Revised Common Lectionary (Semicontinuous)
12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
22 ସେ ଦୂତ ଯାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କୁ ଜଣାଇଲେ। 23 ସେହି ଦୂତ ଜଣକ ରାଜା ଦାଉଦଙ୍କୁ କହିଲା, “ସେହି ଅମ୍ମୋନୀୟ ଲୋକମାନେ ଆମ୍ଭମାନଙ୍କୁ ଖୋଲା ପଡ଼ିଆରେ ଆକ୍ରମଣ କଲେ, ତା’ପରେ ଆମ୍ଭେ ନଗରର ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼େଇ ନେଲୁ। 24 ଏଥିରେ ଧନୁର୍ଦ୍ଧାରୀମାନେ ପ୍ରାଚୀରରୁ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷେପ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତ୍ୟୁବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।”
25 ଦାଉଦ ଦୂତକୁ କହିଲେ, “ଯୋୟାବକୁ ଏହି ବାର୍ତ୍ତା ଦିଅ: ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକୁ ଆଖିବୁଜା ଭାବରେ ହତ୍ୟା କରି ପାରିବ। ରବ୍ବା ବିରୁଦ୍ଧରେ ଏକ ଜୋର୍ଦାର ଆକ୍ରମଣ କର ଏବଂ ତୁମ୍ଭେ ଜୟଲାଭ କରିବ।’ ଏହିସବୁ ବାକ୍ୟରେ ଯୋୟାବକୁ ଉତ୍ସାହିତ କର।”
ଦାଉଦ ବତ୍ଶେବା ସହିତ ବିବାହ କଲେ
26 ଏହା ପରେ ଊରିୟର ଭାର୍ଯ୍ୟା ତା’ର ସ୍ୱାମୀର ମୃତ୍ୟୁ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା। 27 ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବତ୍ଶେବାକୁ ନିଜ ଗୃହକୁ ଡକାଇଲେ। ତା’ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।
ପାଉଲଙ୍କର ରୋମ ଯିବା ଯୋଜନା
22 ସେଥିପାଇଁ ଅନେକ ଥର ମୋତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆଯାଇଛି।
23 ଏବେ ଏହି ଅଞ୍ଚଳରେ ମୁଁ ମୋର କାର୍ଯ୍ୟ ସମାପ୍ତ କରି ସାରିଛି। ବିଗତ ଅନେକ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି। 24 ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ।
25 ପରମେଶ୍ୱରଙ୍କ ଲୋକଙ୍କ ସେବାରେ ଏବେ ମୁଁ ଯିରୁଶାଲମ ଯାଉଛି। 26 ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। 27 ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। 28 ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି।
ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। 29 ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି।
30 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। 31 ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ। 32 ତା’ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା’ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। 33 ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।
2010 by World Bible Translation Center