Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 148-150

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
    ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
    ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
    ଦାରା ଓ ବୀଣା ବାଦନ କରି।
ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
    ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
    ସେ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
    ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।

ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
    ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖ‌ଡ଼୍‌ଗମାନ ଧରନ୍ତୁ।
ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
    ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
    ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
    ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
    ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
    ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱର ପ୍ରଶଂସା କର।
    ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
    ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।

ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଗୀତସଂହିତା 113-114

113 ସଦାପ୍ରଭୁଙ୍କର ପ୍ରଶଂସା କର!

ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
    ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ଅଦ୍ୟାବଧି ଚିରକାଳ
    ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା’ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
    ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
    ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
    ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
    ଦେଖିବାକୁ ତଳକୁ ଗ୍ଭହିଁଲେ।
ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
    ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
    ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ ।
    କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା କର!

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

ଗୀତସଂହିତା 118

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
    “ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
    ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ, ମୋତେ କ’ଣ କରି ପାରିବେ।
ସଦାପ୍ରଭୁ ମୋର ସାହାଯ୍ୟକାରୀ।
    ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
    ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
    ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।

10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
    କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
    ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
    କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
    ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।

13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
    କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
    ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
    ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
    ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।

17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
    ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
    ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
    ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
    ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
    ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
    ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”

28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
    ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

ଯାତ୍ରାପୁସ୍ତକ 12:1-14

ନିସ୍ତାରପର୍ବ

12 ଯେଉଁ ସମୟରେ ମୋଶା ଏବଂ ହାରୋଣ ମିଶରରେ ଥିଲେ, ସଦାପ୍ରଭୁ ସେମାନଙ୍କୁ କହିଲେ, “ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ। ଏହି ଆଜ୍ଞା ସମଗ୍ର ଇସ୍ରାଏଲୀୟମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନରେ ପ୍ରତ୍ୟେକ ଲୋକ ଗୋଟିଏ ମେଷ ଶାବକ ଆପଣା ପରିବାରମାନଙ୍କ ପାଇଁ ନେବ। ଯଦି, ତୁମ୍ଭ ପରିବାରରେ ଯଥେଷ୍ଟ ଲୋକ ନ ଥା’ନ୍ତି ତାକୁ ଖାଇବାକୁ, ତେବେ ସେ ତା’ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପଯୁକ୍ତ ପରିମାଣରେ ଖାଦ୍ୟ ହେବ। ଯେଉଁ ମେଷ ଶାବକଟିକୁ ନେବ ତାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଓ ଏହା ଏକ ବର୍ଷର ପୁରୁଷ ମେଷ ହେବା ଆବଶ୍ୟକ। ଏହି ପଶୁଟି ଏକ ଯୁବାମେଷ କିମ୍ବା ଏକ ଛେଳି ଶାବକ ହେବା ଦରକାର। ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ। ତୁମ୍ଭେମାନେ ସେହି ପଶୁର ରକ୍ତ ନେଇ ତୁମ୍ଭେ ଯେଉଁ ଘରେ ମେଷ ଖାଉଥିବ, ସେହି ଗୃହର ଦ୍ୱାରବନ୍ଧ ଉପର ଓ ବାଜୁବନ୍ଧ ପାଖରେ ସେହି ରକ୍ତ ଲଗାଇବ।

“ସେହି ରାତ୍ରିରେ, ତୁମ୍ଭେ ତା’ର ମାଂସକୁ ଅଗ୍ନିରେ ଦ‌ଗ୍‌ଧ କରି ତାଡ଼ି ଶୂନ୍ୟ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ। ତୁମ୍ଭେ ସେହି ମାଂସକୁ କଞ୍ଚା ଖାଇବ ନାହିଁ କିମ୍ବା ପାଣିରେ ସିଝାଇବ ନାହିଁ। ତୁମ୍ଭେ ସେହି ମେଷ ଶାବକକୁ ନିଆଁରେ ପୁରାପୁରି ପୋଡ଼ିବା ଉଚିତ୍। ମେଷର ମୁଣ୍ତ, ଗୋଡ଼ ଏବଂ ଭିତରର ସମସ୍ତ ଅଂଶ ରହିବା ଉଚିତ୍। 10 ତୁମ୍ଭେ ନିଶ୍ଚିତ ତା’ର ମାଂସକୁ ସେହି ଦିନ ରାତ୍ରିରେ ଖାଇ ଶେଷ କରିବ। ଯଦି କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ବଳିଯାଏ, ତେବେ ତାହାକୁ ନ ଖାଇ ଅଗ୍ନିରେ ଦ‌ଗ୍‌ଧ କରିବ।

11 “ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

12 “ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ। 13 ମନେରଖ ସେହି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ୱରୂପ ହେବ। ମୁଁ ଯେତେବେଳେ ସେହି ରକ୍ତ ଦେଖିବି ସେହି ଘରକୁ ଛାଡ଼ି ଆଗକୁ ଆଗେଇବି। ସଂହାର କାର୍ଯ୍ୟ କେବଳ ମିଶର ଉପରେ ହେବ ତୁମ୍ଭମାନଙ୍କର କିଛି ହେବ ନାହିଁ।

14 “ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 51:9-11

ପରମେଶ୍ୱରଙ୍କ ସ୍ୱପରାକ୍ରମ ତାଙ୍କର ସନ୍ତାନମାନଙ୍କୁ ରକ୍ଷା କରିବ

ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ।
    ବଳ ଧାରଣ କର।
ଯେପରି ପୂର୍ବକାଳରେ ଓ ପ୍ରାଚୀନକାଳର
    ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସେହିପରି ଜାଗ।
ରାହାବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ
    ଓ ନାଗକୁ ଯେ ବିଦ୍ଧ କରିଥିଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
10 ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ,
    ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ପାଇଁ
    ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?
11 ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ,
    ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ।
ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ।
    ସେମାନେ ଆନନ୍ଦ
ଓ ଉଲ୍ଲାସ ପ୍ରାପ୍ତ ହେବେ
    ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ।

