Revised Common Lectionary (Complementary)
ଟେଟ୍
65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।
ମିଶରର ରାଜା ଶୀଶକ୍ ଯିରୁଶାଲମ ଆକ୍ରମଣ କରନ୍ତି
12 ରିହବିୟାମ୍ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ହୋଇ ଉଠିଲେ, ଆହୁରି ମଧ୍ୟ ସେ ନିଜ ରାଜ୍ୟକୁ ଦୃଢ଼ କଲେ। ଏହା ପରେ ରିହବିୟାମ୍ ଓ ସମସ୍ତ ଇସ୍ରାଏଲୀୟ ସଦାପ୍ରଭୁଙ୍କ ନିୟମ ମାନିବାକୁ ମନା କଲେ।
2 ରାଜା ରିହବିୟାମଙ୍କ ପଞ୍ଚମ ବର୍ଷରେ ଶୀଶକ୍ ଯିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସେମାନେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନ ଥିଲେ। 3 ଶୀଶକ୍ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁକ୍କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ। 4 ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହା ପରେ ଶୀଶକ୍ ଯିରୁଶାଲମକୁ ଆସିଲା।
5 ଏହା ପରେ ଭବିଷ୍ୟଦ୍ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶକ୍ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’”
6 ଏହା ପରେ ଇସ୍ରାଏଲର ନେତାଗଣ ଓ ରାଜା ରିହବିୟାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସେମାନେ କହିଲେ, “ସଦାପ୍ରଭୁ ଠିକ୍ କହି ଅଛନ୍ତି।”
7 ସଦାପ୍ରଭୁ ଦେଖିଲେ ଯେ, ସେମାନେ ନିଜକୁ ନମ୍ର କରିଛନ୍ତି। ଏହା ପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମୟିୟଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମୟିୟଙ୍କୁ କହିଲେ, “ସେମାନେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସେମାନଙ୍କୁ ଅଳ୍ପ ଉପଶମ ଦେବା। କିନ୍ତୁ ଯିରୁଶାଲମ ଉପରେ ଆମ୍ଭର କ୍ରୋଧ ଢାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ୟବହାର କରିବା ନାହିଁ। 8 କିନ୍ତୁ ଯିରୁଶାଲମର ଲୋକମାନେ ଶୀଶକ୍ର ଦାସ ହେବେ। ସେମାନେ ଯେପରି ଶିକ୍ଷା କରିବେ, ଆମ୍ଭର ସେବା କରିବା ଅନ୍ୟ ଦେଶୀୟ ରାଜାମାନଙ୍କର ସେବା କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।”
9 ଶୀଶକ୍ ଯିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଆହୁରି ମଧ୍ୟ ସେ ଶଲୋମନ ନିର୍ମାଣ କରିଥିବା ସୁବର୍ଣ୍ଣ ଢାଲ ନେଇଗଲେ। 10 ରାଜା ରିହବିୟାମ୍ ସେହି ସୁବର୍ଣ୍ଣ ଢାଲ ରଖିବା ସ୍ଥାନରେ ପିତ୍ତଳର ଢାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ୱାରକୁ ଜଗିବା ନିମନ୍ତେ ନିଯୁକ୍ତ ହୋଇଥିବା ସେନାଧ୍ୟକ୍ଷମାନଙ୍କୁ ରିହବିୟାମ୍ ସେହି ପିତ୍ତଳ ଢାଲମାନ ଦେଲେ। 11 ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତରେ ପ୍ରବେଶ କଲେ, ସେତେଥର ରକ୍ଷୀମାନେ ସେହି ପିତ୍ତଳ ଢାଲଗୁଡ଼ିକୁ ଆଣିଲେ। ପୁଣି ସେମାନେ ପୁନର୍ବାର ସେହି ପିତ୍ତଳ ଢାଲଗୁଡ଼ିକୁ ରକ୍ଷୀଗୃହକୁ ଫେରାଇ ଆଣିଲେ।
12 ରିହବିୟାମ୍ ଯେତେବେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିୟାମଙ୍କଠାରୁ ଆପଣା କ୍ରୋଧ ଫେରାଇ ନେଇଗଲେ। ତେଣୁ ସଦାପ୍ରଭୁ ରିହବିୟାମଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।
7 ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। 8 ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି। 9 ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ।
10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ[a]ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ। 11 ମହାଯାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନେଇ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହାରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ। 12 ସେହିଭଳି ଯୀଶୁ ମଧ୍ୟ ସହର ବାହାରେ ଯାତନା ପାଇଲେ। ନିଜ ରକ୍ତ ଦ୍ୱାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ। 13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ଯିବା ଉଚିତ୍। ଆମ୍ଭେ ମଧ୍ୟ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍। 14 ଏହି ପୃଥିବୀରେ ଆମ୍ଭର କୌଣସି ଚିରସ୍ଥାୟୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ୟତରେ ଆସିବ। 15 ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି।
17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସେମାନଙ୍କର ଅଧୀନରେ ରୁହ। ସେମାନେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାୟୀ। ଅତଏବ, ସେମାନେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥା’ନ୍ତି। ସେମାନଙ୍କର ଆଜ୍ଞାପାଳନ କର ଯେପରି ଏହି କାମଟି ସେମାନେ ଖୁସୀ ମନରେ କରିବେ, ଦୁଃଖରେ ନୁହେଁ। ସେମାନଙ୍କର କାମ କଠିନ ହେଲେ, ତା'ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।
18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ। 19 ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ତୁମ୍ଭେମାନେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ୱର ମୋତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶେଷ ଭାବରେ ଗ୍ଭହେଁ।
20-21 ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!
2010 by World Bible Translation Center