Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 62

ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।

62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
    ମୋର ପରିତ୍ରାଣ ତାଙ୍କଠାରୁ ଆସେ।
ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
    ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
    ମୁଁ ଧ୍ୱଂସରୁ ନିରାପଦ ରହିବି।

କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
    ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
    ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
    ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
    ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
    କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି। ସେଲା

ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
    କାରଣ ତାଙ୍କଠାରୁ ମୋର ଆଶା ଆସେ।
ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
    ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
    ମୁଁ ଧ୍ୱଂସରୁ ନିରାପଦ ରହିବି।
ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
    ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
    ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
    ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ। ସେଲା

ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
    ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
    ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
    ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
    ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।

11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
    “ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
    ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:8-14

ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ,

“ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ।
    ତା'ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ।
ତେଣୁ ଆମ୍ଭେ ସେହି ନଗରକୁ
    ଓ ତା'ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।”

ଅଳ୍ପ କେତେକ ଇସ୍ରାଏଲୀୟ ରକ୍ଷା ପାଇବେ

ସେହି ସମୟରେ ଯଦି ଗୋଟିଏ ଘରେ କେବଳ ଦଶ ଜଣ ଅଛନ୍ତି, ସେମାନେ ସମସ୍ତେ ମରିବେ। 10 ଯେତେବେଳେ ଜଣେ ଲୋକ ମରିବ, ଜଣେ ସମ୍ପର୍କୀୟ ମୃତ ଶରୀରକୁ ନେଇ ଦାହ ଦେବା ପାଇଁ ଆସିବ। ଏବଂ “ସେ ଘର ମଧ୍ୟରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ।” ଘର ଭିତରେ ଥିବା ଲୋକଟି ଉତ୍ତର କରିବ, “ନା”,

ତା'ପରେ ସେହି ବ୍ୟକ୍ତି ତୁନି ହୁଅ ବୋଲି କହିବ। କାରଣ “ଆମ୍ଭେମାନେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବାର ନୁହେଁ।”

11 ସଦାପ୍ରଭୁ ପରମେଶ୍ୱର ଆଦେଶ ଦେବେ,
    ଦେଖ ବଡ଼ ଗୃହଗୁଡ଼ିକ ଖଣ୍ତ ବିଖଣ୍ତିତ ହେବ
    ଏବଂ କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହେବ।
12 ଅଶ୍ୱମାନେ ଢେଲା ପଥରଗୁଡ଼ିକ ଉପରେ ଦୌଡ଼ିବେ କି?
    ଆଉ ମଧ୍ୟ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ରରେ ହଳ କରିବାରେ ବ୍ୟବହାର କରନ୍ତି?
କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ।
    ତୁମ୍ଭେ ଧାର୍ମିକକୁ ନାଗ ବିଷରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ୟାୟକୁ ତୀବ୍ର ହଳାହଳରେ ପରିଣତ କରିଛ।
13 ତୁମ୍ଭେମାନେ ତୁଚ୍ଛାରେ ଆନନ୍ଦ କରୁଛ।
    ଆଉ ତୁମ୍ଭେମାନେ କହୁଛ, “ଆମ୍ଭେ ନିଜ ତୁଚ୍ଛାରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।”

14 “କିନ୍ତୁ ହେ ଇସ୍ରାଏଲବାସୀ, ତୁମ୍ଭ ଦେଶ ବିରୁଦ୍ଧରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସେହି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ୟ ଉପରେ ଦୁଃଖ କ୍ଳେଶ ଆଣିବ। ଏହି କ୍ଳେଶ ହମାତଠାରୁ ଅରାବା ମାର୍ଗ ପର୍ଯ୍ୟନ୍ତ ଲାଗି ରହିବ।” ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା କୁହନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:14-22

ଲାଅଦିକୀଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

14 “ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ:

“ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍[a] ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି:

15 “ମୁଁ ତୁମ୍ଭର କାର୍ଯ୍ୟ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶାକରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହୋଇଥିଲେ ଭଲ ହୋଇ ଥା’ନ୍ତା। 16 କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହୋଇ ନାତିଶୀତଷ୍ଣୋ ହେବାରୁ ମୁଁ ତୁମକୁ ମୁଖରୁ ଉଦ୍‌‌ଗାର କରି ବାହାର କରିଦେବି। 17 ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ। 18 ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ'ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।

19 “ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର। 20 ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ।

21 “ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ। 22 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।’’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center