Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 20-21

ଦାଉଦଙ୍କର ଏକ ଗୀତ।

20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
    ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
    ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
    ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
    ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
    ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।

ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
    ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
    ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
    କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
    ଆମ୍ଭେ ବିଜୟୀ ଦଳ।

ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
    କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।

ଦାଉଦଙ୍କର ଏକ ଗୀତ।

21 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ।
    ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର।
    ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା’ର ସକଳ ଇଚ୍ଛା ପୂରଣ କଲ।

ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ।
    ତୁମ୍ଭେ ତା’ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।
ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ।
    ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ।
ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ।
    ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ?
ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ।
    ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା’ର ଆନନ୍ଦ ଆହୁରି ବଢ଼ିଯାଏ।
ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ।
    ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ।
ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ।
    ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି,
    ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ,
    ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ,
ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ
    ସେମାନଙ୍କୁ ଧ୍ୱଂସ କରିବେ।
10 ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ
    ସେମାନଙ୍କର ବଂଶ ଲୋପ କରିବ।
11 କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ।
    ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।
12 ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ।
    ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ।
    ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ।
    ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ।

13 ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ।
    ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ।

ଗୀତସଂହିତା 110

ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।

110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
    “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
    ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”

ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
    ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
ତୁମ୍ଭ ପରାକ୍ରମର ଦିନରେ,
    ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
    ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
    କାକର ଟୋପା ପରି ବେଢ଼ି ରହିବେ।

ସଦାପ୍ରଭୁ ପ୍ରତିଜ୍ଞା କଲେ,
    ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମ‌ଲ୍‌କୀଷେଦକଙ୍କ ପରି
    ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”

ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
    ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
    ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
    ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।

ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
    ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।

ଗୀତସଂହିତା 116-117

116 ମୁଁ ତାଙ୍କୁ ପ୍ରେମ କରେ,
    କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
    ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ [a] ଉତ୍ତର ଦେଲେ।
ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
    କବର ତା’ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
    ମୁଁ ସଙ୍କଟ ଓ ଦୁଃଖରେ ଥିଲି।
ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
    ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
    ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
    ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
ହେ ମୋର ପ୍ରାଣ ବିଶ୍ରାମ କର।
    ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
    ମୋର ଲୋତକ ବନ୍ଦ କଲ।
    ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କର।
ଜୀବିତମାନଙ୍କ ଦେଶରେ
    ମୁଁ ସଦାପ୍ରଭୁଙ୍କ ସେବା କରିବି।

10 ଏପରିକି ମୁଁ ଯେବେ କହିଲି, “ମୁଁ ବହୁତ କଷ୍ଟ ପାଛଅଛି”
    ତଥାପି ମୁଁ ବିଶ୍ୱାସ କଲି।
11 ମୁଁ ଯେତେବେଳେ ଭୟରେ ଥିଲି, କହିଲି,
    “ସମସ୍ତ ମନୁଷ୍ୟ ମିଥ୍ୟାଗ୍ଭରୀ ଅଟନ୍ତି।”

12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
    ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
    ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
    ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
    ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
    ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
    ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
    ମନ୍ଦିରକୁ ଯିବି।

ସଦାପ୍ରଭୁଙ୍କର ପ୍ରଶଂସା କର!

117 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି!
    ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଦାନିୟେଲଙ୍କ ପୁସ୍ତକ 3:19-30

19 ଏଥିରେ ନବୂଖ‌ଦ୍‌ନିତ୍ସର ଅତ୍ୟନ୍ତ କ୍ରୋଧାନ୍ୱିତ ହେଲା। ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପ୍ରତିକୂଳରେ ତା’ର ମୁଖ ବିକଟାକାର ହେଲା। ତେଣୁ ସେ ଅଗ୍ନିକୁଣ୍ତକୁ ସାଧାରଣ ଉତ୍ତାପଠାରୁ ସାତଗୁଣ ଉତ୍ତପ୍ତ କରିବାକୁ ଆଜ୍ଞା ଦେଲା। 20 ତା’ପରେ ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟବାହିନୀ ମଧ୍ୟରୁ କେତେକ ବଳବାନ ସୈନ୍ୟକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପକାଇବାକୁ ଆଜ୍ଞା ଦେଲେ।

21 ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ୱଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତେବେଳେ ସେମାନେ ସେମାନଙ୍କର ପ୍ୟାଣ୍ଟ, ସାର୍ଟ, ଉତ୍ତରୀୟ ଓ ଅନ୍ୟାନ୍ୟ ବସ୍ତ୍ର ପରିଧାନ କରିଥିଲେ। 22 ରାଜା ଆଜ୍ଞା କଲାବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଅଗ୍ନିକୁଣ୍ତକୁ ଅତିଶୟ ଉତ୍ତପ୍ତ କରା ଯାଇଥିଲା। ତେଣୁ ଶଦ୍ରକ, ମୈଶକ୍ ଏବଂ ଅବେଦ୍-ନଗୋକୁ ଫିଙ୍ଗିବାକୁ ଯାଇଥିବା ସୈନ୍ୟମାନେ ଅଗ୍ନିଶିଖା ଦ୍ୱାରା ପୋଡ଼ି ମଲେ। 23 ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ପଡ଼ିଲେ। ସେମାନଙ୍କୁ ଦୃଢ଼ଭାବରେ ବନ୍ଧା ଯାଇଥିଲା।

24 ଏଥିରେ ରାଜା ନବୂଖ‌ଦ୍‌ନିତ୍ସର ଚମତ୍କୃତ ହୋଇ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଗ୍ଭରିଲେ, “ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତରେ ପକାଇ ନ ଥିଲୁ?”

