Revised Common Lectionary (Semicontinuous)
12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
ଶଲୋମନଙ୍କର ମୃତ୍ୟୁ
29 ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟଦ୍ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟଦ୍ବକ୍ତା, ଅହିୟଙ୍କର ଭବିଷ୍ୟଦ୍ବାଣୀ ଓ ଭବିଷ୍ୟଦ୍ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯାଶ୍ବିୟାମ୍ଙ୍କ ବିଷୟରେ ଲେଖିଛନ୍ତି। 30 ଶଲୋମନ ସମଗ୍ର ଇସ୍ରାଏଲ ଉପରେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। 31 ଏହା ପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗରରେ କବର ଦେଲେ। ଶଲୋମନଙ୍କ ସ୍ଥାନରେ ଶଲୋମନଙ୍କ ପୁତ୍ର ରିହବିୟାମ୍ ନୂତନ ରାଜା ହେଲେ।
35 ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି। 36 ତେଣୁ ଲୋକମାନଙ୍କୁ ଆଖ ପାଖ ପଲ୍ଲୀ ଓ ଗାଁଗୁଡ଼ିକୁ ପଠାଅ। ତା’ହେଲେ ସେଠାକୁ ଯାଇ ସେମାନେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।”
37 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।”
ଶିଷ୍ୟମାନେ ପଗ୍ଭରିଲେ, “ଆମ୍ଭେ କ’ଣ ଯାଇ ରୋଟୀ କିଣି ଆଣି ସେମାନଙ୍କୁ ଖାଇବାକୁ ଦେବୁ? ରୋଟୀ କିଣିବାକୁ ସେତିକି ଅର୍ଥ ଯୋଗାଡ଼ କରିବାକୁ ହେଲେ ଆମ୍ଭ ସମସ୍ତଙ୍କୁ ମାସେ କାଳ କାମ କରିବାକୁ ହେବ।”
38 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯାଇ ଦେଖ, ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”
ଶିଷ୍ୟମାନେ ରୋଟୀ ଗଣିସାରି ଯୀଶୁଙ୍କୁ କହିଲେ, “ଆମ୍ଭ ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।”
39 ଯୀଶୁ ଆଜ୍ଞା ଦେଲେ, “ଲୋକମାନଙ୍କୁ ପଡ଼ିଆର ସବୁଜ ଘାସ ଉପରେ ଦଳ ଦଳ କରି ବସେଇ ଦିଅ।” 40 ଲୋକମାନେ ପ୍ରତି ଦଳରେ ପଗ୍ଭଶ ପଗ୍ଭଶ ବା ଶହେ ଶହେ ହୋଇ ବସିଗଲେ।
41 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା’ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।
42 ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। 43 ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ। 44 ଯେଉଁମାନେ ରୋଟୀ ଖାଇଥିଲେ ସେମାନଙ୍କ ମଧ୍ୟରେ କେବଳ ପୁରୁଷଙ୍କ ସଂଖ୍ୟା ପାଞ୍ଚ ହଜାର ଥିଲା।
2010 by World Bible Translation Center