Book of Common Prayer
ଆସଫ୍ର ଗୋଟିଏ ଗୀତ।
50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
2 ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
3 ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
4 ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
5 ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”
6 ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।
7 ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
8 ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
9 ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନେବି ନାହିଁ
କି ମୁଁ ତୁମ୍ଭର ଗୁହାଳରୁ ଛେଳିମାନଙ୍କୁ ନେବି ନାହିଁ।
10 ମୁଁ ସେହି ପଶୁମାନଙ୍କୁ ଗ୍ଭହେଁ ନାହିଁ।
ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମୋର ଅଟନ୍ତି।
ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥା’ନ୍ତି ସେମାନଙ୍କର ମାଲିକ ମୁଁ ଅଟେ।
11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ।
ଖୋଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମୋର ଅଟେ।
12 ମୁଁ ଭୋକିଲା ନୁହେଁ, ଯଦି ମୁଁ ଭୋକିଲା ଥା’ନ୍ତି, କେବେହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥା’ନ୍ତି।
ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମୋର ଅଧୀନ ଅଟେ।
13 ମୁଁ ଷଣ୍ଢର ମାଂସ ଖାଏ ନାହିଁ।
ମୁଁ ଛେଳିର ରକ୍ତ ପିଏ ନାହିଁ।”
14 ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ।
ତୁମ୍ଭର ବଳି ଉତ୍ସର୍ଗ କର।
15 ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ,
ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା’ପରେ ତୁମ୍ଭେ ଆମ୍ଭର ମହିମା କରିବ।”
16 ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି,
“ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ
ଆଲୋଚନା କରିବା ଠିକ୍ ନୁହେଁ।
17 କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ।
ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର।
18 ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା’ସହ ଦୌଡ଼ିଯାଇ ମିଶିଯାଅ।
ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
19 ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ।
20 ତୁମ୍ଭେ ନିରବିଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ,
ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ।
21 ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି।
ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି।
ମୁଁ ଆଉ ନୀରବରେ ରହି ପାରିବି ନାହିଁ।
ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।
59 ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର।
ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।
3 ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି।
ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ
କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
4 ମୁଁ କୌଣସି ଦୋଷ କରି ନାହିଁ।
କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି।
ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ!
5 ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର!
ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ।
ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।
6 ସେହି ଦୁଷ୍ଟ ଲୋକମାନେ କୁକୁର ପରି।
ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
7 ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ।
ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ।
ଯେହେତୁ ସେମାନେ ଖରାପ କଥା କହନ୍ତି।
8 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର।
ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର।
9 ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।
10 ପରମେଶ୍ୱର ମୋତେ ଭଲପା’ନ୍ତି।
ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ।
11 ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ।
ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି।
ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର।
12 ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି।
ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର।
ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।
13 ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର।
ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର।
ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ,
ପରମେଶ୍ୱର ଇସ୍ରାଏଲର ଶାସକ।
14 ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି।
ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
15 ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି।
ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି। [a]
16 କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି।
ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି।
କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ।
ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ।
17 ମୁଁ ତୁମ୍ଭର ସ୍ତୁତିଗାନ କରିବି।
କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ,
ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।
ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ।
60 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ।
ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ।
କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
2 ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ।
ଏହାର ଫାଟକକୁ ମରାମତି କର,
କାରଣ ଏହାର ପତନ ହେଉଅଛି।
3 ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ।
ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
4 ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ।
ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ।
5 ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ।
ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।
6 ପରମେଶ୍ୱର ତାଙ୍କ ମନ୍ଦିରରେ [b] କହିଲେ,
“ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି।
ତା’ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି।
ମୁଁ ଶିଖିମ ଓ ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।
7 ଗିଲିୟଦ ଓ ମନଃଶି ମୋର ହେବେ।
ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ।
ଯିହୁଦା ମୋର ରାଜଦଣ୍ଡ ହେବ।
8 ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର।
ଇଦୋମ ମୋର ପାଦୁକା ବହନ କରିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି।
ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।”
9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ?
କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ?
ପରମେଶ୍ୱର, ତୁମ୍ଭେ ନୁହଁ କି?
