Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 103

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
    କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
    କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
    ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
    ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
    ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
    ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
    ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
    ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
    ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
    ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
    ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
    ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
    ତୁମ୍ଭେମାନେ ତାଙ୍କର ସେବକ ଅଟ।
    ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
    ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।

ଗୀତସଂହିତା 111

111 ସଦାପ୍ରଭୁଙ୍କର ପ୍ରଶଂସା କର।

ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
    ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
    ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
    ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
    ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
    ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
    ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
    ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
    ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
    ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
    ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
    ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
    ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।

ଗୀତସଂହିତା 114

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 30:18-21

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

18 ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।

19 ସଦାପ୍ରଭୁଙ୍କର ସନ୍ତାନଗଣ ଯିରୁଶାଲମର ସିୟୋନ ପର୍ବତରେ ବାସ କରିବେ। ତୁମ୍ଭେମାନେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

20 ମୋର ପ୍ରଭୁ ପରମେଶ୍ୱର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଳେଶରୂପକ ଜଳ ଦେଇଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭେମାନେ ତୁମ୍ଭର ଖାଲି ଚକ୍ଷୁରେ ତାଙ୍କର ଦର୍ଶନ ପାଇବ। 21 ପୁଣି ତୁମ୍ଭେମାନେ ଯଦି ଭୁଲ୍ କର କିମ୍ବା ଭୁଲ୍ ବାଟରେ ଯାଅ, ଦକ୍ଷିଣକୁ କିମ୍ବା ବାମରେ ଗଲାବେଳେ ପଛରୁ ଏକ ସ୍ୱର ଶୁଣିବ, “ଏ ହେଉଛି ପଥ, ଏହି ପଥରେ ଗମନ କର।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:36-47

36 “ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”

37 ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସେମାନେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ପଗ୍ଭରିଲେ, “ଭାଇମାନେ, ଆମ୍ଭେ କ’ଣ କରିବା?”

38 ପିତର ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ ତୁମ୍ଭେମାନେ ପବିତ୍ରଆତ୍ମାର ଦାନ ପାଇବ। 39 ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”

40 ପିତର ସେମାନଙ୍କୁ ଚେତନା ଦେଇ କହିଲେ, “ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।” 41 ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ସେଦିନ ସେହି ବିଶ୍ୱାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ଯୋଗଦେଲେ।

ବିଶ୍ୱାସୀମାନଙ୍କର ପରସ୍ପର ସହଭାଗିତା

42 ବିଶ୍ୱାସୀ ଲୋକମାନେ ଏକାଠି ମିଳିତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ସେମାନେ ସେମାନଙ୍କର ସମୟ ଦେଲେ। ବିଶ୍ୱାସୀମାନେ ପରସ୍ପରର ସହଭାଗୀ ହେଲେ। ସେମାନେ ରୋଟୀ ବାଣ୍ଟି ଖାଇବାରେ ଏବଂ ପ୍ରାର୍ଥନା କରିବାରେ ସମୟ ଦେଲେ। 43 ପ୍ରେରିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ କାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ଲୋକର ଈଶ୍ୱରଙ୍କ ପ୍ରତି ଅତି ଭକ୍ତି ଥିଲା। 44 ସମସ୍ତ ବିଶ୍ୱାସୀମାନେ ଏକାଠି ରହିଲେ ଏବଂ ସେମାନଙ୍କ ପାଖରେ ଯାହାସବୁ ଥିଲା, ସେଥିରେ ସମସ୍ତେ ଭାଗୀଦାର ହେଲେ। 45 ସେମାନେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଆବଶ୍ୟକତା ଅନୁସାରେ ବାଣ୍ଟି ଦେଲେ। 46 ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା। ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ। 47 ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ।

ଯୋହନ ଲିଖିତ ସୁସମାଗ୍ଭର 14:15-31

ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା

15 “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। 16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। 17 ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।

18 “ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ। ମୁଁ ତୁମ୍ଭ ପାଖକୁ ଫେରି ଆସିବି। 19 ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। 20 ତୁମ୍ଭେ ସେଦିନ ଜାଣିବ ଯେ, ମୁଁ ପରମପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ, ତୁମ୍ଭେ ମୋ’ଠାରେ ଓ ମୁଁ ତୁମ୍ଭଠାରେ ଅଛି। 21 ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”

22 ତା’ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।”

23 ଯୀଶୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ ତେବେ ସେ ମୋହର ଉପଦେଶ ପାଳନ କରିବ। ମୋର ପରମପିତା ତାକୁ ପ୍ରେମ କରିବେ। ମୋର ପରମପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତା’ ସହିତ ରହିବୁ। 24 କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋ’ଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ। ଏହା ମୋତେ ପଠାଇ ଥିବା ପରମପିତାଙ୍କର।

25 “ମୁଁ ତୁମ୍ଭ ସହିତ ଥିବା ସମୟରେ ଏହିସବୁ କଥା ତୁମ୍ଭମାନଙ୍କୁ କହିଛି। 26 କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମୋ’ ନାମରେ ପଠାଇବେ।

27 “ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା’ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ। 28 ତୁମ୍ଭେ ମୋର କଥା ଶୁଣିଛ ଯେ ‘ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି।’ ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ’ ପାଇଁ ତୁମ୍ଭେ ଖୁସୀ ହେବ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମୋ’ଠାରୁ ମହାନ୍। 29 ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ।

30 “ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି। ମୋ’ ଉପରେ ତା’ର କୌଣସି କ୍ଷମତା ନାହିଁ। 31 କିନ୍ତୁ ଏହି ଜଗତ ଜାଣିବା ଉଚିତ୍ ଯେ, ମୁଁ ପରମପିତାଙ୍କୁ ପ୍ରେମ କରେ। ତେଣୁ ପରମପିତା ମୋତେ ଯେପରି କହିଛନ୍ତି, ମୁଁ ଠିକ୍ ସେହିପରି କରିବି। ଗ୍ଭଲ ଯିବା।

“ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center