Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 101

ଦାଉଦଙ୍କର ଏକ ଗୀତ।

101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
    ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
    ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
    ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
    ସ୍ଥାପନ କରିବି ନାହିଁ।
    ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
    ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
    ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
    ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।

ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
    ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
    କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
    ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
    ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।

ଗୀତସଂହିତା 109:1-30

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

109 ପରମେଶ୍ୱର, ଯାହାଙ୍କୁ ମୁଁ ପ୍ରଶଂସା କରେ,
    ନୀରବ ରୁହ ନାହିଁ।
ଦୁଷ୍ଟ ଲୋକମାନେ ମୋ’ ବିରୁଦ୍ଧରେ ମିଛ କହନ୍ତି।
    ସେମାନେ ଯେଉଁ କଥା କୁହନ୍ତି ତାହା ସତ୍ୟ ନୁହେଁ।
ଲୋକମାନେ ମୋ’ ପ୍ରତି ଘୃଣାକାରୀ କଥା କହନ୍ତି।
    ବିନା କାରଣରେ ମୋ’ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।
ମୁଁ ସେମାନଙ୍କୁ ପ୍ରେମ କଲି।
    କିନ୍ତୁ ସେମାନେ ମୋତେ ଦୋଷୀ କଲେ।
    କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି।
ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି।
    ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ।
ମୁଁ ସେମାନଙ୍କୁ ପ୍ରେମ କଲି
    କିନ୍ତୁ ସେମାନେ ମୋତେ ଘୃଣା କଲେ।

ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର।
    କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ।
ଯେତେବେଳେ ସେ ନ୍ୟାୟ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ
    ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାଯିବ।
ତାଙ୍କର ଜୀବନ କାଳ ଛୋଟ ହେଉ।
    ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ।
ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।
10 ତାଙ୍କର ଘର ଉଜୁଡ଼ି ଯାଉ।
    ସେମାନେ ସବୁ ଭିକାରୀ ହୁଅନ୍ତୁ।
11 ସେ ଋଣ ଦେଇଥିବା ଲୋକ ତାଙ୍କର ସର୍ବଶ୍ୱ ନେଇଯାଉ।
    ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
12 ମୁଁ ଆଶା କରେ ସେମାନଙ୍କୁ କେହି ଦୟା ନ କରନ୍ତୁ।
    ତାଙ୍କର ପିଲାମାନଙ୍କୁ କେହି ଦୟା ନ ଦେଖାନ୍ତୁ।
13 ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ।
    ଗୋଟିଏ ପିଢ଼ି ଭିତରେ ତା’ର ନାମକୁ ଲୁପ୍ତ କରିଦିଅନ୍ତୁ।
14 ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ
    ଓ ତାହାର ମାତାର ପାପ ପୋଛି ନ ହେଉ।
15 ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ,
    କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ।
16 କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ।
    ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ,
    ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।
17 ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ।
    ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ।
ସେ ଅନ୍ୟର ମଙ୍ଗଳ କରିଲେ ନାହିଁ।
    ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ।
18 ଅଭିଶାପ ତା’ର ବସ୍ତ୍ର ହେଉ।
    ଅଭିଶାପ ସେ ପିଉଥିବା ପାଣି ହେଉ।
    ଅଭିଶାପ ତା’ର ଶରୀରର ତୈଳ ହେଉ।
19 ଅଭିଶାପ ଦୁଷ୍ଟବ୍ୟକ୍ତି ବସ୍ତ୍ର ପରି ହେଉ
    ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।‌”

20 ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି,
    ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ।
    ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ।
    କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ।
    ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।
23 ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି।
    ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି।
    ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି।
24 ମୋର ଆଣ୍ଠୁ ଦୁର୍ବଳ ହୋଇଛି।
    କାରଣ ମୁଁ ଭୋକିଲା ଅଟେ।
    ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି।
25 ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି।
    ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି।
26 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର।
    ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର।
27 ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା।
28 ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି।
    କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ।
ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ।
    ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।
29 ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ।
    ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି,
    ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।

ଗୀତସଂହିତା 119:121-144

ଅଇନ୍

121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
    ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
    ମୁଁ ତୁମ୍ଭର ସେବକ।
    ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
    ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
    ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
    ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
    ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
    କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
    ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
    ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।

