Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 57

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।

57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
    ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
    ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
    ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
    ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ମୋର ଜୀବନ ସଙ୍କଟପୂର୍ଣ୍ଣ।
    ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
    ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
    ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।

ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
    ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
    ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
    କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି।

ମୋର ହୃଦୟ ସ୍ଥିର ଅଟେ।
    ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
    ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
ଜାଗ୍ରତ ହୁଅ, ହେ ମୋର ପ୍ରାଣ ଜାଗ୍ରତ ହୁଅ!
    ନେବଲ ଓ ବୀଣା, ଜାଗ୍ରତ ହୁଅ!
    ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
    ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
    ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
    ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 18:19-33

ଯୋୟାବଙ୍କର ସମ୍ବାଦ ଦାଉଦଙ୍କ ପାଖକୁ

19 ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।”

20 ଯୋୟାବ ଉତ୍ତରରେ ଅହୀମାସକୁ କହିଲେ, “ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକୁ ନେଇ ଯିବ ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନେଇଯିବ। କିନ୍ତୁ ଆଜି ନେବ ନାହିଁ। କାରଣ ରାଜାଙ୍କର ପୁତ୍ର ମରିଅଛି।”

21 ଏହା ପରେ ଯୋୟାବ କୂଶୀୟରୁ ଆସିଥିବା ଲୋକକୁ କହିଲେ, “ତୁମ୍ଭେ ଯାଅ, ଆଉ ଯାହା ଦେଖିଛ ତାହା ରାଜାଙ୍କୁ କୁହ।”

ତେଣୁ କୂଶୀୟ ତାଙ୍କୁ ପ୍ରଣାମ କରି ଦାଉଦଙ୍କ ନିକଟକୁ କହିବାକୁ ଦୌଡ଼ିଲା।

22 କିନ୍ତୁ ସାଦୋକର ପୁତ୍ର ଅହୀମାସ ପୁନର୍ବାର ଯୋୟାବକୁ ଅନୁରୋଧ କଲା, “ଯାହା ହେଉନା ପଛେ, ମୋତେ ମଧ୍ୟ ସେଇ କୂଶୀୟମାନଙ୍କ ପଛରେ ଦାଉଦଙ୍କ ଆଡ଼କୁ ଧାଇଁବାକୁ ଦିଅ।”

ଯୋୟାବ କହିଲେ, “ମୋ’ ପୁତ୍ର, ତୁମ୍ଭେ କାହିଁକି ଏ ଖବର ନେବାକୁ ଇଚ୍ଛା କର? ଏହା ପାଇଁ କୌଣସି ପୁରସ୍କାର ପାଇବ ନାହିଁ।”

23 ଅହୀମାସ ଉତ୍ତର ଦେଲା, “ଯାହା ହେଉନା କାହିଁକି ମୁଁ ଯିବି।”

ତହିଁରେ ଯୋୟାବ ତାକୁ କହିଲେ, “ଠିକ୍ ଅଛି, ତୁମ୍ଭେ ଦାଉଦଙ୍କ ନିକଟକୁ ଦୌଡ଼।”

ଏହା ପରେ ଅହୀମାସ ଯର୍ଦ୍ଦନ ଉପତ୍ୟକା ଦେଇ କୂଶୀୟକୁ ଅତିକ୍ରମ କରିଗଲା।

ଦାଉଦ ସମ୍ବାଦ ଶୁଣିଲେ

24 ଦାଉଦ ନଗରର ଦୁଇ ଫାଟକର ମଧ୍ୟରେ ବସିଥିଲେ। ତା’ପରେ ଜଣେ ପ୍ରହରୀ ଦ୍ୱାର ଛାତର କାନ୍ଥ ଉପରକୁ ଯାଇ ଦେଖିଲା ଜଣେ ଲୋକ ଦୌଡ଼ି ଦୌଡ଼ି ଆସୁଅଛି। 25 ପ୍ରହରୀଟି ରାଜା ଦାଉଦଙ୍କୁ କହିଲା,

ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।”

ଲୋକ ଜଣକ ସହରର ନିକଟରୁ ନିକଟତର ହେଲା। 26 ପ୍ରହରୀ ଆଉ ଜଣେ ଦୌଡ଼ି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ୱାରପାଳକୁ ଡାକି କହିଲା, “ଦେଖ! ଆଉ ଜଣେ ଲୋକ ଦୌଡ଼ି ଆସୁଅଛି।”

ରାଜା କହିଲେ, “ସେ ମଧ୍ୟ ଖବର ଆଣୁଅଛି।”

27 ପ୍ରହରୀ ଜଣକ କହିଲା, “ମୁଁ ଭାବୁଛି ପ୍ରଥମ ଲୋକଟି ସାଦୋକର ପୁତ୍ର ଅହୀମାସ୍।”

ରାଜା କହିଲେ, “ଅହୀମାସ ଜଣେ ଉତ୍ତମ ଲୋକ। ସେ ନିଶ୍ଚିତ ଏକ ଭଲ ଖବର ନେଇ ଆସିଥିବ।”

28 ଅହୀମାସ ଉଚ୍ଚସ୍ୱରରେ କହିଲା, “ସବୁ ମଙ୍ଗଳ!” ଅହୀମାସ ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କଲା। ଅହୀମାସ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କର ପ୍ରଶଂସା କରନ୍ତୁ। ମୋର ସଦାପ୍ରଭୁ ସେହିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରୁଦ୍ଧରେ ଯାଉଥିଲେ।”

29 ରାଜା ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?”

ଅହୀମାସ ଉତ୍ତର ଦେଲା, “ଯୋୟାବ ମୋତେ ଯେତେବେଳେ ପଠାଇଲେ, ମୁଁ ଦେଖିଲି ଏକ ମହା ଲୋକ ଗହଳି। କିନ୍ତୁ ଏହା କ’ଣ ଥିଲା ମୁଁ ଜାଣି ପାରିଲି ନାହିଁ।”

30 ତା’ପରେ ରାଜା କହିଲେ, “ଏଠାରୁ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର।” ଅହୀମାସ ସେଠାରୁ ଯାଇ ଅନ୍ୟତ୍ର ଠିଆ ହୋଇ ଅପେକ୍ଷା କଲା।

31 ଠିକ୍ ତା’ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।”

32 ରାଜା କୂଶୀୟକୁ ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?”

କୂଶୀୟ ଉତ୍ତର ଦେଲା, “ମୋର ପ୍ରଭୁ ମହାରାଜାଙ୍କର ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁ ଲୋକମାନେ ଆଗେଇ ଆସିଥିଲେ, ସମସ୍ତେ ସେହି ଯୁବକ ଅବଶାଲୋମ ପରି ହୁଅନ୍ତୁ।”

33 ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।”

ପିତରଙ୍କ ଦ୍ୱିତୀୟ ପତ୍ର 3:14-18

14 ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷାରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠୋର ପରିଶ୍ରମ କର। ପରମେଶ୍ୱରଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। 15 ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ। 16 ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। ବେଳେବେଳେ ପାଉଲଙ୍କ ପତ୍ରରେ କେତେକ କଥା ବୁଝିବା ପାଇଁ କଷ୍ଟକର ହୁଏ। କେତେଲୋକ ସେହି କଥାଗୁଡ଼ିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି। ସେମାନେ ମୂର୍ଖ ଓ ବିଶ୍ୱାସରେ ଦୁର୍ବଳ। ସେହି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ [a] ମଧ୍ୟ ଭୁଲଭାବେ ବୁଝାଇଥା’ନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ନିଜର ଅନିଷ୍ଟ କରୁଛନ୍ତି।

17 ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ। 18 କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center