Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 101

ଦାଉଦଙ୍କର ଏକ ଗୀତ।

101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
    ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
    ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
    ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
    ସ୍ଥାପନ କରିବି ନାହିଁ।
    ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
    ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
    ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
    ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।

ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
    ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
    କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
    ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
    ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।

ରାଜାବଳୀର ପ୍ରଥମ ପୁସ୍ତକ 8:1-21

ସଦାପ୍ରଭୁଙ୍କ ମନ୍ଦିରରେ ତାଙ୍କର ନିୟମ-ସିନ୍ଦୁକ

ତା’ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ। ଇସ୍ରାଏଲର ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସରେ ଏଥାନୀମ ନାମକ ଏକ ବିଶେଷ ପର୍ବ ଦିନରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରିତ ହେଲେ।

ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହେବାପରେ ଯାଜକମାନେ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଉଠାଇଲେ। ସେମାନେ ସଦାପ୍ରଭୁଙ୍କ ଯୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ-ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡ଼ିକ ଏବଂ ତାଟିଆଗୁଡ଼ିକ ସମାଗମ-ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବାରେ ଯାଜକମାନଙ୍କୁ ଲେବୀୟମାନେ ସାହାଯ୍ୟ କଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକେ ନିୟମ-ସିନ୍ଦୁକ ସମ୍ମୁଖରେ ଏକତ୍ରିତ ହେଲେ ଓ ଅନେକ ଗାଈ ଓ ମେଷ, ବଳିଦାନ କଲେ। ସେମାନଙ୍କର ସଂଖ୍ୟା ଅଗଣନ ଥିଲା। ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ। କିରୁବମାନଙ୍କର ପକ୍ଷ ସମଗ୍ର ନିୟମ-ସିନ୍ଦୁକକୁ ଓ ସାଙ୍ଗୀ ଉପରକୁ ଆଚ୍ଛାଦନ କରିଥିଲା। ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖରେ ଥିବା ପବିତ୍ର ସ୍ଥାନରୁ ଦେଖା ଯାଉଥିଲା, ମାତ୍ର ବାହାରୁ ଦେଖା ଯାଉ ନ ଥିଲା। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ସେହି ପବିତ୍ର ସିନ୍ଦୁକରେ କେବଳ ଦୁଇଟି ପ୍ରସ୍ତର ଫଳକ ଥିଲା। ହୋରେବ ନିକଟରେ ମୋଶା ଏହି ଫଳକ ଦୁଇଟିକୁ ରଖିଥିଲେ ଯେତେବେଳେ ଇସ୍ରାଏଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତେବେଳେ ସଦାପ୍ରଭୁ ଏହି ହୋରେବରେ ଇସ୍ରାଏଲୀୟଙ୍କ ପାଇଁ ନିୟମ କରିଥିଲେ।

10 ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମହାପବିତ୍ର ସ୍ଥାନରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘରେ ପରିପୂର୍ଣ୍ଣ ଥିଲା। 11 ଯାଜକମାନେ ସଦାପ୍ରଭୁଙ୍କ ସେବା କରି ପାରିଲେ ନାହିଁ କାରଣ ମନ୍ଦିରଟି ମେଘରେ ପରିପୂର୍ଣ୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମାରେ ପୂର୍ଣ୍ଣ ହୋଇଥିଲା। 12 ତା’ପରେ ଶଲୋମନ କହିଲେ,

“ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ଯ୍ୟକୁ ସୃଷ୍ଟି କରିଅଛନ୍ତି।
    ମାତ୍ର ସେ ଘୋର ଅନ୍ଧକାର ମେଘରେ ବାସ କରିବାକୁ ପସନ୍ଦ କରନ୍ତି। [a]
13 ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ
    ମୁଁ ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ନିର୍ମାଣ କରିଅଛି।”

14 ଇସ୍ରାଏଲର ସମସ୍ତ ପୁତ୍ରଗଣ ସେଠାରେ ଦଣ୍ଡାୟମାନ ହୋଇଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସେମାନଙ୍କୁ ଆଶୀର୍ବାଦ କଲେ। 15 ତା’ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନାରେ କହିଲେ,

“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା କର, ଯାହା ସେ ମୋର ପିତା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ, ସଦାପ୍ରଭୁ ନିଜେ ପୂରଣ କରିଛନ୍ତି। ସଦାପ୍ରଭୁ ମୋର ପିତାଙ୍କୁ କହିଲେ। 16 ‘ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବାଠାରୁ ଏପର୍ଯ୍ୟନ୍ତ କୌଣସି ସହରକୁ ଇସ୍ରାଏଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ। କିନ୍ତୁ ବର୍ତ୍ତମାନ ଆମ୍ଭେ ଯିରୁଶାଲମକୁ ମନୋନୀତ କରିଅଛୁ ଯେଉଁଠାରେ ଆମ୍ଭେ ସମ୍ମାନିତ ହେବା ଓ ଆମ୍ଭର ଲୋକମାନଙ୍କ ଉପରେ ଶାସନ କରିବା ପାଇଁ ଦାଉଦଙ୍କୁ ମନୋନୀତ କରିଅଛୁ।’

17 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମୋର ପିତା ଦାଉଦ ବିଶେଷ ଭାବରେ ମନସ୍ଥ କରିଥିଲେ। 18 ମାତ୍ର ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଚ୍ଛା ଅଛି, ତୁମ୍ଭର ଏହି ଇଚ୍ଛା ଉତ୍ତମ ଅଟେ। 19 କିନ୍ତୁ ତୁମ୍ଭେ ସେହି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।’

20 “ସଦାପ୍ରଭୁଙ୍କର ସେହି ପ୍ରତିଜ୍ଞା ଆଜି ସଫଳ ହୋଇଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେଲି ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମର ସମ୍ମାନାର୍ଥେ ସେହି ମନ୍ଦିର ନିର୍ମାଣ କଲି। 21 ସଦାପ୍ରଭୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ଏହି ନିୟମ-ସିନ୍ଦୁକ ମଧ୍ୟରେ ଅଛି। ସେହି ନିୟମ-ସିନ୍ଦୁକକୁ ରଖିବା ନିମନ୍ତେ ମୁଁ ଏକ ସ୍ଥାନ ସଦାପ୍ରଭୁଙ୍କ ଗୃହରେ ନିରୂପଣ କରିଅଛି।”

ମାର୍କ ଲିଖିତ ସୁସମାଗ୍ଭର 8:14-21

ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ(A)

14 ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା। 15 ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର [a]ଠାରୁ ଦୂରରେ ରୁହ।”

16 ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।”

17 ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ? 18 ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ? 19 ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

ସେମାନେ କହିଲେ, “ବାରଟି ଟୋକେଇରେ।”

20 “ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

“ସେମାନେ କହିଲେ, ସାତୋଟି ଟୋକେଇରେ।”

21 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center