ଯୋହନ ଲିଖିତ ସୁସମାଗ୍ଭର 1:1-18

ଯୀଶୁଙ୍କର ଜଗତରେ ଆବିର୍ଭାବ

ଜଗତ ଆରମ୍ଭର ପୂର୍ବରୁ ବାକ୍ୟ [a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ [b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ।

ଯୋହନ [c] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।

10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ, 13 ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ।

14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘”

16 ‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। 17 ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି।

ଲୂକ ଲିଖିତ ସୁସମାଗ୍ଭର 24:13-35

ଇମ୍ମାୟୁ ଗ୍ରାମକୁ ଯିବା ବାଟରେ(A)

13 ସେହି ଦିନ ଯୀଶୁଙ୍କର ଦୁଇଜଣ ଶିଷ୍ୟ ଇମ୍ମାୟୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ଯିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର। 14 ଯାହାସବୁ ଘଟିଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ। 15 ସେ ସବୁ ବିଷୟ ସେମାନେ ଆଲୋଚନା କଲାବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଗ୍ଭଲିବାକୁ ଲାଗିଲେ। 16 କିନ୍ତୁ ସେ ଦୁଇଜଣଙ୍କୁ ସେତେବେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା। 17 ତା’ପରେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହା ବିଷୟରେ କଥାବାର୍ତ୍ତା କରୁଛ?

ଦୁଇଜଣ ଯାକ ଅଟକି ଗଲେ। ସେମାନଙ୍କର ମୁହଁ ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥିଲା। 18 ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, “ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।”

19 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁ ଘଟଣା ଗୁଡ଼ିକ ବିଷୟରେ କହୁଛ?”

ଲୋକମାନେ ଯୀଶୁଙ୍କୁ କହିଲେ, “ନାଜରିତୀୟ ଯୀଶୁଙ୍କ ବିଷୟରେ। ସେ ପରମେଶ୍ୱର ଓ ଲୋକମାନଙ୍କ ପାଇଁ ଜଣେ ମହାନ୍ ଭବିଷ୍ୟ‌ଦ୍‌ବକ୍ତା ଥିଲେ। ସେ ବହୁତ ଗୁଡ଼ିଏ ଶକ୍ତିଶାଳୀ କାର୍ଯ୍ୟ କରିଥିଲେ ଓ କହିଥିଲେ। 20 କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ। 21 ସେ ହିଁ ଯିଏ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମ୍ଭେମାନେ ଆଶା ରଖିଥିଲୁ। କିନ୍ତୁ ସେତିକିବେଳେ ଏସବୁ ଘଟଣା ଘଟିଗଲା।

“ଏସବୁ ଛଡ଼ା ବର୍ତ୍ତମାନ ଯୀଶୁଙ୍କୁ ହତ୍ୟା କରା ଯିବାର ତିନି ଦିନି ବିତି ଗଲାଣି। 22 କିନ୍ତୁ ଆଜି ଆମ୍ଭ ଦଳର କେତେ ଜଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା କହିଲେ। ଯେଉଁ କବରରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ସେମାନେ ଆଜି ଅତି ଭୋ‌ର୍‌ରୁ ଯାଇଥିଲେ। 23 କିନ୍ତୁ ସେମାନେ ସେଠାରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସେମାନେ ସେଠାରେ ସ୍ୱର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ୟ ଆମ୍ଭକୁ ଫେରି ଆସି କହିଲେ। ସ୍ୱର୍ଗଦୂତମାନେ ସେମାନଙ୍କୁ ଯୀଶୁ ଜୀବିତ ଥିବା କଥା କହିଥିଲେ। 24 ତା’ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।”

25 ତା’ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟ‌ଦ୍‌ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର। 26 ଭବିଷ୍ୟ‌ଦ୍‌ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।” 27 ତା’ପରେ ଯୀଶୁ ଶାସ୍ତ୍ରମାନଙ୍କରେ ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ସେଗୁଡ଼ିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମୋଶାଙ୍କ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାଙ୍କ ବିଷୟରେ ଯାହାସବୁ କହିଥିଲେ, ସେଗୁଡ଼ିକ ବୁଝାଇ ଦେଲେ।

28 ଯେଉଁ ଗାଁକୁ ସେମାନଙ୍କର ଯିବାକୁ ଥିଲା, ସେମାନେ ସେ ଗାଁକୁ ପାଖରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କ ସହିତ ଏଭଳି ବ୍ୟବହାର କଲେ, ପ୍ରକୃତରେ ଯେପରି ତାହାଙ୍କର ଆଗକୁ ଯିବାକୁ ଦରକାର ଅଛି। 29 କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।” ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ।

30 ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ। 31 ସେହି ସମୟରେ ସେହି ଦୁଇଜଣଙ୍କର ଚକ୍ଷୁ ଖୋଲି ଦିଆଗଲା ଓ ସେମାନେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସେମାନଙ୍କ ସାମନାରୁ ଅଦୃଶ୍ୟ ହୋଇଗଲେ। 32 ତା’ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, “ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।”

33 ତା’ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ। 34 ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ କହୁଥିଲେ, “ପ୍ରକୃତରେ, ପ୍ରଭୁ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଶିମୋନଙ୍କୁ ଦେଖା ଦେଇଛନ୍ତି।”

35 ତା’ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ।

ଯୋହନ ଲିଖିତ ସୁସମାଗ୍ଭର 20:19-23

ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ(A)

19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।

21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center