Book of Common Prayer
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
16 ପୁଣି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେଉଁ ଭବିଷ୍ୟଦ୍ବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି,
ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ।
ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି।
ସେମାନେ କେବଳ ନିଜ ହୃଦୟର ଦର୍ଶନ କଥା କହନ୍ତି।
ମାତ୍ର ସେମାନେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ।
17 ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି।
ସେମାନେ ସେମାନଙ୍କୁ କୁହନ୍ତି,
ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’
ପୁଣି ଯେଉଁମାନେ ଅବାଧ୍ୟ ହୋଇ
ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି,
ସେମାନଙ୍କୁ କୁହାଯାଏ,
‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’
18 ମାତ୍ର କୌଣସି ଭବିଷ୍ୟଦ୍ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ
ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ।
କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।
19 ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ
ଭୟଙ୍କର ଘୂର୍ଣ୍ଣିବାତ୍ୟା ସ୍ୱରୂପ ଆସିବ
ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।
20 ଯେପର୍ଯ୍ୟନ୍ତ ସଦାପ୍ରଭୁ
ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି,
ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ।
ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ।
21 ଆମ୍ଭେ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇ ନ ଥିଲୁ।
ତଥାପି ସେମାନେ ଆପେ ଆପେ ଧାଇଁଲେ।
ଆମ୍ଭେ ସେମାନଙ୍କୁ କିଛି ବାକ୍ୟ ପ୍ରଦାନ କରି ନ ଥିଲୁ।
ମାତ୍ର ସେମାନେ ଆମ୍ଭ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ।
22 ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ,
ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ।
ଆଉ ସେମାନେ ସେମାନଙ୍କୁ କୁପଥରୁ
ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।”
23 ସଦାପ୍ରଭୁ କହନ୍ତି,
“ଆମ୍ଭେ ପରମେଶ୍ୱର,
ଆମ୍ଭେ କି ନିକଟ କି ଦୂର ସବୁସ୍ଥାନରେ ପରମେଶ୍ୱର ଅଟୁ।
24 ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ।
କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ
ସବୁଠାରେ ବ୍ୟାପି ରହିଅଛୁ।”
25 “ପୁଣି ଏପରି କେତେକ ଭବିଷ୍ୟଦ୍ବକ୍ତା ଅଛନ୍ତି, ଯେଉଁମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ‘ଆମ୍ଭେ ସ୍ୱପ୍ନ ଦେଖିଅଛୁ, ଆମ୍ଭେ ସ୍ୱପ୍ନ ଦେଖିଅଛୁ’ କହନ୍ତି, ସେମାନଙ୍କ କଥା ଆମ୍ଭେ ଶୁଣିଅଛୁ। 26 ଯେଉଁ ଭବିଷ୍ୟଦ୍ବକ୍ତାମାନଙ୍କ ହୃଦୟ ମିଥ୍ୟା ଭାବନାରେ ପରିପୂର୍ଣ୍ଣ ଓ ଯେଉଁମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି, ସେମାନେ କେତେକାଳ ଏହା ଗ୍ଭଲୁ ରଖିବେ? 27 ସେହି ଭବିଷ୍ୟଦ୍ବକ୍ତାଗଣ ଆପଣା ଆପଣା ପ୍ରତିବାସୀଙ୍କୁ ମିଥ୍ୟା ସ୍ୱପ୍ନ କଥା କହି ମୋର ନାମକୁ ମୋ’ ଲୋକମାନଙ୍କଠାରୁ ବିସ୍ମୃତ କରାଇବାକୁ ଗ୍ଭହାନ୍ତି। ଯେପରି ସେମାନଙ୍କର ପୂର୍ବପୁରୁଷଗଣ ବାଲ୍ଦେବ ସକାଶେ ମୋର ନାମ ପାଶୋରି ପକାଇଲେ। 28 ଶସ୍ୟ ସହିତ ପାଳ ସମାନ ନୁହେଁ। ଦେହିପରି ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭର ସ୍ୱପ୍ନ ଦେଖିଛନ୍ତି, ସେମାନେ ସେ ସ୍ୱପ୍ନକଥା ପ୍ରକାଶ କରନ୍ତୁ। ଯଦି ସେମାନେ ଆମ୍ଭର ବାକ୍ୟ ପାଇଛନ୍ତି ତେବେ ସେମାନେ ବିଶ୍ୱସ୍ତ ଭାବରେ ତାହା କୁହନ୍ତୁ।” 29 ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।”
