Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।
37 ତାଙ୍କର ପୁତ୍ର ଅମ୍ନୋନଙ୍କ ପାଇଁ ଦାଉଦ ବହୁତ ଦିନ ଶୋକ କଲେ।
ଅବଶାଲୋମ ଗଶୂରକୁ ପଳାୟନ କଲେ
ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଯାଇଥିଲା। 38 ଏହା ପରେ ଅବଶାଲୋମ ଗଶୂରକୁ ପଳାଇ ସେଠାରେ ତିନି ବର୍ଷ ଧରି ରହିଲା। 39 ଦାଉଦ ତାଙ୍କର ମନ ଅବଶାଲୋମ ଆଡ଼େ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ନୋନର ମୃତ୍ୟୁ ଜାଣି ସାନ୍ତ୍ୱନା ପ୍ରାପ୍ତ ହେଲେ।
ଯୋୟାବ ଏକ ଜ୍ଞାନୀ ସ୍ତ୍ରୀକୁ ଦାଉଦଙ୍କ ନିକଟକୁ ପଠାଇଲେ
14 ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶାଲୋମ ଆଡ଼େ ଅଛି। 2 ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର। 3 ରାଜାଙ୍କ ନିକଟକୁ ଯାଇ ମୁଁ ତୁମ୍ଭକୁ ଯାହା କୁହେ ସେହି ବାକ୍ୟ ତାଙ୍କୁ କୁହ, ତା’ପରେ ଯୋୟାବ ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ ଯାହା କହିବା ପାଇଁ ହେବ କହିଲେ।”
4 ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”
5 ତହିଁରେ ରାଜା ପଗ୍ଭରିଲେ, “କ’ଣ ତୁମ୍ଭର ଅସୁବିଧା କରୁଛି?”
ସେ ଉତ୍ତର ଦେଲା, “ମୁଁ ସତ୍ୟ କହୁଅଛି ମୁଁ ବିଧବା ସ୍ତ୍ରୀ, ମୋର ସ୍ୱାମୀ ମରିଯାଇଛି। 6 ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ। ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ। ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା। 7 ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା’ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା’ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା’ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା’ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”
8 ତା’ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”
9 ତକୋୟର ସେହି ସ୍ତ୍ରୀଲୋକଟି ରାଜାଙ୍କୁ କହିଲା, “ହେ ମୋର ସଦାପ୍ରଭୁ, ଏ ଅପରାଧଟି ମୋ’ ଉପରେ ଓ ମୋ’ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।”
10 ତା’ପରେ ରାଜା କହିଲେ, “କେହି ଯଦି ତୁମ୍ଭକୁ କିଛି କହେ, ତାକୁ ମୋ’ ସମ୍ମୁଖକୁ ଆଣ ଏବଂ ସେ ତୁମ୍ଭର ଆଉ ବିବ୍ରତ କରିବ ନାହିଁ।”
11 ସ୍ତ୍ରୀଲୋକଟି କହିଲେ, “ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଶପଥ ନେଇ କହନ୍ତୁ, ଆପଣ ସେମାନଙ୍କୁ ଅଟକାଇବେ, ଯେଉଁମାନେ ତା’ର ଭାଇର ହତ୍ୟା ଯୋଗୁଁ ମୋର ପୁତ୍ରକୁ ହତ୍ୟା କରିବାକୁ ଗ୍ଭହାନ୍ତି। ଶପଥ କରନ୍ତୁ ଯେ, ଆପଣ ସେମାନଙ୍କୁ ମୋର ପୁତ୍ରକୁ ଧ୍ୱଂସ କରିବା ପାଇଁ ଦେବେ ନାହିଁ।”
ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ କେହି ତୁମ୍ଭର ପୁତ୍ରର କ୍ଷତି କରି ପାରିବେ ନାହିଁ, ଏପରିକି ତା’ର ମୁଣ୍ଡର ଗୋଟିଏ ବାଳ ମଧ୍ୟ ତଳେ ପଡ଼ିବ ନାହିଁ। ରାଜା କହିଲେ, ପରମେଶ୍ୱରଙ୍କର ନାମ ଅକ୍ଷୁର୍ଣ୍ଣ ଥିବାଯାଏ କେହି ତା’ର ଚର୍ମକୁ ସ୍ପର୍ଶ କରି ପାରିବେ ନାହିଁ।”
12 ସେ କହିଲା, “ମୋର ରାଜା ସଦାପ୍ରଭୁ ଦୟାକରି ମୋତେ କିଛି କହିବା ପାଇଁ ଦିଅନ୍ତୁ।”
ତା’ପରେ ରାଜା ଉତ୍ତର ଦେଲେ, “ତୁମ୍ଭେ କୁହ।”
