Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 18:5-9

ରାଜା ଯୋୟାବ ଅବୀଶୟ ଓ ଇତ୍ତୟକୁ ଆଦେଶ ଦେଇ କହିଲେ, “ମୋ’ ପାଇଁ ଅବଶାଲୋମ ପ୍ରତି ଭଦ୍ର ବ୍ୟବହାର କର।” ଯେତେବେଳେ ରାଜା ଏହି ଆଦେଶ ସମସ୍ତ ଅଧିପତିମାନଙ୍କୁ ଦେଲେ, ସମସ୍ତ ଲୋକ ଏ କଥା ଶୁଣି ପାରିଲେ।

ଦାଉଦଙ୍କର ସେନା ଅବଶାଲୋମଙ୍କର ସେନାକୁ ପରାଜିତ କଲେ

ଏହିପରି ଦାଉଦଙ୍କର ଲୋକମାନେ ଇସ୍ରାଏଲୀୟ ବିରୁଦ୍ଧରେ ଯୁଦ୍ଧ କ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବଣରେ ଯୁଦ୍ଧ ହେଲା। ସେଠାରେ ଇସ୍ରାଏଲୀୟ ଲୋକମାନେ ଦାଉଦଙ୍କ ସୈନ୍ୟମାନଙ୍କ ଆଗରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ବହୁତ କ୍ଷତି ହେଲା ଏବଂ 20,000 ଲୋକ ସେଠାରେ ମୃତ୍ୟୁବରଣ କଲେ। ଦେଶଯାକ ଯୁଦ୍ଧ ବ୍ୟାପିଗଲା। ପୁଣି ସେଦିନ ‌‌ଖ‌ଡ଼୍‌ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା।

ଅବଶାଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦେଖା ହେଲା। ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ି ଥିଲା। ସେ ଯେତେବେଳେ ଖଚରରେ ଆରୋହଣ କରୁଥିଲା, ସେ ଖସିଯିବା ପାଇଁ ଗ୍ଭହୁଁଥିଲା ସେହି ସମୟରେ ଏକ ବିରାଟ ଅଲୋ‌ନ୍‌ବୃକ୍ଷରେ ତା’ର ମୁଣ୍ଡ ଧ‌କ୍‌କା ହେଲା ଏବଂ ବାଳଗୁଡ଼ାକ ଗଛ ଡାଳରେ ଲାଗି ଭୂମିର ଉପରେ ଝୁଲି ରହିଲା। ଯେତେବେଳେ ଖଚରଟି ସେହି ବାଟେ ଦୌଡ଼ିଥିଲା।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 18:15

15 ଯୋୟାବଙ୍କର ଦଶ ଜଣ ଯୁବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରୁଥିଲେ। ସେହି ସୈନିକମାନେ ଅବଶାଲୋମର ଚତୁର୍ପାର୍ଶ୍ୱରେ ଏକତ୍ରିତ ହୋଇ ତାକୁ ହତ୍ୟା କଲେ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 18:31-33

31 ଠିକ୍ ତା’ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।”

32 ରାଜା କୂଶୀୟକୁ ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?”

କୂଶୀୟ ଉତ୍ତର ଦେଲା, “ମୋର ପ୍ରଭୁ ମହାରାଜାଙ୍କର ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁ ଲୋକମାନେ ଆଗେଇ ଆସିଥିଲେ, ସମସ୍ତେ ସେହି ଯୁବକ ଅବଶାଲୋମ ପରି ହୁଅନ୍ତୁ।”

33 ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।”

ଗୀତସଂହିତା 130

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 4:25-5:2

25 ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ। 26 ଯେତେବେଳେ ତୁମ୍ଭର କ୍ରୋଧ ହୁଏ, ସେତେବେଳେ ଅତି କ୍ରୋଧୀ ହୋଇ ପାପ କର ନାହିଁ। 27 ଦିନସାରା କ୍ରୋଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ। 28 ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା’ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ।

29 ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ। 30 ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି। 31 କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ। 32 ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ।

ଜ୍ୟୋତିଃର୍ମୟ ଜୀବନ

ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।

ଯୋହନ ଲିଖିତ ସୁସମାଗ୍ଭର 6:35

35 ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।

ଯୋହନ ଲିଖିତ ସୁସମାଗ୍ଭର 6:41-51

41 “ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ,” ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଗ୍ଭର କଲେ। 42 ଯିହୂଦୀମାନେ କହିଲେ, “ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତାମାତାଙ୍କୁ ଜାଣିଛୁ। ଯୀଶୁ କେବଳ ଯୋଷେଫଙ୍କର ପୁତ୍ର। ‘ସେ କିପରି ସ୍ୱର୍ଗରୁ ଓହ୍ଲାଇଛି ବୋଲି କହୁଛି?’”

43 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ ଅଭିଯୋଗ କରିବା ବନ୍ଦକର। 44 ପରମପିତା ମୋତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମୋ’ ନିକଟକୁ ଆଣନ୍ତି। ମୁଁ ସେହି ଲୋକମାନଙ୍କୁ ଶେଷଦିନରେ ଉ‌ତ୍‌ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ନ ଆଣିବେ, ତେବେ ସେ ଲୋକ ମୋ’ ପାଖକୁ ଆସି ପାରିବ ନାହିଁ। 45 ଭାବବାଣୀରେ ଏହିପରି ଲେଖା ଅଛି: ‘ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବେ।’ [a] ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା’ପରେ ମୋ’ ପାଖକୁ ସେ ଲୋକମାନେ ଆସନ୍ତି। 46 ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ୟକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କେବଳ ସେହି ଜଣେ ଦେଖିଛନ୍ତି, ଯିଏ କି ପରମେଶ୍ୱରଙ୍କଠାରୁ ଆସିଛନ୍ତି। ସେହି ଲୋକ ପରମପିତାଙ୍କୁ ଦେଖିଛନ୍ତି।

47 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ବ୍ୟକ୍ତି ବିଶ୍ୱାସ କରେ ତେବେ ସେ ଅନନ୍ତ ଜୀବନ ଲାଭ କରେ। 48 ମୁଁ ନିଜେ ସେହି ଜୀବନଦାୟକ ଖାଦ୍ୟ। 49 ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତରରେ ପରମେଶ୍ୱର ଦେଇଥିବା ମାନ୍ନା (ଖାଦ୍ୟ) ଖାଇଥିଲେ। କିନ୍ତୁ ସେମାନେ ଅନ୍ୟ ଲୋକଙ୍କ ପରି ମରିସାରିଲେଣି। 50 ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ସେହି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତେବେ ସେ କଦାପି ମରିବ ନାହିଁ। 51 ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center