Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 51:1-10

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ।

51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
    ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
    ମୋର ସମସ୍ତ ପାପ କ୍ଷମା କର।
ମୋ’ ସବୁ ପାପ ଧୋଇ ଦିଅ,
    ଏବଂ ପୁଣି ମୋତେ ପବିତ୍ର କର।
ମୁଁ ଜାଣେ ମୁଁ ପାପ କରିଛି।
    ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
    ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
    ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
    ଓ ପାପରୁ ହିଁ ମୋର ମା’ ମୋତେ ଗର୍ଭରେ ଧାରଣ କଲା।
ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
    ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
    ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
    ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
    ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
    ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।

ଆଦିପୁସ୍ତକ 8:20-9:7

20 ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।

21 ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।

22 ଯେପର୍ଯ୍ୟନ୍ତ ପୃଥିବୀ ରହିଛି,
    ସେପର୍ଯ୍ୟନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ,
    ଥଣ୍ଡା ଓ ଗରମ,
ପୁଣି ଗ୍ରୀଷ୍ମ ଓ ଶୀତକାଳ,
    ଦିବସ ଓ ରାତ୍ରି ଏସବୁ ପୃଥିବୀରେ ଗ୍ଭଲିଥିବ।”

ନୂତନର ଆରମ୍ଭ

ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର। ପୃଥିବୀରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିୟନ୍ତ୍ରଣରେ ରହିବେ। ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦେଇଥିଲି। ବର୍ତ୍ତମାନ ପ୍ରତ୍ୟେକ ପଶୁ ତୁମ୍ଭର ଖାଦ୍ୟ ହେବ। ମୁଁ ଯାହାସବୁ ପୃଥିବୀରେ ଦେଇଛି ତାହା ସବୁ ତୁମ୍ଭର। କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦେବି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତରେ ଜୀବନ ଅଛି। ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।

“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି।
    ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।

“ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚୟ ବହୁତ ପିଲାପିଲି ହେବ। ତୁମ୍ଭେମାନେ ପୃଥିବୀକୁ ମନୁଷ୍ୟରେ ପରିପୂର୍ଣ୍ଣ କରିବ।”

ଯୋହନ ଲିଖିତ ସୁସମାଗ୍ଭର 10:11-21

11 “ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତା'ର ଜୀବନ ଦିଏ। 12 ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା'ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ। 13 ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ।

14 “ମୁଁ ମେଷପାଳକ ଯିଏ କି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ ଯେପରି, ପରମପିତା ମୋତେ ଜାଣନ୍ତି। 15 ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ। 16 ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ। 17 ପରମପିତା ମୋତେ ପ୍ରେମ କରନ୍ତି କାରଣ ମୁଁ ମୋ’ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ। 18 ମୋ'ଠାରୁ କେହି ମୋ’ ଜୀବନ ନେଇ ପାରିବ ନାହିଁ। ମୁଁ ସ୍ୱେଚ୍ଛାରେ ମୋ’ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି। ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।”

19 ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧ୍ୟରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା। 20 ସେମାନଙ୍କ ମଧ୍ୟରୁ ଅନେକ ଯିହୂଦୀ କହିଲେ, “ଜଣେ ଭୂତ ତା’ ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।”

21 କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ'ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center