Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 137

137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
    ସେଠାରେ ବସି ରୋଦନ କଲୁ।
ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
    ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
    “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
    ବିଦେଶରେ ଗାନ କରି ପାରିବା!
ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
    ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
ହେ ଯିରୁଶାଲମ,
    ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
    ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।

ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
    ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
    ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
    ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
    ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।

ଗୀତସଂହିତା 144

ଦାଉଦଙ୍କ ଗୀତ

144 ସଦାପ୍ରଭୁ ମୋର ଶୈଳ,
    ତାହଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
    ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
    ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
    ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
    ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।

ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
    ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
ମନୁଷ୍ୟ ଜୀବନ ପବନର ଫୁତ୍କାର।
    ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।

ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
    ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
    ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
    ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
    ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
ସେହି ଶତ୍ରୁଗଣ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
    ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
    ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
    ସେହି ଶତ୍ରୁମାନେ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
    ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
    ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
    ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14     ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
    ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
    ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
    ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।

ଗୀତସଂହିତା 42-43

ଦ୍ୱିତୀୟ ଖଣ୍ଡ

(ଗୀତସଂହିତା 42-72)

ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।

42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
    ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
    ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
    ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
    ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
    ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
    ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ?
    “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।
ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
    ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ ।
    ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
    ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।

ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
    ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
    ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
    କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
    ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”

11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
    କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
    ଓ ସେ ମୋତେ ଉଦ୍ଧାର କରିବେ।

43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
    ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
    ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
    କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
    କାହିଁକି ମୁଁ ଏତେ ଦୁଃଖ ପାଇବି।
ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
    ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
    ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
    ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
    ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
    ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 31:27-34

27 ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନେବା। ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପଶୁମାନଙ୍କୁ ଦ୍ୱିଗୁଣିତ କରିବା। 28 ଅତୀତରେ ଆମ୍ଭେ ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଳେଶ ଦେଇଥିଲୁ। ମାତ୍ର ବର୍ତ୍ତମାନ ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା। ଆଉ ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ଶକ୍ତିଶାଳୀ କରିବା।” ଏହା ସଦାପ୍ରଭୁ କହନ୍ତି।

29 “ଲୋକେ ଆଉ ଏପରି କଥା କେବେ କହିବେ ନାହିଁ ଯେ:

‘ପିତୃଗଣ ଅମ୍ଳ ଦ୍ରାକ୍ଷା ଫଳ ଖାଇଲେ,
    ସନ୍ତାନଗଣର ଦାନ୍ତ ଖଟା ହେବ।’

30 ସଦାପ୍ରଭୁ କହନ୍ତି, ପ୍ରତ୍ୟେକ ଲୋକ ନିଜର ପାପ ଯୋଗୁଁ ମରିବେ। କାରଣ ଅମ୍ଳ ଦ୍ରାକ୍ଷା ଫଳ ଖାଇବା ଲୋକର ଦାନ୍ତ କେବଳ ଖଟା ହେବ।”

ନୂତନ ନିୟମ

31 ସଦାପ୍ରଭୁ କହନ୍ତି, “ଏପରି ଏକ ସମୟ ଆସୁଛି ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା। 32 ଏହି ନିୟମ ସେମାନଙ୍କ ପୂର୍ବପୁରୁଷଗଣଙ୍କ ସହ ହୋଇଥିବା ନିୟମ ପରି ହେବ ନାହିଁ। ସେତେବେଳେ ଆମ୍ଭେ ସେମାନଙ୍କୁ ହସ୍ତ ଧରି ମିଶର ଦେଶରୁ ବାହାର କରି ଆଣିବା ବେଳେ ସେ ନିୟମ ସ୍ଥାପନ କରିଥିଲୁ। ସଦାପ୍ରଭୁ କହିଥିଲେ, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ।”

33 ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। 34 ପରମେଶ୍ୱରଙ୍କୁ ଜାଣିବାକୁ ସେମାନେ ଆପଣା ଆପଣା ପ୍ରତିବାସୀଙ୍କୁ ଓ ଭ୍ରାତାଙ୍କୁ ଶିକ୍ଷା ଦେବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜାଣିବେ। ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆଉ ସ୍ମରଣ କରିବା ନାହିଁ।”

ରୋମୀୟଙ୍କ ପ୍ରତି ପତ୍ର 11:25-36

25 ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା’ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। 26 ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି:

“ସିୟୋନ [a]ଠାରୁ ଉଦ୍ଧାରକର୍ତ୍ତା ଆସିବେ।
    ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।
27 ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ
    ଏହି ଚୁକ୍ତି କରିବା।” (A)

28 ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। 29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। 30 ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। 31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। 32 ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ।

ପରମେଶ୍ୱର ଧନ୍ୟ

33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34 କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ:

“ପ୍ରଭୁଙ୍କର ମନକୁ କିଏ ଜାଣିଛି?
    କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?” (B)

35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି?
    ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।” (C)

36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।

ଯୋହନ ଲିଖିତ ସୁସମାଗ୍ଭର 11:28-44

ଯୀଶୁ କାନ୍ଦିଲେ

28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, “ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।” 29 ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ। 30 ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସି ନ ଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ, ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। 31 ଯିହୂଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। 32 ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା’ନ୍ତା।”

33 ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। 34 ଯୀଶୁ କହିଲେ, “ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?”

ସେମାନେ କହିଲେ, “ପ୍ରଭୁ ଆସି ଦେଖନ୍ତୁ।”

35 ଯୀଶୁ କାନ୍ଦିଲେ।

36 ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।”

37 କିନ୍ତୁ କେତେକ ଯିହୂଦୀ କହିଲେ, “ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ। ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚେଇ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।”

ଯୀଶୁ ମୃତ ଲାଜାରଙ୍କୁ ଜୀବନ ଦେଲେ

38 ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। 39 ଯୀଶୁ କହିଲେ, “ଏ ପଥରକୁ ଘୁଞ୍ଚାଇ ଦିଅ।”

ମାର୍ଥା କହିଲେ, “ପ୍ରଭୁ ସେ ମରିବାର ଗ୍ଭରି ଦିନ ହୋଇଗଲାଣି। ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।” ମାର୍ଥା ମୃତ ଲୋକର ଭଉଣୀ ଥିଲେ।

40 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।”

41 ତେଣୁ ସେମାନେ ପଥର ବାହାର କଲେ। ତା’ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ। 42 ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।” 43 ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” 44 ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା।

ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।”

ଯୋହନ ଲିଖିତ ସୁସମାଗ୍ଭର 12:37-50

ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ

37 ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। 38 ଅତଏବ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ,

“ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି?
    କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”(A)

39 ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:

40 “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି।
    ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି।
ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ
    ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି।
    ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।” (B)

41 ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।

42 କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 43 ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।

ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ

44 ତା’ପରେ ଯୀଶୁ ଚିତ୍କାର କରି କହିଲେ, “ମୋ’ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ’ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ। 45 ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ। 46 ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ’ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ।

47 “ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। 48 ଜଣେ ବିଗ୍ଭରକ ଅଛନ୍ତି. ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ। 49 ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ’ଣ କହିବାକୁ ଓ କ’ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। 50 ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center