Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 16-17

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ମୋ’ ପାଇଁ ଚିରଦିନ ନିତ୍ୟ ସୁଖ ଭୋଗ ଆଣିଦେବ।

ଦାଉଦଙ୍କର ପ୍ରାର୍ଥନା

17 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଥରେ ଶୁଣ ଓ ମୋତେ ନ୍ୟାୟ ପ୍ରଦାନ କର।
    ମୁଁ ତୁମ୍ଭକୁ ଉଚ୍ଚ ସ୍ୱରରେ ଡାକୁ ଅଛି।
ଯେହେତୁ ମୁଁ ନିଷ୍କପଟ, ତେଣୁ ଯାହା ମୁଁ କହୁଛି,
    ଦୟାକରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ତୁମ୍ଭେ ନିଶ୍ଚୟ ମୋ’ ବିଷୟରେ ଉଚିତ୍ ନ୍ୟାୟ ପ୍ରଦର୍ଶନ କରିବ,
    ତୁମ୍ଭେ ନିଶ୍ଚୟ ସତ୍ୟକୁ ଦେଖୁଅଛ।
ତୁମ୍ଭେ ମୋର ହୃଦୟର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ।
    ତୁମ୍ଭେ ସାରାରାତ୍ରି ମୋ’ ସହିତ ଥିଲ।
ତୁମ୍ଭେ ମୋତେ ପ୍ରଶ୍ନ କରିଛ ଏବଂ ମୋ’ଠାରେ କିଛି ଭୁଲ ଦେଖି ନାହଁ।
    ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।
ମୁଁ ଯଥାସାଧ୍ୟ ଚେଷ୍ଟା କରିଛି
    ତୁମ୍ଭର ଆଦେଶ ମାନିବାକୁ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି।
    ମୋର ପାଦ ସେହି ପଥରୁ କେବେ ବିଚ୍ୟୁତ ହେବ ନାହିଁ।
ମୁଁ ଯେତେବେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମୋତେ ଉତ୍ତର ଦିଅ।
    ତେଣୁ ବର୍ତ୍ତମାନ ମୋର କଥା ଶୁଣ।
ପରମେଶ୍ୱର ତୁମ୍ଭର ଅ‌ଦ୍‌ଭୂତ କରୁଣା ଦେଖାଅ
    ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସେମାନଙ୍କୁ ଉଦ୍ଧାର କର।
ସେମାନଙ୍କର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ ଶକ୍ତି ବ୍ୟବହାର କର।
    ତେଣୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର।
    ଏହା ଜଣକର ପ୍ରାର୍ଥନା ଯିଏ ତୁମ୍ଭଠାରେ ଆଶ୍ରୟ ନେଇଛି ଏବଂ ଯିଏ ତୁମ୍ଭର ଅନୁସରଣକାରୀ ଅଟେ।
    ମୋତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର,
    ଓ ତୁମ୍ଭର ବାହୁଛାୟା ତଳେ ଲୁଗ୍ଭଇ ରଖ।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ।
ଯେଉଁମାନେ କି ମୋତେ ଧ୍ୱଂସ କରିବାକୁ ଗ୍ଭହୁଁଛନ୍ତି।
ମୋର ଗ୍ଭରିକଡ଼ରେ ଥିବା ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ରକ୍ଷା କର।
ଯେଉଁମାନେ ମୋତେ ଆଘାତ କରିବାକୁ ଗ୍ଭହୁଁଛନ୍ତି।
10 ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାର ବଶତଃ ପରମେଶ୍ୱରଙ୍କ କଥା ଶୁଣନ୍ତି ନାହିଁ।
    ସେମାନେ କେବଳ ନିଜ ବିଷୟ ଚିନ୍ତା କରନ୍ତି।
11 ସେହି ଦୁଷ୍ଟ ଲୋକମାନେ ମୋତେ ଅନୁସରଣ କରୁଛନ୍ତି।
    ସେମାନେ ମୋର ଚତୁର୍ଦ୍ଦିଗରେ ଘେରି ଗଲେଣି
ଓ ସେମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ।
12 ସେହି ଦୁଷ୍ଟ ଲୋକମାନେ ସିଂହ ସଦୃଶ ଯିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ।
    ସେମାନେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥା’ନ୍ତି।

13 ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ଯାଇ
    ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ୟ କର।
    ତୁମ୍ଭେ ଆପଣା ଖ‌ଡ଼୍‌ଗ ପ୍ରୟୋଗ କରି ସେହି ଦୁଷ୍ଟ ଲୋକଙ୍କ କବଳରୁ ମୋତେ ଉଦ୍ଧାର କର।
14 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି
    ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର।
ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି।
    ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ।
    ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର।
    ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର।
    ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।

15 ମୁଁ ନ୍ୟାୟ ପାଇଁ ଏସବୁ ପ୍ରାର୍ଥନା କରୁଛି।
ତେଣୁ ମୁଁ ନିଶ୍ଚୟ ତୁମ୍ଭର ମୁଖ ଦର୍ଶନ କରିବି
    ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହେବି।

ଗୀତସଂହିତା 134-135

ଆରୋହଣ ଗୀତ।

134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
    ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
    ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
    ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।

135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
    ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
    ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
    ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।

ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
    ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
    ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
    ସେ ବର୍ଷା ସହିତ ବିଜୁଳି କରାନ୍ତି।
    ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ।
    ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
    ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
    ଓ ବାଶନର ରାଜା ଓ‌ଗ୍‌କୁ
    ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
    ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
    ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
    ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
    ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
    ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
    ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
    ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଦାନିୟେଲଙ୍କ ପୁସ୍ତକ 3:1-18