13 ସ୍ତ୍ରୀଲୋକଟି କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକୁ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପୁତ୍ରକୁ ଫେରାଇ ଆଣୁ ନାହାନ୍ତି। 14 ଆମ୍ଭେମାନେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭେମାନେ ଭୂମିରେ ଢଳା ହୋଇଥିବା ପାଣି ପରି, ଯାହାକି ପୁନର୍ବାର ସଂଗ୍ରହ ହୋଇ ପାରିବ ନାହିଁ। ପରମେଶ୍ୱର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସେମାନଙ୍କ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ୟରେ ଦୌଡ଼ି ପଳାନ୍ତି। 15 ମୋର ପ୍ରଭୁ ଓ ମହାରାଜ ମୁଁ ଏହି କଥାଗୁଡ଼ିକ କହିବାକୁ ଆପଣଙ୍କ ନିକଟକୁ ଆସିଲି କାରଣ ଲୋକମାନେ ମୋତେ ଭୟ ଦେଖାଇଲେ। ତେଣୁ ନିଜକୁ ଭାବିଲି, ‘ମୁଁ ମହାରାଜାଙ୍କୁ କହିବି, ହୋଇପାରେ, ମହାରାଜ ମୋତେ ସାହାଯ୍ୟ କରି ପାରନ୍ତି। 16 ରାଜା ମୋର କଥା ଶୁଣିବେ ଏବଂ ଯେଉଁମାନେ ମୋତେ ଏବଂ ମୋର ପୁତ୍ରକୁ ମାରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କ କବଳରୁ ମୋତେ ରକ୍ଷା କରିବେ।’ ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦେଇଥିବା ଅଧିକାରରୁ ବଞ୍ଚିତ କରିବେ ନାହିଁ। 17 ମୁଁ ଜାଣେ ମୋର ମୁନିବଙ୍କର କଥା, ନିଶ୍ଚିତ ଭାବରେ ମୋତେ ବିଶ୍ରାମ ଦେବ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ୱରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭୁଲ୍ ଏବଂ ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ସର୍ବଦା ଆପଣଙ୍କ ପାଖରେ ଅଛନ୍ତି।”
18 ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା’ର ଉତ୍ତର ଦେବ।”
ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।”
19 ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?”
ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ। 20 ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରତ୍ୟେକ କଥାକୁ ଅଲଗା ଭାବରେ ଦେଖି ପାରିଥା’ନ୍ତେ। ମୋର ପ୍ରଭୁ, ଆପଣ ପରମେଶ୍ୱରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀରେ କେଉଁଠି କ’ଣ ହେଉଛି, ଆପଣ ସବୁ ଜାଣି ପାରୁଛନ୍ତି।”
ଅବଶାଲୋମ ଯିରୁଶାଲମକୁ ଫେରି ଆସିଲେ
21 ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”
22 ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”
23 ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା। 24 କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା’ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ।
15 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। 2 ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍। 3 ଖ୍ରୀଷ୍ଟ ମଧ୍ୟ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରି ନ ଥିଲେ। ତାହାଙ୍କ ବିଷୟରେ ଶାସ୍ତ୍ର କୁହେ: “ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସେମାନେ ମୋର ବି ଅପମାନ କରିଛନ୍ତି।” [a] 4 ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ। 5 ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ। 6 ତା’ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ୱରଙ୍କୁ ମହିମା ପ୍ରଦାନ କରି ପାରିବ।
2010 by World Bible Translation Center