Revised Common Lectionary (Complementary)
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
8 ତୁମ୍ଭେ ସବୁ ଅତି ନିକଟତର ହୋଇ ବାସ କରିବ। ତୁମ୍ଭେମାନେ ଏପରି ଲଗାଲଗି ଘର କରିବ ଯେ, କୌଣସି ଟିକିଏ ହେଲେ ସ୍ଥାନ ଘର ଘର ମଧ୍ୟରେ ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡ ଦେବେ ଯେପରିକି ତୁମ୍ଭେମାନେ ଏକାକୀ ବାସ କରିବ। ସମଗ୍ର ଦେଶରେ ତୁମେମାନେ କେବଳ ଏକମାତ୍ର ଗୋଷ୍ଠୀ ରହିବ। 9 ସର୍ବଶକ୍ତିମାନ ସଦାପ୍ରଭୁ ଏହା ମୋତେ କହିଲେ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, “ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛି ସେ ସମସ୍ତ ଧ୍ୱଂସ ହେବ। ଯେଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛି ସେ ସବୁ ନିବାସଶୂନ୍ୟ ହେବ। 10 ଦଶ ଏକର ପରିମିତ ଦ୍ରାକ୍ଷାକ୍ଷେତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”
11 ତୁମ୍ଭେମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠ, ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ସୁରାରେ ଉନ୍ମତ୍ତ ହୁଅ। 12 ତୁମ୍ଭେମାନେ ଭୋଜିର ଦ୍ରାକ୍ଷାରସ, ବୀଣା, ତବଲା ବଂଶୀ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ରଖିଥାଅ। ମାତ୍ର ସଦାପ୍ରଭୁଙ୍କର କାର୍ଯ୍ୟ ଲକ୍ଷ୍ୟ କର ନାହିଁ। ସଦାପ୍ରଭୁଙ୍କର ହସ୍ତ ବହୁ ଜିନିଷ ତିଆରି କରିଛି ମାତ୍ର ତୁମ୍ଭେମାନେ ତାହା ଲକ୍ଷ୍ୟ କର ନାହିଁ। ତେଣୁ ଏହା ତୁମ୍ଭମାନଙ୍କ ପାଇଁ ସନ୍ତାପର କାରଣ ହେବ।
13 ସଦାପ୍ରଭୁ କୁହନ୍ତି, “ମୋର ଲୋକମାନେ ନିର୍ବାସିତ ହୁଅନ୍ତି। କାରଣ ସେମାନେ ମୋତେ ଜାଣୁ ନାହାନ୍ତି। ଇସ୍ରାଏଲର କେତେକ ବ୍ୟକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତ ବୋଲି ବିବେଚିତ ହୁଅନ୍ତି। ମାତ୍ର, ସେହି ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଭୋକିଲା ଥିବେ ଏବଂ ଯେଉଁମାନେ ସାଧାରଣ ଜୀବନରେ ବସବାସ କରନ୍ତି, ଅତ୍ୟନ୍ତ ତୃଷାର୍ତ୍ତ ହେବେ। 14 ତା'ପରେ ସେମାନେ ମୃତ୍ୟୁବରଣ କରିବେ। ସିୟୋନ ମୃତ୍ୟୁର ସ୍ଥାନ ହେବ ଓ ସେ ଅଧିକରୁ ଅଧିକ ଲୋକ ଗିଳି ପକାଇବ। ସେହି ମୃତ୍ୟୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ୟବାନ ଲୋକ, ସାଧାରଣ ଲୋକ ଏବଂ ଖୁସୀମିଜାସିଆଲୋକ ତା’ ଦ୍ୱାରା ଜାଲରେ ଧରା ପଡ଼ିବେ।”
15 ସେହି ଲୋକମାନେ ନମ୍ର ହେବେ। ସେହି ମହାନ ଲୋକମାନେ ସେମାନଙ୍କର ମଥାନତ କରିବେ ଓ ଭୂମିକୁ ମୁଖ କରିବେ। 16 ସଦାପ୍ରଭୁ ସର୍ବଶକ୍ତିମାନ ଉତ୍ତମ ବିଗ୍ଭର କରିବେ ଏବଂ ଲୋକମାନେ ସେ ମହାନ ବୋଲି ଜାଣିବେ। ପବିତ୍ର ପରମେଶ୍ୱର ଧାର୍ମିକତା ଆଣିବେ ଓ ଲୋକମାନେ ତାଙ୍କୁ ଭକ୍ତି କରିବେ। 17 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ତାଙ୍କ ଦେଶରୁ ବିତାଡ଼ିତ କରିବେ ଓ ଦେଶ ଜନଶୂନ୍ୟ ହେବ। ମେଷମାନେ ଇଚ୍ଛାନୁସାରେ ବିଚରଣ କରିବେ। ମେଷଶାବକମାନେ ଧନୀଲୋକଙ୍କର ଜମିରେ ବିଚରଣ କରିବେ।
18 ସେହି ଲୋକମାନଙ୍କୁ ଲକ୍ଷ୍ୟ କର। ଲୋକମାନେ ଶକଟ ରଜ୍ଜୁରେ ଟାଣିଲା ପରି ସେମାନେ ଅସାରତା ରୂପକ ରଜ୍ଜୁରେ ଅପରାଧ ଓ ପାପକୁ ପଛରୁ ଟାଣନ୍ତି। 19 ସେହି ଲୋକମାନେ କୁହନ୍ତି, “ଆମ୍ଭେମାନେ ଇଚ୍ଛା କରୁଛୁ ଯେ ପରମେଶ୍ୱର ତାଙ୍କର ଯୋଜନାମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ। ତା'ପରେ ଆମ୍ଭେମାନେ କ’ଣ ଘଟିବ ଜାଣିବୁ। ଆମ୍ଭେମାନେ ଆଶା କରୁ ପରମେଶ୍ୱରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାହେଲେ ତାଙ୍କର ଇଚ୍ଛା କ’ଣ ଆମ୍ଭେମାନେ ଜାଣି ପାରିବୁ।”
20 ସେହି ଲୋକମାନେ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣି ସେମାନେ ଅନ୍ଧକାରକୁ ଆଲୋକ ଓ ଆଲୋକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମନେ କରନ୍ତି, ସେମାନେ ସନ୍ତାପର ପାତ୍ର। 21 ସେମାନେ ମଧ୍ୟ ନିଜକୁ ଭାବନ୍ତି ଯେ ସେମାନେ ଅତି କର୍ମଠ ଓ ବୁଦ୍ଧିମାନ। 22 ସେମାନେ ଦ୍ରାକ୍ଷାରସ ପାନ କରିବାରେ ପ୍ରସିଦ୍ଧ ଓ ମଦ୍ୟ ମିଶ୍ରିତ କରିବାରେ ଦକ୍ଷ। 23 ଦୋଷୀକୁ କ୍ଷମା କରିବାକୁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଲେ ସେମାନେ ଲାଞ୍ଚ ନେବେ। ମାତ୍ର ସେମାନେ ଉତ୍ତମ ଲୋକଙ୍କୁ ନ୍ୟାୟ ବିଗ୍ଭର ଦିଅନ୍ତି ନାହିଁ।
ଏକ ବିଧବାର ପ୍ରକୃତ ଦାନ
(ଲୂକ 21:1-4)
41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।
43 ତା'ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା'ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”
2010 by World Bible Translation Center