Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
Error: Book name not found: Sir for the version: Odia Holy Bible: Easy-to-Read Version
ହିତୋପଦେଶ 25:6-7

ରାଜାର ଛାମୁରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ। ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।

ଗୀତସଂହିତା 112

112 ସଦାପ୍ରଭୁଙ୍କର ପ୍ରଶଂସା କର।

ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
    ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
    ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
ସେହି ଲୋକର ପରିବାର ଧନଶାଳୀ ହେବେ
    ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
    ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
    କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
ସେହି ଲୋକ କଦାପି ବିଚଳିତ ହେବ ନାହିଁ।
    ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
    ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
ସେହି ଲୋକ ସୁସ୍ଥିର ଥାଏ।
    ସେ କେବେ ଭୟ କରେ ନାହିଁ।
    ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
    ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
    ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
    ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
    ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।

ଏବ୍ରୀ 13:1-8

ଉପାସନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରେ

13 ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ରଖିଥାଅ। ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି। ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।

ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ। ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି:

“ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ;
    ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”(A)

ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା:

“ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ,
    ମୁଁ ଭୟ କରିବି ନାହିଁ,
ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”(B)

ତୁମ୍ଭେମାନେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସେମାନେ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସେମାନେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ୟୁ ଭୋଗ କଲେ ତାହା ମନେ ପକାଅ, ଏବଂ ସେମାନଙ୍କର ବିଶ୍ୱାସର ଉଦାହରଣକୁ ଅନୁସରଣ କର। ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।

ଏବ୍ରୀ 13:15-16

15 ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ। 16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କେବେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି।

ଲୂକ ଲିଖିତ ସୁସମାଗ୍ଭର 14:1

ବିଶ୍ରାମବାରରେ ଲୋକଙ୍କୁ ସୁସ୍ଥ କରିଦେବା କ’ଣ ଠିକ୍

14 ଗୋଟିଏ ବିଶ୍ରାମବାରରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସେଠାରେ ଥିବା ପ୍ରତ୍ୟେକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ।

ଲୂକ ଲିଖିତ ସୁସମାଗ୍ଭର 14:7-14

ନିଜକୁ ମହାନ୍ ବୋଲି ଭାବ ନାହିଁ।

ଯୀଶୁ ଲକ୍ଷ୍ୟ କଲେ ଯେ, କେତେକ ଅତିଥି ବସିବା ପାଇଁ ଭଲ ଆସନଟିଏ ଖୋଜୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ: “ଯଦି ଜଣେ ତୁମ୍ଭକୁ ବିବାହଉତ୍ସବରେ ନିମନ୍ତ୍ରଣ କରୁଛି, ତେବେ ସବୁଠାରୁ ମୁଖ୍ୟ ଆସନରେ ବସ ନାହିଁ। କାରଣ ସେହି ଲୋକଟି ତୁମ୍ଭଠାରୁ ଅଧିକ ମହାନ୍ ଲୋକକୁ ମଧ୍ୟ ଡାକି ଥାଇପାରେ। ତୁମ୍ଭେ ଯଦି ସବୁଠାରୁ ମୁଖ୍ୟ ଆସନରେ ବସିଥିବ, ତେବେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି କହିବେ, ‘ଏହି ଲୋକଙ୍କୁ ତୁମ୍ଭ ଆସନଟି ଦେଇଦିଅ।’ ତା'ପରେ ତୁମ୍ଭେ ସେଠାରୁ ଉଠି ପଛରେ ଥିବା ଶେଷ ଆସନଟିକୁ ଯିବ। ସେତେବେଳେ ତୁମ୍ଭକୁ ବଡ଼ ଅପମାନ ଲାଗିବ।

10 “ତେଣୁ ଯେତେବେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନରେ ବସ। ସେତେବେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, ‘ବନ୍ଧୁ, ତୁମ୍ଭେ ଏଠାରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନରେ ବସ।’ ସେତେବେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ। 11 ଯେଉଁ ଲୋକ ନିଜକୁ ମହାନ୍ ଭାବେ, ତାକୁ ହୀନ କରି ଦିଆଯିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାଯିବ।”

ତୁମ୍ଭେ ପୁରସ୍କାର ପାଇବ

12 ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ। 13 ବରଂ ଭୋଜି ଦେବା ସମୟରେ ଗରିବ, ପଙ୍ଗୁ, ଛୋଟା ଓ ଅନ୍ଧମାନଙ୍କୁ ଡାକ। 14 ଏ ଲୋକମାନଙ୍କର କିଛି ନ ଥିବାରୁ ସେମାନେ ତୁମ୍ଭକୁ ପ୍ରତିବଦଳରେ କିଛି ଦେଇ ପାରିବେ ନାହିଁ। ତେଣୁ ଏହା ତୁମ୍ଭପାଇଁ ଆଶୀର୍ବାଦଜନକ ହେବ। କିନ୍ତୁ ଯେତେବେଳେ ଧାର୍ମିକ ଲୋକମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହେବେ, ସେହି ସମୟରେ ତୁମ୍ଭେମାନେ ତୁମ୍ଭର ପୁରସ୍କାର ପାଇବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center