 10 ତେଣୁ ବର୍ତ୍ତମାନ ଅବଶାଲୋମକୁ ଆମ୍ଭେ ଯାହାକୁ ରାଜା କରିଥିଲୁ ସେ ବର୍ତ୍ତମାନ ମୃତ। ସେ ଯୁଦ୍ଧରେ ମୃତ୍ୟୁବରଣ କଲେ। ତେଣୁ ଆମ୍ଭେମାନେ ଦାଉଦଙ୍କୁ ଆଉଥରେ ଆମ୍ଭମାନଙ୍କର ରାଜା କରିବୁ।”

11 ରାଜା ଦାଉଦ ସାଦୋକ୍ ଓ ଅବିୟାଥରଙ୍କୁ ଯାଜକମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଲେ। ଦାଉଦ କହିଲେ, “ତୁମ୍ଭେମାନେ ଯାଅ ଓ ଯିହୁଦାର ପ୍ରାଚୀନବର୍ଗମାନଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସସମ୍ତ ଇସ୍ରାଏଲ କହନ୍ତି। ତାହାହେଲେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ? 12 ତୁମ୍ଭେମାନେ ମୋର ଭାଇ, ତୁମ୍ଭେ ହେଉଛ ମୋର ପରିବାରବର୍ଗ, ତେବେ ତୁମ୍ଭେମାନେ ରାଜାଙ୍କୁ ଫେରାଇ ଆଣିବାରେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?’ 13 ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’”

14 ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”

15 ତେଣୁ ରାଜା ଦାଉଦ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ଯିହୁଦାର ଲୋକମାନେ ରାଜାଙ୍କୁ ଗି‌ଲ୍‌ଗ‌ଲ୍‌ଠାରେ ଭେଟିଲେ ଓ ଯର୍ଦ୍ଦନ ପାର କରି ନେଇଗଲେ।

ଶିମିୟି ଦାଉଦଙ୍କୁ କ୍ଷମା ମାଗିଲେ

16 ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମିୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ରାଜା ଦାଉଦଙ୍କୁ ଭେଟିବା ପାଇଁ ଆସିଲେ। 17 ବିନ୍ୟାମୀନ ପରିବାରବର୍ଗର 1000 ଲୋକ ଶିମିୟି ସଙ୍ଗରେ ଆସିଲେ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପୁଅଙ୍କୁ ଓ କୋଡ଼ିଏ ଜଣ ଗ୍ଭକରକୁ ଆଣିଲେ। ଏ ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

18 ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କ ପରିବାର ଓ ରାଜାଙ୍କୁ ନଦୀ ପାର କରି ଯିହୁଦାକୁ ଆଣିବାକୁ ଗଲେ। ରାଜା ଯାହା ଇଚ୍ଛା କଲେ ଲୋକମାନେ ତାହା କଲେ। ଯେତେବେଳେ ରାଜା ନଦୀ ପାର ହୋଉଥିଲେ, ସେହି ସମୟରେ ଶିମିୟିର ପୁତ୍ର ଗେରା ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା। ଶିମିୟି ଆସି ରାଜାଙ୍କ ସମ୍ମୁଖରେ ଭୂମିଷ୍ଟ ପ୍ରଣାମ କଲା।

ଯୋହନ ଲିଖିତ ସୁସମାଗ୍ଭର 6:35-40

35 ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ। 36 ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ। 37 ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। 38 ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ। 39 ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉ‌ତ୍‌ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ। 40 ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉ‌ତ୍‌ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center