Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 102

ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
    ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
    ମୋ’ ପ୍ରତି କର୍ଣ୍ଣପାତ କର।
    ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
    ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ମୋର ଶକ୍ତିସବୁ ଶେଷ ହୋଇଯାଇଛି।
    ମୁଁ ଯେପରି ଶୁଖିଲା ତୃଣପରି।
    ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
ମୋର ଦୁଃଖ ସକାଶୁ ବର୍ତ୍ତମାନ
    ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
    ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
    ମୁଁ ଶୋଇପାରେ ନାହିଁ।
ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
    ମୋତେ ସେମାନେ ପରିହାସ କରନ୍ତି।
ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
    ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
    ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।

11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
    ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
    ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
    ସେହି ଯଥାର୍ଥ ସମୟ ଆସିଅଛି।
    ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
    ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
    ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
    ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
    ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
    ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
    ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
    ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
    ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
    ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
    ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
    ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
    ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
    କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
    ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
    ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
    ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
    ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”

ଗୀତସଂହିତା 142-143

ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।

142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
    ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
    ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
    କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
    ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।

ମୋର ଚତୁର୍ପାର୍ଶ୍ୱରେ
    କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
    କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
    “ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
    ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
    ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
    କାରଣ ତୁମ୍ଭେ ମୋର ଯତ୍ନ ନେଲ।

ଦାଉଦଙ୍କର ଏକ ଗୀତ।

143 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର।
    ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।
ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ।
    କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।
ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି।
ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
    ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।
ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ।
    ମୁଁ ମୋର ସାହସ ହରାଉଛି।
ମୁଁ ପୁରୁଣା ଦିନସବୁ ମନେ ପକାଏ।
    ମୁଁ ତୁମ୍ଭର କର୍ମ ବିଷୟରେ ଭାବେ।
    ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ।
ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି।
    ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।

ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ।
    ମୁଁ ମୋର ସାହସ ହରାଇଛି।
ମୋ’ଠାରୁ ଦୂରେଇ ଯାଅ ନାହିଁ।
    ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।
ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ।
    ମୁଁ ତୁମ୍ଭ ଉପରେ ଭରସା କରେ।
ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ।
    କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।
ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି।
    ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର।
10 ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ।
    ତୁମ୍ଭେ ମୋର ପରମେଶ୍ୱର,
ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ।
11 ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ,
    ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ।
କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ,
    ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର।
12 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା
    ମୋର ଶତ୍ରୁମାନଙ୍କୁ ପରାସ୍ତ କର।
ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର।
    କାରଣ ମୁଁ ତୁମ୍ଭର ସେବକ ଅଟେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 20:7-11

ଯିରିମିୟଙ୍କ ପଞ୍ଚମ ଅଭିଯୋଗ

ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି।
    ତୁମ୍ଭେ ମୋ’ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ’ଠାରୁ ଜୟ କରିଅଛ।
ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି,
    ସମସ୍ତେ ମୋତେ ପରିହାସ କରୁଛନ୍ତି।
ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ।
    ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ।
ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ
    ଲୋକେ ପ୍ରତିଥର ମୋତେ ଧି‌କ୍‌କାର ଓ ବିଦ୍ରୂପ କରିଛନ୍ତି।
ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ
    କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।”
ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ।
    ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ।
ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି
    କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି।
10 ମୁଁ ବହୁବାର ଅପବାଦ ଶୁଣିଅଛି।
    ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି।
ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି
    ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି।
ସେମାନେ ଅଭିଯୋଗ କରି କହନ୍ତି,
    “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ
ମିଥ୍ୟା ଓ ମନ୍ଦକଥା କହିବା,
    ତୁମ୍ଭେମାନେ ମଧ୍ୟ ତାହା କହିବ।
ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା
    ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।”
11 କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି।
    ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି।
ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବ
    ଓ ମୋତେ ପରାସ୍ତ କରି ପାରିବେ ନାହିଁ।
ସେମାନେ ଘୋର ଅପମାନିତ ହେବେ
    କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି
ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ।
    ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:14-17

14 ତା’ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ। 15 ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। 16 ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି? 17 କେବଳ ଗୋଟିଏ ରୋଟୀ ମାତ୍ର ଆମ୍ଭେମାନେ ଅନେକ ଲୋକ। କିନ୍ତୁ ଆମ୍ଭେ ସମସ୍ତେ ସେହି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତରେ ଗୋଟିଏ ଶରୀର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:27-32

