Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 101

ଦାଉଦଙ୍କର ଏକ ଗୀତ।

101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
    ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
    ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
    ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
    ସ୍ଥାପନ କରିବି ନାହିଁ।
    ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
    ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
    ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
    ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।

ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
    ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
    କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
    ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
    ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।

ରାଜାବଳୀର ଦ୍ୱିତୀୟ ପୁସ୍ତକ 18:19-25

19 ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ର‌ବ୍‌ଶାକି ସେମାନଙ୍କୁ କହିଲା, “ତୁମ୍ଭେମାନେ ହିଜକିୟଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,

‘ତୁମ୍ଭେ ଯେଉଁ ବିଶ୍ୱାସ କରୁଛ, ତାହା କି ପ୍ରକାର ବିଶ୍ୱାସ? 20 ତୁମ୍ଭର ଏ କଥା ନିରର୍ଥକ। କାରଣ ତୁମ୍ଭେ କୁହ, “ଯୁଦ୍ଧରେ ଜୟଲାଭ କରିବା ପାଇଁ ମୋର ବହୁତ ମନ୍ତ୍ରଣା ଓ ବଳ ଅଛି।” କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେହେତୁ ମୋ’ ବିପକ୍ଷରେ ବିଦ୍ରୋହ କରୁଛ? 21 ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ। 22 ତୁମ୍ଭେମାନେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ।” କିନ୍ତୁ ମୁଁ ଜାଣେ ହିଜକିୟ ଯେଉଁ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିରେ ଲୋକମାନେ ପୂଜା କରୁଥିଲେ ସେ ସେଗୁଡ଼ିକୁ ଦୂରେଇ ଦେଇଛନ୍ତି ଆଉ ଯିହୁଦାକୁ ଯିରୁଶାଲମକୁ କହିଛନ୍ତି “ତୁମ୍ଭେମାନେ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବ।”

23 ‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। 24 ତୁମ୍ଭେ ମୋର ମହାଶୟଙ୍କ ଦାସମାନଙ୍କ ମଧ୍ୟରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ୟକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।

25 ‘ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଅ ଓ ତାକୁ ଧ୍ୱଂସ କର!”’”

ରାଜାବଳୀର ଦ୍ୱିତୀୟ ପୁସ୍ତକ 19:1-7

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସହିତ ହିଜକିୟଙ୍କର ପରାମର୍ଶ

19 ରାଜା ହିଜକିୟ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ୟସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମକୁ, ଲେଖକ ଶିବ୍‌ନକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ପଠାଇଲେ। ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ କହନ୍ତି, ଏହି କ୍ଳେଶ, ଅନୁଯୋଗ ଓ ଅପମାନର ଦିନ। ଏହା ଏପରି ଦିନ ଯେବେ ଶିଶୁଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସେମାନଙ୍କ ପାଖରେ ଶକ୍ତି ନାହିଁ। ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷୟରେ ମନ୍ଦ କଥା କହିବାକୁ ତାଙ୍କର ସେନାଧ୍ୟକ୍ଷଙ୍କୁ ପଠାଇଲେ। ହୋଇପାରେ ସଦାପ୍ରଭୁ ଶୁଣି ପାରନ୍ତି, ଯାହା ସେନାଧ୍ୟକ୍ଷ କହିଲା ଓ ଶତ୍ରୁକୁ ଦଣ୍ତ ଦେବେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”

ହିଜକିୟଙ୍କର ଉଚ୍ଚ ଅଧିକାରୀମାନେ ଯିଶାଇୟଙ୍କୁ ଦେଖିବାକୁ ଗଲେ। ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭର ମହାଶୟ ହିଜକିୟଙ୍କୁ ଏହି ସମ୍ବାଦ ଦିଅ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥାରେ ଭୀତ ହୁଅ ନାହିଁ।” ଦେଖ, ମୁଁ ତାଙ୍କ ମଧ୍ୟରେ ଏକ ଆତ୍ମା ଦେବି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫେରିଯିବ, ଆଉ ମୁଁ ତାକୁ ତା'ର ନିଜ ଦେଶରେ ‌‌ଖ‌ଡ଼୍‌ଗ ଦ୍ୱାରା ବଧ କରିବି।’”

ଲୂକ ଲିଖିତ ସୁସମାଗ୍ଭର 18:18-30

ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ

(ମାଥିଉ 19:16-30; ମାର୍କ 10:17-31)

18 ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”

19 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। 20 ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ।’(A)

21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”

22 ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” 23 ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।

24 ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। 25 ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”

କେଉଁମାନେ ପରିତ୍ରାଣ ପାଇ ପାରିବେ

26 ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”

27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”

28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”

29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା'ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, 30 ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center