Revised Common Lectionary (Complementary)
ଶଲୋମନଙ୍କର ରଚିତ ଆରୋହଣ ଗୀତ।
127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।
2 ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।
3 ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
4 ଯୁବକର ପୁତ୍ରଗଣ
ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
5 ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
ସେ ହେଉଛି ଭାଗ୍ୟବାନ୍।
16 ପୁଣି ଥରେ ମୁଁ ସୂର୍ଯ୍ୟ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ୟାୟ ସ୍ଥାନରେ, ଦୁଷ୍ଟତା ସେଠାରେ ଥିଲା, ଏବଂ ଯେଉଁଠାରେ ଧାର୍ମିକତା ରହିବା ଉଚିତ୍ ଥିଲା, ସେଠାରେ ଜଣେ ଦୁରାଗ୍ଭର ଥିଲା। 17 ମୁଁ ମନେ ମନେ କହିଲି: “ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଗ୍ଭର କରିବେ। କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି।”
ଲୋକମାନେ କ’ଣ ପଶୁମାନଙ୍କ ପରି ଅଟନ୍ତି?
18 ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷୟରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, “ପରମେଶ୍ୱର ସେମାନଙ୍କୁ ଦେଖାଇ ଦେବାକୁ ଗ୍ଭହାନ୍ତି ଯେ, ସେମାନେ ପଶୁ ତୁଲ୍ୟ। 19 ଜଣେ ମନୁଷ୍ୟ ପଶୁଠାରୁ କ’ଣ ଉତ୍ତମ? ନାଁ! କାରଣ ମନୁଷ୍ୟ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ୟ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ‘ପ୍ରାଣବାୟୁ’ ଏକାପରି। କ’ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ୟ ମଧ୍ୟରେ କୌଣସି ଉନ୍ନତି ଅଛି କି? ପ୍ରତ୍ୟେକ ଜିନିଷ ଅବଶ୍ୟ ଅର୍ଥହୀନ। 20 ମୃତ ମନୁଷ୍ୟ ଓ ପଶୁର ଶରୀର ଏକା ପ୍ରକାରରେ ବିନାଶ ହୁଏ। ସେମାନେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀରେ ମିଶିଗଲେ। 21 ମନୁଷ୍ୟର ଆତ୍ମା ସ୍ୱର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷୟରେ କହି ପାରିବ?”
22 ସେଥିପାଇଁ ମୁଁ ଦେଖିଲି ଯେ, କେବଳ ନିଜ ସ୍ୱକର୍ମରେ ଆନନ୍ଦ କରିବା ବ୍ୟତୀତ ମନୁଷ୍ୟ ନିମନ୍ତେ ଅନ୍ୟ କିଛି ଭଲ ନୁହେଁ। କାରଣ ଏହା ହିଁ ତା'ର ଅଧିକାର। ଆଉ ଏହା ପରେ ଯାହା ଘଟିବ ତାହାକୁ ଦେଖିବା ପାଇଁ ତାହାକୁ କିଏ ଫେରାଇ ଆଣିପାରିବ?
ମରିଯିବାଟା କ’ଣ ଭଲ?
4 ପୁନ୍ନରାୟ ବହୁତ ଲୋକ ଅତ୍ୟାଗ୍ଭରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ମଧ୍ୟ ନ ଥିଲେ। କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ୟ ମୁଁ ଦେଖିଲି। ସେମାନଙ୍କ ଦ୍ୱାରା ଆହତ ଲୋକମାନଙ୍କୁ କେହି ସାନ୍ତ୍ୱନା ଦେବାକୁ ନ ଥିଲେ। 2 ମୁଁ ନିଷ୍ପତ୍ତି ନେଲି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ୟବାନ୍। 3 ଏବଂ ଯିଏ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ, ସେ ଅନ୍ୟତର ସେମାନଙ୍କଠାରୁ ଭଲରେ ଅଛି, ଯେହେତୁ ସେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।
କାହିଁକି କାର୍ଯ୍ୟ କଠିନ ଅଟେ?
4 ଏହା ପରେ ମୁଁ ଭାବିଲି, “କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି?” ମୁଁ ଦେଖିଲି ଲୋକମାନେ ଜୀବନରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସେମାନେ କେବେ ଗ୍ଭହାନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ୟ ଅଟେ।
5 କିଛି ଲୋକ କହନ୍ତି, “ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତେବେ ତୁମେ ଉପବାସରେ ମୃତ୍ୟୁ ଭୋଗ କରିବ।” 6 ସଂଘର୍ଷ କରି ଦୁଇ ହାତ ପୂର୍ଣ୍ଣକର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।
7 ଏହା ପରେ ମୁଁ ପୁନ୍ନରାୟ ସୂର୍ଯ୍ୟ ତଳେ ଅସାର ଦେଖିଲି। 8 ଯଦି କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ।
ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ପରାମର୍ଶ
2 ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 3 ଆମ୍ଭ ପାଇଁ ମଧ୍ୟ ପ୍ରାର୍ଥନା କର। ପରମେଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ସୁଯୋଗ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କର। ଖ୍ରୀଷ୍ଟଙ୍କ ବିଷୟରେ ପରମେଶ୍ୱର ଯେଉଁ ଗୁପ୍ତ ସତ୍ୟ ପ୍ରକାଶ କରିଛନ୍ତି, ତାହାକୁ ଯେପରି ଆମ୍ଭେ ପ୍ରଗ୍ଭର କରି ପାରୁ, ସେଥିପାଇଁ ପ୍ରାର୍ଥନା କର। ଏହି ସତ୍ୟ ପ୍ରଗ୍ଭର କରୁଛି ବୋଲି ମୁଁ କାରାଗାରରେ ବନ୍ଦୀ। 4 ମୁଁ ଯେପରି ଏହି ସତ୍ୟ ଲୋକମାନଙ୍କ ଆଗରେ ସ୍ପଷ୍ଟ କରି ପାରିବି, ସେଥିପାଇଁ ପ୍ରାର୍ଥନା କର। ମୁଁ ତାହା କରିବା ଉଚିତ୍।
5 ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର। 6 କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।
2010 by World Bible Translation Center