27 ଅତଏବ, ଯେଉଁ ଲୋକ ରୋଟୀ ଓ ପ୍ରଭୁଙ୍କର ପିଆଲାରୁ ଅନୁଚିତ୍ ଭାବରେ ଗ୍ରହଣ କରେ, ସେ ପ୍ରଭୁଙ୍କର ଶରୀର ଓ ରକ୍ତର ଅବମାନନା କରେ। 28 ପ୍ରତ୍ୟେକଲୋକ ରୋଟୀ ଖାଇବା ପୂର୍ବରୁ ଓ ପିଆଲାରୁ ପିଇବା ପୂର୍ବରୁ ନିଜ ହୃଦୟକୁ ପରୀକ୍ଷା କରିନେବା ଦରକାର। 29 ଯଦି ଜଣେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଏହି ରୋଟୀକୁ ଖାଏ ଓ ଏହି ପିଆଲାରୁ ପିଏ, ତା’ହେଲେ ସେ ଏହା ଖାଇବା ଓ ପିଇବା ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଏ। 30 ସେଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନେକ ମୃତ ହେଲେଣି। 31 କିନ୍ତୁ ଯଦି ଆମ୍ଭେ ନିଜକୁ ପରୀକ୍ଷା କରି ନେବା, ତା’ହେଲେ ଆମ୍ଭକୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବାକୁ ପଡ଼ିବ ନାହିଁ। 32 ପ୍ରଭୁ ଯେତେବେଳେ ଆମ୍ଭର ବିଗ୍ଭର କରନ୍ତି, ସେ ଠିକ୍ ବାଟ ଦେଖାଇବା ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।

ଯୋହନ ଲିଖିତ ସୁସମାଗ୍ଭର 17

ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି

17 ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ୱର୍ଗ ଆଡ଼େ ଗ୍ଭହିଁଲେ। ସେ ପ୍ରାର୍ଥନା କଲେ, “ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହୋଇଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ୱିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବାନ୍ୱିତ ଦେଇ ପାରିବେ। ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି। ତୁମ୍ଭେ ଯେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସେହି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି। ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ, ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର।

“ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ। ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ। ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି। 10 ମୋର ଯାହାସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି।

11 “ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇ ପାରିବେ। 12 ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଧିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।

13 “ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ, ଯେପରି ଏହି ଲୋକମାନେ ମୋ’ଠାରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଗ୍ଭହେଁ, ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। 14 ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି। ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ।

15 “ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁ ନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ଶୟତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। 16 ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। 17 ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ମେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। 18 ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। 19 ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ।

20 “ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋ’ଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। 21 ହେ ପରମପିତା, ମୁଁ ତୁମ୍ଭଠାରେ ପ୍ରାର୍ଥନା କରେ ଯେପରି ମୋ’ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏକ ହୋଇପାରିବେ। ତୁମ୍ଭେ ମୋ’ଠାରେ ରହିଛ ଓ ମୁଁ ତୁମ୍ଭଠାରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠାରେ ଯେପରି ଏକ ହୋଇ ପାରିବେ। ତଦ୍ଦ୍ୱାରା ଜଗତ ବିଶ୍ୱାସ କରିବ, ଯେ ତୁମ୍ଭେ ମୋତେ ପଠାଇଅଛ। 22 ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେ, ଯେପରି ‘ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ।’ 23 ମୁଁ ସେମାନଙ୍କଠାରେ ରହିବି ଓ ତୁମ୍ଭେ ମୋ’ଠାରେ ରହିବ। ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇପାରିବେ। ତାହାହେଲେ ଏହି ଜଗତ ଜାଣି ପାରିବ ଯେ, ତୁମ୍ଭେ ମୋତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମୋତେ ଯେପରି ପ୍ରେମ କରୁଥିଲ ଠିକ୍ ସେହିପରି ଏହି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଛ।

24 “ହେ ପରମପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଗ୍ଭହେଁ, ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ’ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ। 25 ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମୋତେ ପଠାଇଛ। 26 ତୁମ୍ଭେ କିପରି ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି। ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତା’ପରେ ମୋ’ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ ଓ ମୁଁ ସେମାନଙ୍କଠାରେ ବାସ କରିବି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center