Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 127

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଉପଦେଶକ 2:1-17

“କୌତୁକ” କ’ଣ ଆନନ୍ଦ ଦେଇପାରେ?

ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ। ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ?

ଜଣେ ମୂର୍ଖ ପରି ମାତାଲ୍ ହେବା ପର୍ଯ୍ୟନ୍ତ ମୁଁ ସ୍ଥିର କଲି ଦ୍ରାକ୍ଷାରସ ପିଇବା ପାଇଁ ଚେଷ୍ଟା କରିବି। ଯଦିଓ ସବୁବେଳେ ମୋର ମନ ବୁଦ୍ଧିର ସହିତ ମୋତେ ପରିଗ୍ଭଳନା କରୁଛି। ମୁଁ ଦେଖିବା ପାଇଁ ଗ୍ଭହିଁଲି। ଏହା କରିବା କ’ଣ ପୃଥିବୀର ଲୋକମାନଙ୍କ ପାଇଁ ମୂଲ୍ୟହୀନ।

କଠିନ ପରିଶ୍ରମ କ’ଣ ସୁଖ ଦେଇପାରେ?

ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି। ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। ମୁଁ ଦାସଦାସୀମାନଙ୍କୁ କ୍ରୟ କଲି ଓ ମୋର ଦାସଗଣ ଥିଲେ, ଯେଉଁମାନେ ମୋ’ ଘରେ ଜନ୍ମ ହୋଇଥିଲେ ଓ ଆହୁରି ମୋ’ ପୂର୍ବେ ଯିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମୋର ଗୋମେଷାଦି ପଲ ଅଧିକ ଥିଲା।

ମୁଁ ରୂପା ଓ ସୁନା ଏବଂ ନାନା ରାଜାର ଓ ନାନା ପ୍ରଦେଶର ବହୁତ ସମ୍ପତ୍ତି ସଂଗ୍ରହ କଲି, ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲି।

ଏହିପରି ମୋ’ ପୂର୍ବେ ଯିରୁଶାଲମରେ ଯେଉଁମାନେ ଥିଲେ, ସେ ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ ଧନୀ ହେଲି। ମୋର ଜ୍ଞାନ ଏହିସବୁରେ ମୋତେ ସାହାଯ୍ୟ କଲା। 10 ମୋର ଆଖି ଯାହା ଦେଖିଲା, ମୁଁ ତାହାକୁ ସ୍ମରଣ କଲି। ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ଅଭାବ କଲି ନାହିଁ। କାରଣ ମୋହର ସମସ୍ତ ପରିଶ୍ରମ ସକାଶୁଁ ମୋହର ହୃଦୟ ଆନନ୍ଦ କଲା। ମୋହର ସକଳ ପରିଶ୍ରମରୁ ଏହା ମୋହର ଅଂଶ ଥିଲା।

11 ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।

ଏହାର ଉତ୍ତର ଜ୍ଞାନ ହୋଇପାରେ

12 ରାଜା ଯାହା କରି ପାରିବ ଅନ୍ୟ କେହି ଏପରି କରି ପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଗ୍ଭହୁଁଛ ବହୁତ ରାଜା ତାହା କରି ସାରିଛନ୍ତି। ତା'ପରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷୟରେ ଭାବିବାକୁ ଲାଗିଲି। 13 ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ। 14 ଜ୍ଞାନବାନ ବ୍ୟକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ୟକ୍ତି ଅନ୍ଧକାରରେ ଗମନ କରେ।

କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶେଷରେ ଉଭୟ ମୃତ୍ୟୁବରଣ କରନ୍ତି। 15 ତେଣୁ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।” 16 ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?

ଜୀବନରେ କ’ଣ ବାସ୍ତବରେ ଖୁସୀ ଅଛି?

17 ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ଯ୍ୟତଳେ ସମସ୍ତ ବିଷୟ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।

କଲସୀୟଙ୍କ ପ୍ରତି ପତ୍ର 3:18-4:1

ଆପଣଙ୍କ ନୂତନ ଜୀବନ ଆପଣଙ୍କ ଗୃହରେ

18 ପତ୍ନୀଗଣ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ୍ ଅଟେ।

19 ପତିଗଣ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ଭଦ୍ର ବ୍ୟବହାର କର।

20 ସନ୍ତାନଗଣ! ପ୍ରତ୍ୟେକ କଥାରେ ପିତା-ମାତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।

21 ପିତାଗଣ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା'ହେଲେ ସେମାନେ ହତାଶ ହୋଇଯିବେ।

22 ସେବକଗଣ! ଏହି ପୃଥିବୀରେ ପ୍ରତ୍ୟେକ କଥାରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତେବେଳେ ମାଲିକ ଦେଖୁ ନାହାନ୍ତି, ସେତେବେଳେ ମଧ୍ୟ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ୱାରା ତୁମ୍ଭେମାନେ ପ୍ରକୃତରେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭେମାନେ ନିଷ୍ଠାପର ସହିତ ଆଜ୍ଞା ପାଳନ କର। 23 ସମସ୍ତ କାମଗୁଡ଼ିକ କଲାବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସେବା କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର। 24 ମନେରଖ! ତୁମ୍ଭେମାନେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦେଇଛନ୍ତି, ତାହା ତୁମ୍ଭମାନଙ୍କୁ ଦେବେ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରୁଛ। 25 ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।

ମାଲିକମାନେ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସେବକମାନଙ୍କୁ ଦିଅ। ମନେରଖ ଯେ ସ୍ୱର୍ଗରେ ତୁମ୍ଭମାନଙ୍କର ମଧ୍ୟ ଜଣେ ମାଲିକ ଅଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center