Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 24

ଦାଉଦଙ୍କର ସଙ୍ଗୀତ।

24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
    ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
    ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
    କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
    ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହଁନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
    କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।

ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
    ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
    ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି।

ହେ ନଗର ଫାଟକ ତୁମ୍ଭର ମସ୍ତକ ଟେକ।
    ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
କିଏ ସେହି ଗୌରବମୟ ରାଜା?
    ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
    ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।

ହେ ଫାଟକ ସବୁ ଖୋଲି ଯାଅ।
    ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
    ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି।

ଗୀତସଂହିତା 29

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ଗୀତସଂହିତା 8

ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
    ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
    ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
    ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
“କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
    କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”

କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
    ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
    ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
ଆକାଶର ଉଡ଼ୁଥିବା ପକ୍ଷୀମାନେ
    ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।

ଗୀତସଂହିତା 84

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।

84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
    ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
    ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
    ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
    ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।

ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
    ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
    ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
    ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
    ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।

ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।

ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
    ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
    ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
    ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
    ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
    ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
    ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1:1-10

ଏହା ହେଉଛି ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କ ବାକ୍ୟ। ହି‌ଲ୍‌‌‌କିୟଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ୟରୁ ଜଣେ ଯିଏ କି ଅନାଥୋତ୍ ପ୍ରଦେଶର ବିନ୍ୟାମୀନଙ୍କର ଗୋଷ୍ଠୀର ଥିଲେ। ଆମୋନଙ୍କ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ୱର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯେତେବେଳେ ଯୋଶିୟଙ୍କ ପୁତ୍ର ଯିହୋୟାକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ସିଦିକିୟଙ୍କ ରାଜତ୍ୱର ଏକାଦଶ ବର୍ଷ ପଞ୍ଚମ ମାସରେ ଓ ଯିରୁଶାଲମକୁ ନିର୍ବାସିତ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ଯିରିମିୟଙ୍କୁ ଦେଲେ।

ଯିରିମିୟଙ୍କୁ ପରମେଶ୍ୱରଙ୍କ ଡାକରା

ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା।

“ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ
    ଆମ୍ଭେ ତୁମ୍ଭକୁ ଜାଣିଲୁ।
ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ
    ଆମ୍ଭେ ତୁମ୍ଭକୁ ଅଲଗା କଲୁ
    ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।”

ତା’ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”

ମାତ୍ର ସଦାପ୍ରଭୁ ମୋତେ କହିଲେ,

“ଆମ୍ଭେ ଜଣେ ବାଳକ ବୋଲି, ‘କୁହ ନାହିଁ।’
    କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ।
    ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ,
    କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।”
ଏହା ସଦାପ୍ରଭୁ କହନ୍ତି।

ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ,

“ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।
10 ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ।
    ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ,
ବିନାଶ ଓ ନିପାତ କରିବ।
    କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:11-23

11 ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ। 12 ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ। 13 କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ। 14 ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା’ହେଲେ ସେ ଲୋକ ତା’ର ପୁରସ୍କାର ପାଇବ। 15 କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ।

16 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି। 17 ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ।

18 ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା’ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା 19 କାହିଁକି କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ଜାଗତିକ ଜ୍ଞାନ ପ୍ରକୃତରେ ମୂର୍ଖତା ଅଟେ। ଶାସ୍ତ୍ର କୁହେ; “ଯେତେବେଳେ ଜ୍ଞାନୀମାନେ ନିଜ ଚତୁରତାରେ ବ୍ୟବହାର କରନ୍ତି, ପରମେଶ୍ୱର ସେତେବେଳେ ସେମାନଙ୍କୁ ଧରନ୍ତି।” [a] 20 ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସେମାନଙ୍କ ସମସ୍ତ ଚିନ୍ତାଧାରା ଯେ ମୂଲ୍ୟହୀନ ଏହା ମଧ୍ୟ ସେ ଜାଣନ୍ତି।” [b] 21 ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର। 22 ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର। 23 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ପରମେଶ୍ୱରଙ୍କର ଅଟନ୍ତି।

ମାର୍କ ଲିଖିତ ସୁସମାଗ୍ଭର 3:31-4:9

ଯୀଶୁଙ୍କ ଅନୁସରଣକାରୀମାନେ, ତାହାଙ୍କର ପ୍ରକୃତ ପରିବାର(A)

31 ତା’ପରେ ଯୀଶୁଙ୍କ ମା ଓ ଭାଇମାନେ ସେଠାକୁ ଆସିଲେ। ସେମାନେ ବାହାରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠେଇଲେ। 32 ସେତେବେଳେ ଯୀଶୁଙ୍କ ଗ୍ଭରିପଟେ ଲୋକମାନେ ଘରେ ବସିଥିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭ ମା ଓ ଭାଇମାନେ ତୁମ୍ଭକୁ ବାହାରେ ଅପେକ୍ଷା କରିଛନ୍ତି।”

33 ଯୀଶୁ ପଗ୍ଭରିଲେ, “କିଏ ମୋର ମା? କେଉଁମାନେ ମୋର ଭାଇ?” 34 ତା’ପରେ ଯୀଶୁ ତାହାଙ୍କ ଗ୍ଭରି ପାଖରେ ବସିଥିବା ଲୋକମାନଙ୍କ ଆଡ଼େ ଗ୍ଭହିଁଲେ। ସେ କହିଲେ, “ଏ ଲୋକମାନେ ମୋର ମା ଓ ଭାଇ। 35 ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।”

କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା(B)

ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ। ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ,

“ଶୁଣ, ଜଣେ ଗ୍ଭଷୀ ବୀଜ ବୁଣିବାକୁ ବାହାରିଲା।” ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ। ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା। କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା। କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ। କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”

ତା’ପରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଯିଏ ଶୁଣୁଛି, ଶୁଣୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center