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ।
ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।
11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ।
ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ।
12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ।
ଦାଉଦଙ୍କର ଏକ ଗୀତ
19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
3 ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
4 କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।
ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
5 ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
6 ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
23 ଏହା ପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ଅଧିକାର କର।’ ସେ ସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାରେ ବିଦ୍ରୋହାଗ୍ଭରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ କଥା ଶୁଣିଲ ନାହିଁ। 24 ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇ ଆସିଅଛ।
25 “ଏହିପରି ମୁଁ, ମୁହଁ ମାଡ଼ି ଗ୍ଭଳିଶ୍ ଦିନ ଗ୍ଭଳିଶ୍ ରାତି ସଦାପ୍ରଭୁଙ୍କ ସମ୍ମୁଖରେ ପଡ଼ି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ। 26 ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ‘ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ। ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ୍ ହସ୍ତଦ୍ୱାରା ମିଶରରୁ ବାହାର କରି ଆଣିଅଛ। 27 ଅବ୍ରହାମ, ଇସ୍ହାକ ଓ ଯାକୁବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ୟତା ପ୍ରତି କି ସେମାନଙ୍କ ଦୁଷ୍ଟତା ପ୍ରତି କିଅବା ସେମାନଙ୍କର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ। 28 ସେହି ଦେଶ, ଯେଉଁ ଦେଶରୁ ତୁମ୍ଭେ ସେମାନଙ୍କୁ ବାହାର କରି ଆଣିଛ ତୁମ୍ଭ ବିଷୟରେ କହିବ। ସେମାନେ କହିବେ, “ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇଯିବାକୁ ସମର୍ଥ ହେଲେ ନାହିଁ ଏବଂ ସେ ସେମାନଙ୍କୁ ଯେହେତୁ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତରରେ ସେମାନଙ୍କୁ ହତ୍ୟା କରିବାକୁ ବାହାର କରି ଆଣିଛନ୍ତି।” 29 ତଥାପି ସେମାନେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସେମାନଙ୍କ ଉପରେ ଅଛି। ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁଦ୍ୱାରା ବାହାର କରି ଆଣିଅଛ।’
ନୂତନ ପ୍ରସ୍ତର ପଟା
10 “ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର। 2 ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହା ପରେ ଏହି ନୂଆ ପ୍ରସ୍ତରଫଳକ ଦ୍ୱୟକୁ ଏକ ସିନ୍ଦୁକରେ ରଖିବ।’
3 “ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି। 4 ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ। 5 ମୁଁ ବୁଲି ପଡ଼ିଲି ଓ ସେମାନଙ୍କୁ ପର୍ବତ ତଳକୁ ଆଣିଲି। ମୁଁ କରିଥିବା ଶିଟୀମକାଠର ସିନ୍ଦୁକରେ ସେମାନଙ୍କୁ ରଖିଲି। ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ ସେଗୁଡ଼ିକ ତାହା ମଧ୍ୟରେ ରଖିବାକୁ। ଏପରିକି ଆଜି ପର୍ଯ୍ୟନ୍ତ ସେହି ପ୍ରସ୍ତର ଫଳକଦ୍ୱୟ ସେହି ସିନ୍ଦୁକ ମଧ୍ୟରେ ସେହି ସ୍ଥାନରେ ରହିଅଛି।”
4 ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। 2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସେହିପରି ସୁସମାଗ୍ଭର କୁହାଯାଇଅଛି, କିନ୍ତୁ ସେମାନେ ଶୁଣି ମଧ୍ୟ ତାହାକୁ ବିଶ୍ୱାସପୂର୍ବକ ନିଜସ୍ୱ ନ କରିବାରୁ ସେମାନଙ୍କ ପକ୍ଷରେ ସୁସମାଗ୍ଭର ଲାଭଜନକ ହେଲା ନାହିଁ। 3 ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି:
“ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି;
ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” (A)
ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା। 4 ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।” [a] 5 ପରମେଶ୍ୱର ଆଉ ଏକ ଶାସ୍ତ୍ରରେ କହିଛନ୍ତି: “ସେହି ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” [b]
6 ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଗ୍ଭର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ଯୋଗୁଁ ସେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ୟ କେବେ ଲୋକ ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ୱର ଆଉ ଗୋଟିଏ ବିଶେଷ ଦିନ ଅର୍ଥାତ୍ ‘ଆଜିଦିନ’ [c] ନିରୂପଣ କଲେ। 7 ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ:
“ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ,
ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।” (B)
8 ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ। 9 ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି। 10 ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।
16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। 19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା’ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା’ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି। [a]
2010 by World Bible Translation Center