ସୁବର୍ଣ୍ଣ ପ୍ରତିମା ଓ ଉତ୍ତପ୍ତ ଅଗ୍ନିକୁଣ୍ତ

ରାଜା ନବୂଖ‌ଦ୍‌ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସ୍ଥାପନ କଲା। ସେହି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦେଶାଧ୍ୟକ୍ଷ ବିଗ୍ଭରକର୍ତ୍ତା, କୋଷଧ୍ୟକ୍ଷ, ବ୍ୟବସ୍ଥାପକ, ବେବର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ରେରଣ କଲା।

ତେଣୁ ସେମାନେ ରାଜାଙ୍କ ଆହ୍ୱାନରେ ସମସ୍ତେ ଆସିଲେ ଓ ସ୍ଥାପିତ ପ୍ରତିମାର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ। ଆଉ ସେମାନେ ସେହି ସ୍ଥାପିତ ପ୍ରତିମାର ସମ୍ମୁଖରେ ଠିଆ ହେଲେ। ତା’ପରେ ରାଜାଙ୍କର ଜଣେ ଘୋଷକ ଉଚ୍ଚ ସ୍ୱରରେ କହିଲା, “ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ବିଭିନ୍ନ ଭାଷାବାଦୀଦଳ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଗଲା। ଯେତେବେଳେ ତୁମ୍ଭେମାନେ ସମସ୍ତେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେତେବେଳେ ତୁମ୍ଭେମାନେ ରାଜା ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚୟ ପୂଜା କରିବ। ପୁଣି ଯେକେହି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସେହି ମୁହୂର୍ତ୍ତରେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ।”

ଏଣୁ ଯେତେବେଳେ ସମସ୍ତ ଲୋକ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ ଓ ସବୁପ୍ରକାର ବାଦ୍ୟ ଶୁଣିଲେ ସେତେବେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖ‌ଦ୍‌ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।

ସେହି ସମୟରେ କେତେକ କ‌‌ଲ୍‌‌‌‌ଦୀୟ ଲୋକ ରାଜାଙ୍କ ନିକଟକୁ ଆସି ଯିହୁଦୀୟ ଲୋକମାନଙ୍କ ବିରୁଦ୍ଧରେ ଅପବାଦ ଆଣିଲେ। ସେମାନେ ନବୂଖ‌ଦ୍‌ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ। 10 ହେ ମହାରାଜ, ଆପଣ ଆଜ୍ଞା କରିଛନ୍ତି ଯେକେହି ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣିବ, ସେ ମୁଣ୍ତ ନୁଆଁଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ। 11 ପୁଣି ଯେକୌଣସି ଲୋକ ମୁଣ୍ତ ନୁଆଁଇ ପ୍ରଣାମ ନ କରିବ ସେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ। 12 ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମରେ ନିଯୁକ୍ତ କରିଥିବା କେତେକ ଯିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।”

13 ଏହି ସମ୍ବାଦ ଶୁଣି ନବୂଖ‌ଦ୍‌ନିତ୍ସର କ୍ରୋଧାନ୍ୱିତ ହୋଇ ତାଙ୍କର ଲୋକମାନଙ୍କୁ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ଆଣିବା ପାଇଁ ପଠାଇଲେ। ତେଣୁ ତାଙ୍କର ଲୋକମାନେ ସେମାନଙ୍କୁ ରାଜାଙ୍କର ବିଗ୍ଭରାଳୟ ଛାମୁକୁ ଆଣିଲେ। 14 ଆଉ ନବୂଖ‌ଦ୍‌ନିତ୍ସର ସେମାନଙ୍କୁ ପଗ୍ଭରିଲେ, “ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କ’ଣ ସତ୍ୟ, ତୁମ୍ଭେମାନେ ମୋର ଦେବତାଗଣର ପୂଜା କରୁ ନାହିଁ ଓ ମୋର ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁ ନାହିଁ। 15 ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ’ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”

16 ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, “ହେ ନବୂଖ‌ଦ୍‌ନିତ୍ସର, ଏ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। 17 ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। 18 ଆଉ ଏପରିକି ପରମେଶ୍ୱର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନ ଆସନ୍ତି ତଥାପି ଆମ୍ଭେମାନେ ଆପଣଙ୍କ ଦେବତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।”

ଯୋହନଙ୍କ ପ୍ରଥମ ପତ୍ର 3:1-10

ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ

ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ। ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା। ଖ୍ରୀଷ୍ଟ ପବିତ୍ର। ଯେ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖେ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରଖେ।

ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ। ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।

ପ୍ରିୟ ପିଲାମାନେ, କେହି ତୁମ୍ଭମାନଙ୍କୁ ମନ୍ଦ ପଥରେ ଯିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକେହି ଖ୍ରୀଷ୍ଟଙ୍କ ପରି ଉତ୍ତମ ହେବାକୁ ଇଚ୍ଛା କରେ, ସେ ଉଚିତ୍ କର୍ମ କରୁ। ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ୱଂସ କରିବା ପାଇଁ ପରମେଶ୍ୱରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।

ପରମେଶ୍ୱରଙ୍କର ସନ୍ତାନ ହେବା ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ୱର ସେହି ଲୋକକୁ ଦିଅନ୍ତି, ତାହା ତା’ଠାରେ ଥାଏ। ତେଣୁ ସେ ଆଉ ପାପ କରିପାରେ ନାହିଁ ଯେହେତୁ ସେ ପରମେଶ୍ୱରଙ୍କର ସନ୍ତାନ ହୋଇସାରିଥାଏ। 10 ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସ‌‌‌‌‌ତ୍‌‌‌‌‌କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ।

ଲୂକ ଲିଖିତ ସୁସମାଗ୍ଭର 3:15-22

15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।”

16 ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। 17 ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।” 18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ।

ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା

19 ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। 20 ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା।

ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ(A)

21 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା’ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। 22 ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center