30 ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” 31 ପୁଣି ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ, ନିଜେ ମିଥ୍ୟା କହି ଛଳନା ପୂର୍ବକ କହନ୍ତି ମୁଁ କହିଛି ବୋଲି, ମୁଁ ସେମାନଙ୍କର ବିପକ୍ଷ ଅଟେ।” 32 ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”
19 ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି। 20 ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ଯିହୂଦୀ ଲୋକମାନଙ୍କ ଭଳି ହେଲି। ମୁଁ ନିଜେ ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ଯେପରି ବ୍ୟବସ୍ଥାଧୀନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥାଧୀନ ଲୋକଙ୍କ ଭଳି ହେଲି। 21 ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ୟବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପାରେ, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥା ବିହୀନ ଲୋକପରି ହେଲି। 22 ଯେଉଁମାନେ ଦୁର୍ବଳ ସେହି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ୟ ଦୂର୍ବଳ ହେଲି। ଯେହେତୁ ଯେଉଁ ଉପାୟରେ ହେଉ ପଛେ ମୁଁ ଯେପରି ଅନେକ ଲୋକଙ୍କୁ ଉଦ୍ଧାର କରି ପାରିବି ସେଥିପାଇଁ ପ୍ରତ୍ୟେକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସେହି ପ୍ରକାରର ହେଲି। 23 ଏହା ସବୁ ମୁଁ ସୁସମାଗ୍ଭର ପାଇଁ କରୁଛି, ସୁସମାଗ୍ଭର ଆଶୀର୍ବାଦରେ ମୋର ମଧ୍ୟ କିଛି ଅଂଶ ରହିବ।
24 ତୁମ୍ଭେମାନେ ଜାଣ ଯେ, ଦୌଡ଼ ପ୍ରତିଯୋଗିତାରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭେମାନେ ଯେପରି ଜିତିବ, ସେପ୍ରକାର ଦୌଡ଼। 25 ଖେଳରେ ପ୍ରତ୍ୟେକ ପ୍ରତି ଯୋଗୀକୁ କଠୋର ପ୍ରଶିକ୍ଷଣ ନେବାକୁ ହୁଏ। ସେମାନେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାୟୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ। 26 ସେଥିପାଇଁ ମୁଁ ଏକ ଲକ୍ଷ୍ୟରେ ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ମୁଁ ମୁଷ୍ଟି ଯୁଦ୍ଧ କଲାପରି ଯୁଦ୍ଧ କରୁଛି, ବାୟୁ ସଙ୍ଗେ ଯୁଦ୍ଧ କରୁ ନାହିଁ। 27 ମୁଁ ମୋର ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମୋର କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଗ୍ଭର ପ୍ରଗ୍ଭର କରିବା ପରେ ନିଜେ ଯେପରି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦେଲା ପରେ ଯେପରି ମୁଁ ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ମୁଁ ମୋ’ ଶରୀରକୁ ବଶରେ ରଖୁଅଛି।
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ(A)
31 ତା’ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁତ୍ଥାନ ହେବେ।” 32 ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ।
ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। 33 ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ’ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।”
34 ତା’ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ। 35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ। 36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି? 37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ। 38 ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”
9 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା’ର କ୍ଷମତା ନେଇ ଆସିବ।”
2010 by World Bible Translation Center