ପେ

129 ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ।
    ସେଥିପାଇଁ ମୁଁ ତାହା ଅନୁସରଣ କରେ।
130 ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ।
    ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131 ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ।
    ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132 ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର।
    ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133 ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର।
    ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134 ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର
    ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135 ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର।
    ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136 ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି।
    କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।

ସାଦେ

137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
    ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
    ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
    କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
    ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
    ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
    କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
    ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 18:1-11

କୁମ୍ଭକାର ଓ ମାଟି

18 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କୁମ୍ଭକାର ଗୃହକୁ ଯାଅ। ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।”

ତେଣୁ ମୁଁ କୁମ୍ଭକାର ଗୃହକୁ ଗଲି ଓ ଦେଖିଲି କୁମ୍ଭକାର ଚକ୍ରରେ ମାଟିର କାମ କରୁଛି। ସେ ମାଟିର ପାତ୍ର ନିର୍ମାଣ କରୁଥିବା ବେଳେ ସେଥିରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସାରେ ସଜାଡ଼ି ନୂଆ ପାତ୍ର ନିର୍ମାଣ କଲା।

ତା’ପରେ ସଦାପ୍ରଭୁଙ୍କର ବାଣୀ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଇସ୍ରାଏଲର ଗୃହ, ତୁମ୍ଭେ ଜାଣ ଆମ୍ଭେ ତୁମ୍ଭ ସହିତ ଜଣେ କୁମ୍ଭକାର ପରି କାର୍ଯ୍ୟ କଲେ। ତୁମ୍ଭେମାନେ ମୋ’ ହସ୍ତରେ କୁମ୍ଭକାରର ମୃତ୍ତିକା ସଦୃଶ ଅଟ। ସମୟ ଆସିବ ଯେତେବେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା। ମାତ୍ର ଯଦି ସେହି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି ତେବେ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହେବା। ପୁଣି ଏକ ସମୟ ଆସିବ ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା। 10 ପୁଣି ଯେତେବେଳେ ଦେଖିବୁ ଯେବେ ଆମ୍ଭର ଆଜ୍ଞା ପାଳନ ନ କରି ଦୁଷ୍କର୍ମ କରନ୍ତି, ତେବେ ଆମ୍ଭେ ସେମାନଙ୍କ ପାଇଁ ଯେଉଁ ମଙ୍ଗଳ କାମନା କରିଥିଲୁ ତହିଁରୁ ଆମ୍ଭେ କ୍ଷାନ୍ତ ହେବା।

11 “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମ ନିବାସୀଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେର ଓ ଆପଣା ଆପଣା ପଥ ସଂଶୋଧନ କରି ସୁକର୍ମ କର।’

ରୋମୀୟଙ୍କ ପ୍ରତି ପତ୍ର 8:1-11

ଆତ୍ମାରେ ଜୀବନ

ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ। ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି। ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ। ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଗ୍ଭହେଁ, ସେହିଭଳି ହେବା ପାଇଁ ପରମେଶ୍ୱର ଏପରି କଲେ। ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନଯାପନ କରୁଛୁ।

ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି। ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି। ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ। ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ।

କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା’ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ। 10 ପାପ ହେତୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହୋଇ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା’ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଛନ୍ତି। 11 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।

ଯୋହନ ଲିଖିତ ସୁସମାଗ୍ଭର 6:27-40

27 ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”

28 ଲୋକମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ କ’ଣ କ’ଣ କରିବା ଉଚିତ୍ ବୋଲି ପରମେଶ୍ୱର ଗ୍ଭହାନ୍ତି?”

29 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱର ଗ୍ଭହାନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।”

30 ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ’ଣ କରିବ? 31 ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା [a] ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି: ‘ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।” [b]

32 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଶା ନୁହନ୍ତି। ମୋର ପରମପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି। 33 ପରମେଶ୍ୱରଙ୍କର ଖାଦ୍ୟ କ’ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”

34 ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।”

35 ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ। 36 ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ। 37 ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। 38 ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ। 39 ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉ‌ତ୍‌ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ। 40 ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉ‌ତ୍‌ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center