ମନ୍ତ୍ରୀମାନେ ଉତ୍ତର କଲେ, “ଏହା ସତ୍ୟ ସହାରାଜ।”

25 ରାଜା ଉତ୍ତର କରି କହିଲେ, “ଦେଖ, ମୁଁ ଅଗ୍ନି କୁଣ୍ତରେ ଗ୍ଭରିଟି ମୁକ୍ତ ଲୋକ ବିଚରଣ କରୁଥିବାର ଦେଖୁଛି। ଆଉ ସେମାନେ ଦ‌ଗ୍‌ଧିଭୂତ ହୋଇ ନାହାନ୍ତି ଓ ଚତୁର୍ଥ ଲୋକଟି ଦେବପୁତ୍ର ସଦୃଶ।”

26 ତା’ପରେ ନବୂଖ‌ଦ୍‌ନିତ୍ସର ପ୍ରଜ୍ୱଳିତ ଅଗ୍ନିକୁଣ୍ତ ଆଡ଼କୁ ଯାଇ କହିଲା, “ହେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭେମାନେ ଅଗ୍ନିକୁଣ୍ତରୁ ବାହାରି ଆସ।”

ତା’ପରେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଅଗ୍ନି ମଧ୍ୟରୁ ବାହାରି ଆସିଲେ। 27 ପୁଣି କ୍ଷିତିପାଳ, ରାଜ ପ୍ରତିନିଧି, ଦେଶାଧ୍ୟକ୍ଷ ଓ ରାଜମନ୍ତ୍ରୀମାନେ ଏକତ୍ରିତ ହୋଇ ସେହି ତିନି ଜଣଙ୍କୁ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀରରେ କୌଣସି ଅଂଶ ଦ‌ଗ୍‌ଧ କରି ନାହିଁ। ସେମାନଙ୍କ ମସ୍ତକର କେଶ କି ସେମାନଙ୍କର ପାଇଜାମା ଦ‌ଗ୍‌ଧ ହୋଇ ନାହିଁ କି ସେମାନଙ୍କର ଶରୀରରେ ଅଗ୍ନିର ଗନ୍ଧ ନାହିଁ।

28 ତା’ପରେ ନବୂଖ‌ଦ୍‌ନିତ୍ସର କହିଲା, “ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱର ଧନ୍ୟ, ଯେହେତୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନି ଜଣ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦେବତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ୟ ରାଜବାକ୍ୟ ଅମାନ୍ୟ କରି ଆପଣା ପରମେଶ୍ୱରଙ୍କ ସେବା କଲେ। 29 ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ ଭ୍ରାନ୍ତିଜନକ କଥା କହିବେ, ସେମାନେ ଖଣ୍ତ ଖଣ୍ତ ହୋଇ କଟାଯିବେ ଓ ସେମାନଙ୍କର ଗୃହସବୁ ଭଙ୍ଗା ହେବ ଓ ଧୂଳିସାତ୍ ହେବ। କାରଣ ଏହିପରି ଭାବରେ କୌଣସି ଦେବତା ତାଙ୍କର ଦାସମାନକୁ ଉଦ୍ଧାର କରି ପାରିବେ ନାହିଁ।” 30 ଏହା ପରେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋକୁ ବାବିଲ ପ୍ରଦେଶରେ ପ୍ରଧାନ ପଦରେ ନିଯୁକ୍ତ କଲେ।

ଯୋହନଙ୍କ ପ୍ରଥମ ପତ୍ର 3:11-18

ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍

11 ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12 ଆମ୍ଭେ କୟିନ [a] ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।

13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।

16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍। 17 ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ। 18 ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍।

ଲୂକ ଲିଖିତ ସୁସମାଗ୍ଭର 4:1-13

ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା(A)

ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ। ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା।

ଶୟତାନ ଯୀଶୁଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ସନ୍ତାନ ତେବେ ଏହି ପଥରଟିକୁ କୁହ, ସେ ରୋଟୀ ହୋଇଯାଉ।”

ଏହା ଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:

‘ମଣିଷ କେବଳ ରୋଟୀରେ ବଞ୍ଚେ ନାହିଁ।’”(B)

ତା’ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା। ଶୟତାନ ଯୀଶୁଙ୍କୁ କହିଲା, “ମୁଁ ଏହିସବୁ ରାଜ୍ୟ ଏବଂ ସେମାନଙ୍କର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦେଇଦେବି। ସେଗୁଡ଼ିକୁ ମୋତେ ଦିଆଯାଇଛି। ମୁଁ ଯାହାକୁ ଗ୍ଭହିଁବି, ତାହାକୁ ଏ ସମସ୍ତ ଦେଇ ପାରିବି। ତେବେ ଯଦି ତୁମ୍ଭେ ମୋତେ ଉପାସନା କରିବ, ତେବେ ମୁଁ ଏସବୁ ତୁମ୍ଭକୁ ଦେଇଦେବି।”

ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ କେବଳ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କରିବ
    ଓ ତାହାଙ୍କର ଉପାସନା କରିବ।’”(C)

ତା’ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।” 10 ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ
    ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’(D)

11 ଏହା ମଧ୍ୟ ଲେଖାଅଛି:

‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ,
    ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’”(E)

12 ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’” [a]

13 ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନେଇ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center